ବାୟା କରୁଛନ୍ତି ବଙ୍ଗୀୟ ସୁନ୍ଦରୀ, ୨୫୦ରେ ଭିଡିଓ କଲ୍, ୫୦୦ ଟଙ୍କା ଦେଲେ ଆଉ ପାଦେ…

Published By : Prameya-News7 Bureau | November 08, 2020 IST

ପୁରୀ,୦୮/୧୧: କରୋନା ମହାମାରୀ ସମୟରେ ଅନଲାଇନ୍‌ ସେକ୍ସ ରାକେଟ୍‌ର ଚାହିଦା ଅହେତୁକ ବୃଦ୍ଧି ପାଇଛି। ବିଭିନ୍ନ ଦରରେ ଭିନ୍ନ ପ୍ରକାରର ଅଫର କରାଯାଉଛି। ଅଢେଇ ଶହ ଟଙ୍କା ଅନ୍‌ଲାଇନ୍‌ରେ ଡିପୋଜିଟ୍‌ କଲେ ଆପଣଙ୍କ ମୋବାଇଲକୁ  ଆସିବ ଭିଡିଓ କଲ। ସେପଟେ ଜଣେ ସୁନ୍ଦରୀ ଲଳନା ହସହସ ମୁହଁରେ ଠିଆ ହୋଇଥିବେ। ଆଉ ଟିକେ ଆଗକୁ ବଢ଼ିବାକୁ ହେଲେ ପୁଣି ୫୦୦ ଟଙ୍କା ପଠାଇବେ । ଏମିତି ଟଙ୍କା ପଠାଇ ରୂପଜୀବୀଙ୍କ ଜାଲରେ ଫସିଛନ୍ତି ଅନେକ ବ୍ୟକ୍ତି। ଏମିତି ଘଟଣା ଏବେ ପୁରୀରେ ଚର୍ଚ୍ଚାର ବିଷୟ ପାଲଟିଛି।

ସ୍ମାର୍ଟ ଯୁବତୀ ଜଣକ ଆପଣଙ୍କ କଥାରେ ଅଶ୍ଲୀଳତାର ସୀମା ଲଂଘିବେ। ଉତ୍ତେଜନାର ବଶବର୍ତ୍ତୀ ଗ୍ରାହକ ପୁଣି ପାଦେ ଆଗକୁ ବଢ଼ି ଦେଖା କରିବାକୁ ଚାହିଁବେ। ସେପଟୁ ଯୁବତୀ କହିବେ ୫ଜଣ ମିଶି ୧୦୦୦ଟଙ୍କା ଲେଖାଏଁ ପଠାଅ । ମୁଁ ଠିକଣା ଜାଗାରେ ପହଞ୍ଚିଯିବି। ଅତି ଉତ୍ସାହରେ ପୁଣି ୫ଜଣ ମିଶି ୫୦୦୦ ଡିପୋଜିଟ୍‌ କଲା ମାତ୍ରେ ସେପଟୁ ଲାଇନ୍‌ କଟିଯିବ। ଯେତେ କଲ୍‌ କଲେ ବି କେହି ଉଠାଇବେ ନାହିଁ ।

ଏମିତି ଅଭିବନ ଉପାୟରେ ଉପାୟରେ ଲୁଟେରା ସାଜିଛି ଜଣେ ବଙ୍ଗୀୟ ସୁନ୍ଦରୀ । ଅନେକ ଯୁବକ ଏହି ଯୁବତୀଙ୍କ ମାୟା ଜାଲରେ ପଡ଼ି ବହୁ ଟଙ୍କା ହରାଇଲେଣି । ଭିଡିଓ କଲରେ ନିଜର ଅର୍ଧଉଲଗ୍ନ ଶରୀର ଦେଖାଇ ଯୁବକଙ୍କୁ ପ୍ରଲୋଭିତ କରାଇବା ପରେ ହଜାର ହଜାର ଟଙ୍କା ଠକି ନେଉଛି ଯୁବତୀ । ଟଙ୍କା ଦେଇ ଫୋନ୍‌ରେ କିଛି ସମୟ ଅଶ୍ଲୀଳ ଶରୀର ଦେଖିବା ପରେ ଯୁବକମାନେ ହେଉଛନ୍ତି ଠକେଇର ଶିକାର । ଏହି ଠକେଇ ବିଷୟ ଏବେ ଟୁଇଟର୍‌ରେ ଭାଇରାଲ୍‌ ହୋଇଛି । ଯାହା ପୁରୀ ସହରରେ ଏକ ଚର୍ଚ୍ଚାର ବିଷୟ ପାଲଟିଛି ।

