୪ ଗର୍ଲଫ୍ରେଣ୍ଡଙ୍କୁ ଏକା ସହିତ କରୁଥିଲେ ଡେଟ୍ : ଏକା ସମୟରେ ପହଞ୍ଚିଗଲେ ଯୁବକଙ୍କ ଘରେ , ଆଉ ତା’ପରେ..

Published By : Prameya-News7 Bureau | November 12, 2021 IST

ନୂଆଦିଲ୍ଳୀ ୧୨।୧୧ : ପଶ୍ଚିମବଙ୍ଗର କୁଚବେହାରରେ ଏକ ଆଶ୍ଚର୍ଯ୍ୟଜନକ ତଥା ରୋଚକ ଘଟଣା ଘଟିଛି। ଜଣେ ଯୁବକ ୪ ଯୁବତୀଙ୍କୁ ପ୍ରେମ କରି ଧରାପଡିବା ପରେ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଏହି ଘଟଣା ପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। କୁଚବିହାର ମାଥାବାଙ୍ଗାର ଜୋରପଟକି ଗ୍ରାମରେ ଏହି ଘଟଣା ଘଟିଛି।

ସୂଚନା ଅନୁଯାୟୀ କୁଚବିହାରର ଜୋରପଟିକରେ ରହୁଥିବା ସୁଭମୟ କର ନାମକ ଏହି ଯୁବକ ଏକ ସମୟରେ ଚାରି ଝିଅଙ୍କ ସହ ପ୍ରେମ ସମ୍ପର୍କ ରଖିଥିଲେ। ହେଲେ ଘଟଣା ଦୁଇ ଦିନ ପରେ ଯୁବକ ତାଙ୍କ କାମକୁ ଯିବାକୁ ଘରୁ ବାହାରୁ ଥିଲେ। କିନ୍ତୁ ସେ ଘରୁ ବାହାରିବା ପୂର୍ବରୁ ତାଙ୍କର ଚାରିଜଣ ଗର୍ଲଫ୍ରେଣ୍ଡ ଏକାଠି ତାଙ୍କ ଘର ଆଗରେ ଜଗି ବସିଥିଲେ। କିନ୍ତୁ ଯେତେବେଳେ ଚାରିଜଣ ପରସ୍ପର ବିଷୟରେ ଜାଣିବାକୁ ପାଇଲେ, ସେମାନେ ସମସ୍ତେ ଏକାଠି ହୋଇ ଯୁବକଙ୍କ ଘର ଆଗରେ ଚଢାଉ କରି ତାଙ୍କୁ ପ୍ରତାରଣା କରିଥିବା ନେଇ ଅଭିଯୋଗ କରିଥିଲେ। ଏହା ଜାଣିବା ପରେ ଯୁବକ ଜଣଙ୍କ ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଥିଲେ। ଏହା ପରେ ସମସ୍ତଙ୍କ ମଧ୍ୟରେ ତୀବ୍ର ଯୁକ୍ତିତର୍କ ହୋଇଥିଲା। ଏଥିରେ ବିବ୍ରତ ହୋଇ ଯୁବକ ଜଣଙ୍କ ତାଙ୍କ ରୁମ୍‌କୁ ଯାଇ ବିଷ ଖାଇ ଦେଇଥିଲ।

ଫଳରେ ତାଙ୍କ ଅବସ୍ଥା ବିଗିଡି ଯାଇଥିଲା । ଏହ ସବୁ ଦେଖିବା ପରେ ପଡୋଶୀମାନେ ତାଙ୍କୁ ମାଥାବାଙ୍ଗା ଡାକ୍ତରଖାନାକୁ ନେଇଥିଲେ, ଏବଂ ପରେ ତାଙ୍କୁ କୁଚବିହାର ଜିଲ୍ଳା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ତାଙ୍କୁ ମଧ୍ୟ ସୂଚନା ଦିଆଯାଇଛି ଯେ ଗର୍ଲଫ୍ରେଣ୍ଡମାନେ ତାଙ୍କ ବିରୋଧରେ କୌଣସି ପ୍ରକାରର ଅଭିଯୋଗ କରିନାହାଁନ୍ତି। ତେବେ ଯୁବକ ଏହି ପ୍ରସଙ୍ଗରେ କିଛି କହିବାକୁ ମନା କରିଦେଇଥିଲେ। କିନ୍ତୁ ଡାକ୍ତରଖାନା ସୂତ୍ରରୁ ପ୍ରକାଶ ଯେ ବର୍ତ୍ତମାନ ତାଙ୍କ ଅବସ୍ଥା ବିପଦ ମୁକ୍ତ ଅଛନ୍ତି କିନ୍ତୁ ଗମ୍ଭୀର ରହିଛି ।। ହେଲେ ଡାକ୍ତରମାନେ ତାଙ୍କୁ ନଜରରେ ରଖିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.