suno sunao
Aao Nxt
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ବେଙ୍ଗଲ ଦଙ୍ଗା ଉପରେ ଫିଲ୍ମ କରିବ ବିଜେପି, ସ୍ବାଧୀନତା ସମୟରେ କଲିକତା ସ୍ଥିତିର ମିଳିବ ଝଲକ
  • ||
  • ଶେଷ ପର୍ଯ୍ୟନ୍ତ ଲଢ଼ି ଅଷ୍ଟ୍ରେଲିଆ ‘ଏ’ କୁ ୨-୧ରେ ହରାଇଲା ଭାରତୀୟ ମହିଳା ହକି ଦଳ
  • ||
  • କୁସ୍ତି ଯୋଦ୍ଧାଙ୍କ ସମର୍ଥନରେ ବାହାରିଲେ ରାମଦେବ, କହିଲେ ମା’ଭଉଣୀଙ୍କ ବିଷୟରେ ବେକାର କଥା କହୁଥିବା ବ୍ରିଜ ଭୂଷଣଙ୍କୁ ଗିରଫ କର
  • ||
  • ଦିଲ୍ଲୀ ୟୁନିଭର୍ସିଟି ସିଲାବସରୁ ହଟିଲା ‘ସାରେ ଜାହାଁ ସେ ଆଚ୍ଛା’ର ଲେଖକ ମହମ୍ମଦ ଇକ୍‌ବାଲଙ୍କ ବିଷୟ
  • ||
  • ଏବେ ଉତ୍ତରାଖଣ୍ଡ ସଂଲଗ୍ନ LACରେ ଦ୍ରୁତ ଗତିରେ ଗାଁ ଗଢି ଚାଲିଛି ଚୀନ, ସୈନ୍ୟ ଶିବିର ବି ନିର୍ମାଣ କରୁଛି
  • ||
  • ହାଇଦ୍ରାବାଦ: କେନ୍ଦ୍ରର ଅଧ୍ୟାଦେଶ ବିରୋଧରେ ସମର୍ଥନ ପାଇଁ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ କେଜରିଓ୍ଵାଲ
  • ||
  • ନୂଆଦିଲ୍ଲୀ: ଜବାହରଲାଲ ନେହେରୁଙ୍କ ପୁଣ୍ୟତିଥିରେ ଶ୍ରଦ୍ଧାଞ୍ଜଳୀ ଅର୍ପଣ କଲେ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ରାହୁଲ ଗାନ୍ଧୀ
  • ||
  • IPL 2023: ମୁମ୍ବାଇକୁ ହରାଇ ଲଗାତାର ୨ୟ ଥର ଫାଇନାଲ୍‌ରେ ଗୁଜରାଟ ଟାଇଟନ୍ସ, ରବିବାର ଚେନ୍ନାଇ ସହ ଟାଇଟଲ୍ ମୁକାବିଲା
  • ||
  • ବିଜେପି ସରକାରର ୯ ବର୍ଷ ପୂର୍ତ୍ତି ଅବସରରେ ପ୍ରଧାନମନ୍ତ୍ରୀଙ୍କୁ ୯ଟି ପ୍ରଶ୍ନ କଲା କଂଗ୍ରେସ
  • ||
  • ଟିଏମ୍‌ସି ସାଂସଦ ଅଭିଷେକ ବାନାର୍ଜୀଙ୍କ କାର୍କେଡ୍‌ ଉପରେ ଆକ୍ରମଣ, ଇଟା ଫିଙ୍ଗି ଭାଙ୍ଗିଲେ ମନ୍ତ୍ରୀଙ୍କ କାର୍ କାଚ
  • ||

ଦିପାବଳୀ ଆତସବାଜୀ ଉପରେ କଟକଣା ଜାରି କଲେ ପଶ୍ଚିମବଙ୍ଗ ସରକାର, ନିଷ୍ପତ୍ତି ସମୀକ୍ଷା ଲାଗି ବ୍ୟବସାୟୀଙ୍କ ନିବେଦନ

4/11/2020 at 10:25 PM

କୋଲକାତା ୪।୧୧:  କରୋନା ଭାଇରସ ମହାମାରୀ ଚଳିତବର୍ଷ ଦେଶରେ ପାର୍ବଣ ଉତ୍ସାହକୁ ଫିକା କରିଦେଇଛି। ହୋଲି ପରଠାରୁ ଦେଶରେ ଧାର୍ମିକ ଅନୁଷ୍ଠାନ ବନ୍ଦ ହୋଇଯାଇଛି। ମହାରାଷ୍ଟ୍ର ବିନାୟକ ଚତୁର୍ଥୀ ହେଉ ଅଥବା ପଶ୍ଚିମବଙ୍ଗ ଦୁର୍ଗାପୂଜା କୋଭିଡ କଟକଣା ଯୋଗୁ ସବୁ ପର୍ବପର୍ବାଣୀ ବ୍ୟହତ ହୋଇଛି। ଆଗକୁ ଆଲୋକର ପର୍ବ ଦୀପାବଳୀ। ଆତସବାଜୀ ଲାଗି ଏବେ ବିଭିନ୍ନ ରାଜ୍ୟ କଟକଣା ଜାରି କରୁଛନ୍ତି। ଏଥିରେ ପଶ୍ଚିମବଙ୍ଗ ସରକାର ମଧ୍ୟ ସାମିଲ ହୋଇଯାଇଛନ୍ତି। ରାଜ୍ୟରେ ଦିପାବଳୀ ଆତସବାଜୀ ଉପରେ କଟକଣା ଲାଗୁ କରିଛନ୍ତି।