ଯୁବତୀ ଜଣକ ପଶ୍ଚିମବଙ୍ଗର ବୋଲି ପରିଚୟ ଦେଉଛି । ସେ ଫେସ୍‌ବୁକ୍‌ ମେସେଞ୍ଜର୍‌କୁ କରିଛି ଅସ୍ତ୍ର । ପ୍ରଥମେ ଯୁବତୀ ଜଣକ ଫେସ୍‌ବୁକ୍‌ ମାଧ୍ୟମରେ ଯୁବକଙ୍କୁ ପସନ୍ଦ କରୁଛି । ଏହାପରେ ଆସୁଛି ଫ୍ରେଣ୍ଡ୍‌ ରିକ୍ୟୁଏଷ୍ଟ୍‌ । ଏହି ରିକ୍ୟୁଏଷ୍ଟ ଗ୍ରହଣ କରୁଥିବା ଯୁବକଙ୍କୁ ଫସାଇ ଦେଉଛି ଯୁବତୀ । ମେସେଞ୍ଜର୍‌ ମାଧ୍ୟମରେ ଯୁବକଙ୍କ ସମ୍ପୂର୍ଣ୍ଣ ଠିକଣା ଓ ମୋବାଇଲ ନମ୍ବର ସଂଗ୍ରହ କରି ୨୫୦ ଟଙ୍କା ଡିପୋଜିଟ୍‌ କଲା ମାତ୍ରେ ପ୍ରଥମ ପର୍ଯ୍ୟାୟ ଠକେଇ ଆରମ୍ଭ ହୋଇ ଯାଉଛି । ଏ

ପ୍ରଥମେ ଆଇଡି ଅସଲି କି ନକଲି ତାହା ଜଣାଇବାକୁ ପ୍ରସ୍ତାବ ଦେଉଛି ଯୁବତୀ । ୨୫୦ ଟଙ୍କା ପଠାଇଲେ ଭିଡିଓ କଲ୍‌ କରି ଯୁବକଙ୍କୁ ନିଜର ସୌନ୍ଦର୍ଯ୍ୟ ଦେଖାଇବାକୁ କହୁଛି । ଯୁବତୀଙ୍କ ପ୍ରସ୍ତାବରେ ରାଜି ହୋଇ ଏହି ପରିମାଣର ଟଙ୍କା ପଠାଇ ଭିଡିଓ କଲ୍‌ରେ କେବଳ ବାର୍ତ୍ତାଳାପ ହେଉଛି । ଏହାପରେ ଯୁବତୀ ପ୍ରସ୍ତାବ ଦେଉଛି ଯେ, ୫୦୦ ଟଙ୍କା ଦେଲେ ଯୁବକ ଯାହା କହିବେ ସେ ଭିଡିଓ ମାଧ୍ୟମରେ ତାହା କରି ଦେଖାଇବେ। ପୁରୀ ସହରର ଏକାଧିକ ଯୁବକ ଏହିଭଳି ଟଙ୍କା ଡିପୋଜିଟ୍‌ କରି ଫସିଛନ୍ତି । ତୃତୀୟ ପର୍ଯ୍ୟାୟରେ ଯୁବତୀ ପ୍ରସ୍ତାବ ଦେଇଥିଲୋ ଯେ, ଅତିକମ୍‌ରେ ୫ଜଣ ୧ ହଜାର ଟଙ୍କା ଲେଖାଏଁ ଦେଲେ ସେ ପୁରୀରେ ଆସି ପହଞ୍ଚିବେ । ଏଥିରେ ରାଜି ହୋଇ କିଛି ଯୁବକ ହଜାର ହଜାର ଟଙ୍କା ଠକ ଯୁବତୀଙ୍କ ଆକାଉଣ୍ଟରେ ଡିପୋଜିଟ୍‌ କରି ଦେଇଛନ୍ତି । ଅଧିକ ଟଙ୍କା ପାଇବା ପରେ ଯୁବତୀ ଜଣକ ଯୁବକଙ୍କ ଆଇଡିକୁ ବ୍ଲକ କରି ଦେଉଥିବା ଅଭିଯୋଗ ହୋଇଛି ।

ଅନେକ ଯୁବକ ଏହି ଠକେଇର ଶିକାର ହେବା ପରେ ସହରର ଗଳି କନ୍ଦିରେ ଏନେଇ ଆଲୋଚନା ହୋଇଥିଲା । ହେଲେ ଲୋକଲଜ୍ଜାରେ କେହି ମୁହଁ ଖୋଲୁନଥିଲେ । ସହରର ଯୁବନେତା ଆଲୋକ କୁମାର ଦାଶ ନାମକ ଜଣେ ଯୁବକ ଏହି ଘଟଣାର ସତ୍ୟାସତ୍ୟ ଜାଣିବା ପାଇଁ ସମ୍ପୃକ୍ତ ଯୁବତୀଙ୍କ ସହ ଯୋଗାଯୋଗ କରିଥିଲେ । ଆଲୋକ ଜଣେ ରାଜନୈତିକ ବ୍ୟକ୍ତି ବୋଲି ଜାଣିପାରିବାରୁ ତାଙ୍କୁ ବ୍ଲକ୍‌ କରିଥିଲା ଯୁବତୀ । ଯୁବତୀ ଟଙ୍କା ନେଇ ଏହି ଆଇଡି ବ୍ଲକ କରିବା ପରେ ଆଲୋକ ଘଟଣା ଉପରେ ଟୁଇଟର୍‌ରେ ଜଣାଇଥିଲେ। ଏହାପରେ ଘଟଣା ପଦାକୁ ଆସିଥିଲା । ଏ ଠକ ଯୁବତୀଙ୍କ କାରନାମା ଉପରେ ଯୁବପିଢ଼ି ହୁସିଆର ରହିବା ଲାଗି ଆଲୋକ ପରାମର୍ଶ ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.