ଓଡିଶାରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ଆଜି ଶ୍ରୀଜିଉଙ୍କୁ କରିବେ ଦର୍ଶନ
26/02/2020 at 9:10 AM

ଭୁବନେଶ୍ବର ୨୬।୨: ଓଡ଼ିଶା ଆସିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ସେ ୪ ଦିନିଆ ଓଡ଼ିଶା ଗସ୍ତରେ ଆସି ରାତିରେ ଭୁବନେଶ୍ବରରେ ପହଞ୍ଚିଛନ୍ତି । ରାଜ୍ୟ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ ଆରୁଖ, ଗୃହ ସଚିବ ସଂଜୀବ ଚୋପ୍ରା, ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ ପ୍ରମୁଖ ତାଙ୍କୁ ଏୟାରପୋର୍ଟରେ ସ୍ବାଗତ କରିଥିଲେ ।
ମମତା ବାନାର୍ଜୀ ସେଠାରୁ ସିଧାସଳଖ ପୁରୀ ଯାଇଛନ୍ତି । ଗତକାଲି ପୁରୀର ଏକ ଘରୋଇ ହୋଟେଲରେ ସେ ରାତ୍ରୀ ଯାପନ କରିଥିଲେ । ଆଜି ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରିବେ ମମତା ବାନାର୍ଜୀ ।
ଆସନ୍ତାକାଲି ମମତା, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି । ଆସନ୍ତା ୨୮ ତାରିଖରେ ଭୁବନେଶ୍ବରରେ ପୂର୍ବାଞ୍ଚଳ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ସମ୍ମିଳନୀରେ ମମତା ବାନାର୍ଜୀ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।
Related Posts
ଡାକ୍ତରଙ୍କ ଶତ ଚେଷ୍ଟା ବିଫଳ , ସ୍ଵାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ପରଲୋକ
29 January 2023