ଆତସବାଜୀରେ ବାୟୁପ୍ରଦୂଷଣ ସମ୍ଭାବନା ଶତପ୍ରତିଶତ। ଏଣୁ ନିଶ୍ୱାସପ୍ରଶ୍ୱାସ ରୋଗୀଙ୍କ ଲାଗି ଏଭଳି ପ୍ରଦୂଷଣ ଘାତକ ହେବା ନିଶ୍ଚିତ। ଏଣୁ ପଶ୍ଚିମବଙ୍ଗ ସରକାର ବୁଧବାର ରାଜ୍ୟରେ ବାଣ ବିକ୍ରି ଓ ଜଳେଇବା ଉପରେ କଟକଣା ଲଗାଇ ଦେଇଛନ୍ତି। ତେବେ ସରକାର ନିଷ୍ପତ୍ତିର ପୁନର୍ବିଚାର କରନ୍ତୁ ବୋଲି ଫାୟାର କ୍ରାକର ସଂଘ ସରକାରଙ୍କୁ ଅପିଲ କରିଛି। ପଶ୍ଚିମବଙ୍ଗ ଆତସବାଜୀ ଉନ୍ନୟନ ସମିତି ସଭାପତି ବବଲା ରାୟ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ସରକାରଙ୍କ ନିଷ୍ପତ୍ତି ଯୋଗୁ ରାଜ୍ୟର ୪ ଲକ୍ଷରୁ ଅଧିକ ଲୋକଙ୍କ ଜୀବନ ଜୀବିକା ପ୍ରଭାବିତ ହେବ ବୋଲି କହିଛନ୍ତି।

ରାୟ କହିଛନ୍ତି ଯେ ଏହି ୪ ଲକ୍ଷ ଲୋକଙ୍କ ମଧ୍ୟରୁ କେବଳ ଦକ୍ଷିଣ ଚବିଶ ପ୍ରଗଣା ଜିଲ୍ଲାର ଚମ୍ପାହାଟି ଏ ନୁଙ୍ଗିର ୨ଲକ୍ଷ ଲୋକଙ୍କ ବର୍ଷକର ପରିଶ୍ରମ ପାଣିରେ ପଡିବ। ଯଦି ଦିପାବଳୀରେ ଆତସବାଜୀ ହେବନି ତେବେ ସରକାର କିଛି ମାସ ପୂର୍ବରୁ ଏ ସଂକ୍ରାନ୍ତରେ ନିଷ୍ପତ୍ତି ନେବାର ଥିଲା ଓ ଅଗ୍ରୀମ ଜଣାଇବାର ଥିଲା। ଏବେ ବ୍ୟବସାୟୀମାନେ କାରବାର ଲାଗି କିଣି ସାରିବାପରେ ସରକାର ଅଚାନକ ଆତସବାଜୀ ନିଷିଦ୍ଧ କରିବା କୋଟିକୋଟି ଟଙ୍କାର କ୍ଷତିର କାରଣ ହେବ ବୋଲି ରାୟ କହିଛନ୍ତି।

ପ୍ରଥମରୁ କରୋନା ଲକଡାଉନ ଯୋଗୁ ଲୋକେ ଜୀବିକା ହରାଇ ସାରିଥିବା ବେଳେ ଏବେ ସରକାର ବିଭିନ୍ନ ବାହାନାରେ ଲୋକଙ୍କ ଜୀବନ ଜୀବିକାକୁ ଉଛନ୍ନ କରୁଥିବା ସେ ଅଭିଯୋଗ କରିଛନ୍ତି।  ଯାହାବି ହେଲେ ସରକାର ଲୋକଙ୍କୁ ଦିପାବଳୀରେ ଆତସବାଜୀରୁ ନିବୃତ୍ତ କରିପାରିବେନାହିଁ ବୋଲି ସେ କହିଛନ୍ତି। ଯଦି ଦୋକାନ ଲାଗି ସରକାର ଲାଇସେନ୍ସ ନ ଦିଅନ୍ତି ଲୋକେ ଚୋରା ଲୁଚାରେ ବାଣ ତିଆରି କରି ଫୁଟାଇବା ନିଶ୍ଚିତ। ଏଥିରେ ସରକାରଙ୍କ ଆତସବାଜୀ କଟକଣା ବି ରହିନପାରେ ବୋଲି କହିଛନ୍ତି। ଲୋକେ ହାତରେ ବାଣ ତିଆରି କଲେ ସେ ସବୁ ସରକାରୀ ନିୟମ ୯୦ ଡେସିବଲ ଶବ୍ଦରୁ ଅଧିକ ହେବ। ଯାହା ବାୟୁ ସାଙ୍ଗକୁ ଶବ୍ଦ ପ୍ରଦୂଷଣ ମଧ୍ୟ କରିବ ବୋଲି ସେ ଚେତାଇ ଦେଇଛନ୍ତି।

   Related Posts