୩ ହତ୍ୟା ଅଭିଯୁକ୍ତଙ୍କୁ ଓଡ଼ିଶାରୁ କାବୁ କଲା ପଶ୍ଚିମବଙ୍ଗ ପୋଲିସ
12/09/2022 at 11:38 PM

ଆନନ୍ଦପୁର ୧୨/୦୯: ୩ ହତ୍ୟା ଅଭିଯୁକ୍ତଙ୍କୁ ଶେଷରେ ସୋସୋ ଥାନା ଅଞ୍ଚଳରୁ ପଶ୍ଚିମବଙ୍ଗ ପୋଲିସ ଧରିବାରେ ସଫଳ ହୋଇଛି। ମୁର୍ଶିଦାବାଦ ଜିଲ୍ଲା ବେଲଡଙ୍ଗା ଥାନା ଅଞ୍ଚଳରେ ଏକ ହତ୍ୟା ଘଟଣାରେ ସମ୍ପୃକ୍ତ ଗୁଲଜର, ସେକ୍ ମେଟିନ ଓ ମୁସ୍ତାଫିଜ ନାମକ ୩ ଜଣ ଅଭିଯୁକ୍ତ ଆନନ୍ଦପୁର ଉପଖଣ୍ଡ ସୋସୋ ଥାନା ଅଞ୍ଚଳରେ ଲୁଚି ରହିଥିଲେ। ସେଠାକାର ପୋଲିସ ଏହି ଖବର ପାଇଥିଲା ।
ବେଲଡଙ୍ଗା ଥାନା ପୋଲିସର ୩ ଜଣିଆ ଟିମ ଗତ ୩ ଦିନ ଧରି ଏଠାରେ ପଇଁତରା ମାରୁଥିଲା। ଶେଷରେ ସମ୍ପୃକ୍ତ ୩ ହତ୍ୟା ଅଭିଯୁକ୍ତ ସୋସୋରେ ଗୋଟିଏ ଠିକା କମ୍ପାନିର ଶ୍ରମିକ ଭାବେ କାମ କରୁଥିବା ଜାଣିବାକୁ ପାଇଥିଲା। ୧୦ ଦିନ ହେବ ସେମାନେ ସେଠାରେ କାମ କରୁଥିଲେ। ଆଜି ସନ୍ଧ୍ୟାରେ ସୋସୋ ପୋଲିସ ସହାୟତାରେ ସମ୍ପୃକ୍ତ ୩ ଅଭିଯୁକ୍ତଙ୍କୁ ପଶ୍ଚିମବଙ୍ଗ ବେଲଡଙ୍ଗା ପୋଲିସ ଗିରଫ କରିଛି।
Related Posts
ପାଖରେ ନଥିଲା ସମ୍ୱଳ, ୪୦ କିଲୋମିଟର ମୃତଦେହ ଧରି ଚାଲିଲେ ସ୍ୱାମୀ
9 February 2023
ଝାରସୁଗୁଡ଼ା ଯିବେ ମୁଖ୍ୟମନ୍ତ୍ରୀ, ନବ ଦାସଙ୍କ ଦ୍ବାଦଶାହରେ ଯୋଗଦେବେ
9 February 2023