LIFESTYLE
suno sunao
Aao Nxt
LIFESTYLE_728X90
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପଶ୍ଚିମବଙ୍ଗ ପଞ୍ଚାୟତ ନିର୍ବାଚନରେ ବ୍ୟାପକ ହିଂସା ; ଜଣେ ପ୍ରାର୍ଥୀଙ୍କ ସହ ୩ ଜଣଙ୍କ ମୃତ୍ୟୁ

14/05/2018 at 11:50 AM

ପଶ୍ଚିମବଙ୍ଗ ପଞ୍ଚାୟତ ନିର୍ବାଚନରେ ବ୍ୟାପକ ହିଂସା ।ଆଜି ମତଦାନ ବେଳେ ହିଂସା ବେଶି ଭୟଙ୍କର ହୋଇଛି । ଜଣେ ପ୍ରାର୍ଥୀଙ୍କ ସହ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ନିର୍ବାଚନୀ ହିଂସାରେ ଶତାଧିକ ଆହତ ହୋଇଛନ୍ତି । ଆକ୍ରମଣ ଓ ଗଣ୍ଡଗୋଳରେ ଅତିକମ୍‌ରେ ୫ ଜଣ ସାମ୍ବାଦିକ ଆହତ ହୋଇଛନ୍ତି । ପରସ୍ପର ବିରୋଧି ଗୋଷ୍ଠୀଙ୍କ ମଧ୍ୟରେ ସଂଘର୍ଷ, ବାଲଟ ବାକ୍ସ ପୋଡି, ନିର୍ବାଚନ କାର୍ଯ୍ୟରେ ଥିବା କର୍ମଚାରୀଙ୍କୁ ଆକ୍ରମଣ, ଯାନବାହାନ ପୋଡାଜଳା ଖବର ଆସିଛି । କେତେକ ସ୍ଥାନରେ ବୁଥ ଦଖଲର ଖବର ମଧ୍ୟ ଆସିଛି । ଉତ୍ତର ୨୪ ପ୍ରଗଣାରେ ପରିଶିତି ଅଧିକ ଭୟଙ୍କର ହୋଇଛି । ସଂଘର୍, ଓ ବୋମାମାଡରେ ୨ ଜଣଙ୍କ ମୃତ୍ୟୁ ହୋଇଛି । ନଦିଆ, ମାଲାଦା, କୁଚବେହାର ଆଦି ଜିଲ୍ଲାର ବିଭିନ୍ନ ସ୍ଥାନରେ ବି ହିଂସା ଜୋର । ଗଣ୍ଡଗୋଳ ଏବଂ ଉତ୍ତେଜନା ସତ୍ତ୍ୱେ ଅନେକ ବୁଥ୍‌ରେ ଭୋଟରଙ୍କ ଧାଡି ଦେଖିବାକୁ ମିଳିଛି । ଆଜି ପଶ୍ଚିମବଙ୍ଗର ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ହେଉଥିବା ମତଦାନରେ ୩୮ ହଜାର ୫୨୯ ପ୍ରତିନିଧିଙ୍କୁ ବାଛିବାକୁ ଭୋଟ ହେଉଛି ।କାରଣ ରାଜ୍ୟରେ ତ୍ରୀସ୍ତରୀୟ ପଞ୍ଚୟତ ବ୍ୟବସ୍ଥାରେ ମୋଟ ୫୮ ହଜାର ୬୯୨ ଜନପ୍ରତିନିଧିଙ୍କ ମଧ୍ୟରୁ ତୃଣମୂଳ କଂଗ୍ରେସ ସମର୍ଥୀତ ୨୦ ହଜାର ୧୬୩ ପ୍ରାର୍ଥୀ ବିନାପ୍ରତିଦ୍ୱନ୍ଦିତାରେ ନିର୍ବାଚିତ ହୋଇସାରିଛନ୍ତି ।ପଞ୍ଚାୟତିରାଜ ବ୍ୟବସ୍ଥା ପ୍ରଚଳନ ଆରମ୍ଭ ଠାରୁ ଏହା ଏକ ରେକର୍ଡ ।

Leave a Reply

   Related Posts