ଜୁଲାଇ ୩୧ ପର୍ଯ୍ୟନ୍ତ ବଢିଲା ଲକ୍ଡାଉନ୍: ପଶ୍ଚିମବଙ୍ଗରେ ଡରାଉଛି କରୋନା, ବିଧାୟକଙ୍କ ମୃତ୍ୟୁ
24/06/2020 at 8:01 PM

କୋଲକାତା ୨୪।୦୬: ସବୁ ପ୍ରୟାସ ପରେ ବି କରୋନାରେ ଲାଗୁନି ଲଗାମ୍। ଦେଶ ସହିତ ରାଜ୍ୟରେ ହୁ ହୁ ହୋଇ ବଢି ଚାଲିିଛି ସଂକ୍ରମିତଙ୍କ ସଂଖ୍ୟା। ବଢୁଥିବା କରୋନା ସଂକ୍ରମଣ ପ୍ରାର୍ଦୁଭାବ ଉପରେ ରୋକ୍ ଲଗାଇବା ଲାଗି ପଶ୍ଚିମବଙ୍ଗର ମମତା ସରକାର ରାଜ୍ୟରେ ଜୁଲାଇ ୩୧ ପର୍ଯ୍ୟନ୍ତ ଲକ୍ଡାଉନ୍ ବଢାଇବାକୁ ନିଷ୍ପତ୍ତି ନେଇଛନ୍ତି। ମମତା ସରକାର ଏହା ମଧ୍ୟ କହିଛନ୍ତି ଯେ, ଏହି ଲକ୍ଡାଉନ୍ରେ ପୂର୍ବ ତୂଳନାରେ ଲୋକଙ୍କୁ ଅଧିକ ରିଆତି ମିଳିବ।
Lockdown in the state extended till 31st July with certain relaxations: West Bengal Government pic.twitter.com/utW4X2u6oT
— ANI (@ANI) June 24, 2020
ଏହା ପୂର୍ବରୁ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସର୍ବଦଳୀୟ ବୈଠକ ଡକାଇଥିଲେ। ଏହି ବୈଠକରେ ରାଜ୍ୟର ସଦ୍ୟତମ ସ୍ଥିତିକୁ ନେଇ ଆଲୋଚନା ହୋଇଥିଲା। ବୈଠକ ପରେ ମମତା ବାନାର୍ଜୀଙ୍କ ସକରାର ଲକ୍ଡାଉନ୍ ଲାଗୁ କରିବାକୁ ନିଷ୍ପତ୍ତି ନେଇଛନ୍ତି। କିନ୍ତୁ କିଛି ସର୍ତ୍ତ ସହିତ ଏହି ଲକ୍ଡାଉନ୍ ଜୁଲାଇ ୩୧ ପର୍ଯ୍ୟନ୍ତ ଲାଗୁ ରହିବ।
ପଶ୍ଚିମବଙ୍ଗରେ ସଂପ୍ରତି ଜାରି ଲକ୍ଡାଉନ୍ ଜୁନ ୩୦ରେ ସମାପ୍ତ ହେବାର ଥିଲା। ହେଲେ ସ୍ଥିତିକୁ ଦୃଷ୍ଟିରେ ରଖି ଆଜି ରାଜ୍ୟ ସଚିବାଳୟ ସାମ୍ନାରେ ସ୍ଥିତ ସଭାଗାରରେ ସର୍ବଦଳୀୟ ବୈଠକ ଡକାଯାଇଥିଲା। ବୈଠକ ପରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି ଯେ, ନେତାଙ୍କ ମଧ୍ୟରେ ଭିନ୍ନ ଭିନ୍ନ ବିଚାର ଥିଲା। କିନ୍ତୁ ଶେଷରେ ସ୍ଥିର କରାଯାଇଥିଲା ଯେ, କିଛି କୋହଳ ସହିତ ଜୁଲାଇ ଶେଷ ପର୍ଯ୍ୟନ୍ତ ଲକ୍ଡାଉନ୍ ଅବଧି ବଢାଯିବ।

ଉଲ୍ଲେଖଯୋଗ୍ୟ, ସ୍ଵାସ୍ଥ୍ୟ ମନ୍ତ୍ରଣାଳୟର ଓ୍ଵେବ୍ସାଇଟ୍ରେ ଉପଲବ୍ଧ ସୂଚନା ଅନୁଯାୟୀ, ପଶ୍ଚିମବଙ୍ଗରେ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୪୯୩୦ ରହିଛି। ରାଜ୍ୟରେ କରୋନାଜନିତ ମୃତ୍ୟୁସଂଖ୍ୟା ୫୮୦ ରହିଛି। ରାଜ୍ୟରେ ଏ ପର୍ଯ୍ୟନ୍ତ ସଂକ୍ରମିତଙ୍କ ସଂଖ୍ୟା ୧୪,୭୨୮ ରହିଛି। ଅନ୍ୟପକ୍ଷେରେ ଆଉ ଏକ ଗୁରୁତ୍ଵପୂର୍ଣ୍ଣ ତଥା ଦୁଃଖଦ ଘଟଣାକ୍ରମରେ କରୋନାରେ ତୃଣମୂଳ କଂଗ୍ରେସର ଜଣେ ବିଧାୟକଙ୍କର ମୃତ୍ୟୁ ହୋଇଛି। ମୃତ ବିଧାୟକ ହେଉଛନ୍ତି ଦକ୍ଷିଣ ୨୪ ପ୍ରଗଣାର ବିଧାୟକ ତମୋନାଶ ଘୋଷ। ତାଙ୍କ ବିୟୋଗରେ ଗଭୀର ଶୋକ ବ୍ୟକ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ତଥା ଟିଏମସି ସୁପ୍ରିମୋ ମମତା ବାନାର୍ଜୀ। ସେ କହିଛନ୍ତି ତମୋନାଶଙ୍କ ବିୟୋଗରେ ସେ ମର୍ମାହତ।
Very, very sad. Tamonash Ghosh, 3-time MLA from Falta & party treasurer since 1998 had to leave us today. Been with us for over 35 years, he was dedicated to the cause of the people & party. He contributed much through his social work. (1/2)
— Mamata Banerjee (@MamataOfficial) June 24, 2020