ହିଂସାକୁ ନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଚେତାବନୀ, କହିଲେ- ଦଙ୍ଗା ଉସକାଉଥିବା ଲୋକଙ୍କ ବିରୋଧରେ ହେବ କଡା କାର୍ଯ୍ୟାନୁଷ୍ଠାନ

Published By : Prameya-News7 Bureau | June 11, 2022 IST

କୋଲକାତା ୧୧।୬:  ପୂର୍ବତନ ବିଜେପି ମୁଖପାତ୍ର ନୂପୁର ଶର୍ମାଙ୍କ ବିବାଦୀୟ ବୟାନକୁ ନେଇ ଶୁକ୍ରବାର ନମାଜ ପରେ ସାରା ଦେଶରେ ଉତ୍ତେଜକ ବିକ୍ଷୋଭ ହୋଇଛି। ତେବେ ପଶ୍ଚିମବଙ୍ଗ ରଜଧାନୀ କୋଲକାତାରେ ଶନିବାର ମଧ୍ୟ ଉତ୍ତେଜନା ଜାରି ରହିଛି। ହାୱଡା ପଞ୍ଚଲା ବଜାରରେ ବିକ୍ଷୋଭକାରୀ ଓ ପୋଲିସ ମଧ୍ୟରେ ସଂଘର୍ଷ ପରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଉପଦ୍ରବୀଙ୍କୁ ଚେତାବନୀ ଦେଇଛନ୍ତି। ତମାମ ଘଟଣା ପଛରେ କିଛି ରାଜନୈତିକ ଦଳଙ୍କ ହାତ ଥିବା ମୁଖ୍ୟମନ୍ତ୍ରୀ ସନ୍ଦେହ କରୁଥିବା ବେଳେ ହିଂସାକୁ ଉସକାଉଥିବା ପ୍ରତ୍ୟେକଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ ବୋଲି ଚେତାବନୀ  ଦେଇଛନ୍ତି।

{"id":640460,"sizeSlug":"full","linkDestination":"none"}

ଏ ନେଇ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏକ ଟ୍ୱିଟ୍‌ କରିଛନ୍ତି। ଏଥିରେ ମୁଁ ପୂର୍ବରୁ ବି କହିଛି ..ଗତ ଦୁଇ ଦିନ ହେଲା ହିଂସାତ୍ମକ କାଣ୍ଡ ଯୋଗୁ ହାୱଡାରେ ଦୈନନ୍ଦିନ ଜୀବନ ପ୍ରଭାବିତ ହେଉଛି। ଏହା ପଛରେ କିଛି ରାଜନୈତିକ ଦଳ ଅଛନ୍ତି ଓ ସେମାନେ ଦଙ୍ଗା ଉସକାଇବାକୁ ଉଦ୍ୟମ କରୁଛନ୍ତି। ଏହାକୁ ଆଦୌ ବରଦାସ୍ତ କରାଯିବନି ଓ କଡ଼ା କାର୍ଯ୍ୟାନୁଷ୍ଠାନ କରାଯିବ ବୋଲି ମମତା ବାନାର୍ଜୀ ଚେତାଇ ଦେଇଛନ୍ତି। ସେପଟେ ଉଲବେରିଆ ସବଡିଭିଜନରେ ଜାରି ୧୪୪ ଧାରା ଜୁନ ୧୫ ତାରିଖ ପର୍ଯ୍ୟନ୍ତ ସମ୍ପ୍ରସାରିତ ହୋଇଛି।

{"id":640462,"width":842,"height":474,"sizeSlug":"full","linkDestination":"none"}

ନୂପୁର ଶର୍ମାଙ୍କ ବୟାନକୁ ନେଇ ଶୁକ୍ରବାର ନମାଜ ପରେ ବିଭିନ୍ନ ସ୍ଥାନରେ ଥିବା ମସଜିଦ ଆଗରେ ଲୋକେ ବିକ୍ଷୋଭ କରିଥିବା ବେଳେ କାର୍ଯ୍ୟାନୁଷ୍ଠାନ ଦାବି କରି ଟେକାପଥର ମାଡ କରିଛନ୍ତି। ଏଥିରେ ଉପଦ୍ରବୀମାନେ ଛୋଟ ଛୋଟ ଛୁଆଙ୍କୁ ଆଗକୁ କରି ପଛରେ ରହି ପୋଲିସ ଉପରକୁ ଟେକାପଥର ମାଡ କରୁଥିବା ଦେଖା ଯାଇଛି। ତେବେ ପଶ୍ଚିମବଙ୍ଗରେ ଏପରି କୌଣସି ଗତିବିଦ୍ଧିକୁ ପ୍ରଶ୍ରୟ ଦିଆଯିବନି ବୋଲି ମମତା ବାନାର୍ଜୀ ଚତାଇ ଦେଇଛନ୍ତି। ଶୁକ୍ରବାର ବିକ୍ଷୋଭ ବେଳେ ଉପଦ୍ରବୀମାନେ ବିଜେପି କାର୍ଯ୍ୟାଳୟ ପୋଡାଜଳା କରିଥିବାର ନଜିର ରହିଛି।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.