ପଶ୍ଚିମବଙ୍ଗ ଦୁର୍ଗପୂଜା ଲାଗି ଗାଇଡଲାଇନ ଜାରି,ପ୍ରତି ପୂଜା କମିଟିକୁ ମିଳିବ ୫୦ ହଜାର ଟଙ୍କା

Published By : Prameya-News7 Bureau | September 24, 2020 IST

କୋଲକାତା ୨୪।୯:  ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କୋଲକାତା ଦୁର୍ଗାପୂଜା ଲାଗି ଗୁରୁବାର ଗାଇଡଲାଇନ ଜାରି କରିଛନ୍ତି।  ଏଥିରେ ପୂଜା ପେଣ୍ଡାଲକୁ ଭେଣ୍ଟିଲେସନ ଲାଗି ୪ ପଟୁ ଖୋଲା ରଖାଯିବ। ସେହିପରି ପେଣ୍ଡାଲ ପ୍ରବେଶ ଫାଟକରେ ହ୍ୟାଣ୍ଡ ସାନିଟାଇଜର ରଖିବା ଅନିବାର୍ଯ୍ୟ। ସେହିପରି ପୂଜା ପେଣ୍ଡାଲ ବୁଲି ଆସୁଥିବା ପ୍ରତ୍ୟେକ ମାସ୍କ ପିନ୍ଧିବା ବାଧ୍ୟତା ମୂଳକ। ତେବେ ଅନ୍ୟବର୍ଷ ଭଳି ଚଳିତବର୍ଷ ପୂଜା ଅବସରରେ ହେଉଥିବା କାର୍ଣ୍ଣିଭାଲ ହେବ ନାହିଁ।

{"id":334067,"sizeSlug":"large"}

ଗାଇଡଲାଇନ ଅନୁସାରେ ଅନ୍ୟବର୍ଷମାନଙ୍କ ଭଳି ଚଳିତବର୍ଷ ପୂଜା ପେଣ୍ଡାଲରେ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ ହେବନି। ରାଜ୍ୟରେ କୋଭିଡ-୧୯ ସଂକ୍ରମଣ ଲାଗି ପୂଜାରେ ଏହି ସବୁ ନିୟମ କଡାକଡି କରାଯିବ। ରାଜ୍ୟ ସରକାର ପ୍ରତି ଦୁର୍ଗାପୂଜା କମିଟିକୁ ୫୦ ହଜାର ଟଙ୍କା ଲେଖାଏଁ ଅନୁଦାନ ପ୍ରଦାନ କରିବେ ବୋଲି ମଧ୍ୟ ଘୋଷଣା କରିଛନ୍ତି। ସେହିପରି ପୂଜା ବେଳେ ପୂଜା ମଣ୍ଡପ ନିକଟରେ କୌଣସି ଫେରି ବ୍ୟବସାୟକୁ ଗାଇଡଲାଇନରେ ନିଷିଦ୍ଧ କରାଯାଇଛି।

{"id":334068,"sizeSlug":"large"}

ରାଜ୍ୟ ସରକାର ଦୁର୍ଗାପୂଜା ବେଳେ ଫେରି ବ୍ୟବସାୟ ଲାଗି କ୍ଷତିଗ୍ରସ୍ତ ହେବାକୁ ଥିବା ଫେରିବାଲାଙ୍କ ଲାଗି ମଧ୍ୟ ଅନୁଦାନ ଘୋଷଣା କରିଛନ୍ତି। ଏଥିରେ ଫେରିବାଲାମାନଙ୍କୁ ଏକକାଳୀନ ୨ ହଜାର ଟଙ୍କା ପ୍ରଦାନ କରାଯିବ ବୋଲି କୁହାଯାଇଛି। ସରକାରଙ୍କ ଏହି ଘୋଷଣା ଯୋଗୁ ଅନୁନ୍ୟ ୮୦ ହଜାର ଫେରିବାଲା ଲାଭବାନ ହେବେ ବୋଲି କୁହାଯାଇଛି। ଆସନ୍ତା ଅକ୍ଟୋବର ୨୨ ତାରିଖରୁ ରାଜ୍ୟରେ ଦୁର୍ଗାପୂଜା ଆରମ୍ଭ ହେବ। ତେବେ କୋଭିଡ ଯୋଗୁ ଅନ୍ୟବର୍ଷମାନଙ୍କ ଭଳି ପାଳନ କରାଯାଇପାରିବ ନାହିଁ। ପଶ୍ଚିମବଙ୍ଗରେ ଏପର୍ଯ୍ୟନ୍ତ ୨ଲକ୍ଷ ୩୪ ହଜାର ୬୭୩ ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.