କେନ୍ଦ୍ରୀୟ ଏଜେନ୍ସି-ପଶ୍ଚିମବଙ୍ଗ ପୋଲିସ ମୁହାଁମୁହିଁ, ଅଭିଷେକ ବାନାର୍ଜୀଙ୍କୁ ଜେରା ପୂର୍ବରୁ ଇଡି ଅଧିକାରୀଙ୍କୁ ସମନ

Published By : Prameya-News7 Bureau | March 20, 2022 IST

ନୂଆଦିଲ୍ଲୀ ୨୦।୩:  କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ଏବଂ ପଶ୍ଚିମବଙ୍ଗ ପୋଲିସ ପୁଣି ଥରେ ମୁହାଁମୁହିଁ ହୋଇଛନ୍ତି । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପୁତୁରା ତଥା ଟିଏମସ ସାଂସଦ ଅଭିଷେକ ଏବଂ ତାଙ୍କ ପତ୍ନୀ କୋଇଲା ଘୋଟାଲାରେ ଜଡିତ ଏକ ଅର୍ଥିକ ହେରଫେର ମାମଲାରେ ଆସନ୍ତାକାଲି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଆଗରେ ହାଜର ହେବେ। ଅଭିଷେକ ବାନାର୍ଜୀ ଏବଂ ତାଙ୍କ ପତ୍ନୀଙ୍କୁ ମାର୍ଚ୍ଚ ୨୧ ଏବଂ ୨୨ ଦୁଇ ଦିନ ଜେରା କରାଯିବ। ତେବେ ଏହା ପୂର୍ବରୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଅଧିକାରୀଙ୍କୁ ପଶ୍ଚିମବଙ୍ଗ ପୋଲିସ ସମନ ଜାରି କରି ହାଜର ହେବାକୁ କହିଛି ।

କାଲାଘିଟ ପୋଲିସ ଇଡିର ତିନି ଜଣ ଅଧିକାରୀଙ୍କୁ ସମନ ଜାରି ସୋମବାର ହଜାର ହେବାକୁ କହିଛି । ବର୍ତ୍ତମାନ ସମୟରେ ଏହି ତିନି ଅଧିକାରୀ କୋଇଲା ଘୋଟଣା ଏବଂ ଗୋ ତସ୍କରୀ ମାମଲାର ତଦନ୍ତ କରୁଛନ୍ତି। ଏହି ତିନି ଅଧିକାରୀଙ୍କୁ ସୋମବାର ମଧ୍ୟାହ୍ନ ୧୨ଟାରୁ ଗୋଟାଏ ମଧ୍ୟରେ ହାଜର ହେବାକୁ କୁହାଯାଇଛି।

ଏହା ପୂର୍ବରୁ ଟିଏମସି ସାଂସଦ ଅଭିଷେକ ବାନାର୍ଜୀ କହିଥିଲେ, 'ବିଜେପି ସରକାର କେନ୍ଦ୍ରୀୟ ଏଜେନ୍ସି ସାହାଯ୍ୟରେ ଟିଏମସି ଉପରେ ଚାପ ପକାଉଛି। ଆମେ ତାଙ୍କୁ ପରାଜିତ କରିଛୁ, ସେମାନେ ଏହାକୁ ହଜମ କରିପାରୁ ନାହାନ୍ତି। ମୁଁ ଜନତାଙ୍କ ଶକ୍ତି ଆଗରେ ମୁଣ୍ଡ ନୁଆଁଇବାକୁ ପ୍ରସ୍ତୁତ କିନ୍ତୁ କ୍ଷମତାରେ ବସିଥିବା ଲୋକଙ୍କ ଆଗରେ ନୁହେଁ'।

ଉଲ୍ଲେଖଯୋଗ୍ୟ ଯେ, ଅଭିଷେକ ବାନାର୍ଦୀ ଏବଂ ତାଙ୍କ ପତ୍ନୀ ପୂର୍ବରୁ ଇଡି ଦ୍ୱାରା ଦିଲ୍ଲୀ ନୋଟିସ ବିରୋଧରେ କୋର୍ଟର ଦ୍ୱାରସ୍ଥ ହୋଇଥିଲେ। ଯାଚିକାରେ କୁହାଯାଇଥିଲା ଦୁହେଁ ପଶ୍ଚିମବଙ୍ଗ ନିବାସୀ, ଏହି କାରଣରୁ ତଦନ୍ତକାରୀ ସଂସ୍ଥା ତାଙ୍କୁ ହାଜର ହେବା ପାଇଁ ଦିଲ୍ଲୀ ନ ଡାକନ୍ତୁ। ଦିଲ୍ଲୀ ହାଇକୋର୍ଟ ମାର୍ଚ୍ଚ ୧୧ ରେ ତାଙ୍କର ଏହି ଆବେଦନକୁ ଖାରଜ କରି ଦେଇଥିଲେ। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଅଧିକାରୀ ଏହି ମାମଲାରେ ଗତ ବର୍ଷ ଡିସେମ୍ୱର ୮ ତାରିଖରେ ସାଂସଦ ଅଭିଷେକ ବାନାର୍ଜୀଙ୍କୁ ୮ ଘଣ୍ଟାରୁ ଅଧିକ ସମୟ ପଚରାଉଚରା କରିଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.