LIFESTYLE
suno sunao
Aao Nxt
LIFESTYLE_728X90
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ନବୀନ ନିବାସରେ ମମତା ବାନାର୍ଜୀ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି କଲେ ଆଲୋଚନା

23/03/2023 at 4:50 PM

ଭୁବନେଶ୍ବର ୨୩।୩: ନବୀନ ନିବାସରେ ପହଞ୍ଚିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଓଡ଼ିଶା ଗସ୍ତରେ ଆସି ଆଜି ଅନ୍ତିମ ଦିବସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି ମମତା । ଏହି ସମୟରେ 5-T ସଚିବ ଭି.କେ. ପାଣ୍ଡିଆନ ମଧ୍ୟ ଉପସ୍ଥିତ ଥିଲେ ।

ତିନି ଦିନିଆ ଓଡିଶା ଗସ୍ତରେ ଆସିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଓଡ଼ିଶା ଗସ୍ତରେ ଆସିଥିବା ମମତା ବାନାର୍ଜୀ ଗତ ୨୧ ତାରିଖ ଅପରାହ୍ନରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ସେଠାରୁ ସିଧାସଳଖ ସଡ଼କପଥ ଦେଇ କଡ଼ା ସୁରକ୍ଷା ମଧ୍ୟରେ ପୁରୀରେ ପହଞ୍ଚିଥିଲେ । ସମୁଦ୍ର କୂଳ ନିକଟ ନିର୍ବାଣ ନିବାସରେ ଦିଦି ଦୁଇ ଦିନ ଅବସ୍ଥାନ କରିବା ସହ ଶ୍ରୀମନ୍ଦିର ଯାଇ ଜଗା ଦର୍ଶନ କରି ଆଶିଷ ଲାଭ କରିଥିଲେ । ପରେ ପଶ୍ଚିମବଙ୍ଗ ଅତିଥି ଭବନ ପାଇଁ ଜାଗା ଦେଖିଥିଲେ ମମତା ।

ପଶ୍ଚିମବଙ୍ଗ ଅତିଥି ଭବନ ନିର୍ମାଣ ପାଇଁ ଓଡ଼ିଶା ସରକାରଙ୍କ ପକ୍ଷରୁ ଚୟନ ହୋଇଥିବା ଜାଗାକୁ ଦେଖି ଦିଦି ବେଶ୍ ପସନ୍ଦ କରିଥିଲେ । ତେବେ ପୁରୀ ସଦର ଗିରଳ ନିକଟ ସିପସରୁବାଲି ମଉଜାରେ ପଶ୍ଚିମବଙ୍ଗ ଅତିଥି ଭବନ ପାଇଁ କେତେ ଜାଗା ରାଜ୍ୟ ସରକାର ଯୋଗାଇ ଦେବେ ସେନେଇ ମୁଖ୍ୟମନ୍ତ୍ରୀଙ୍କ ସହ ଦିଦି ଆଲୋଚନା କରିଥିବେ ।

   Related Posts