ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ହାୱଡ଼ା ଏକ୍ସପ୍ରେସ୍‌ରେ ଅଗ୍ନିକାଣ୍ଡ: କୋଲକାତା ଫେରୁଥିବା ବେଳେ ଏସି କୋଚ୍‌ରେ ଲାଗିଲା ନିଆଁ
  • ||
  • ଆନନ୍ଦପୁର : ବାଇକକୁ ପଛପଟୁ ପିଟିଲା କାର୍‌, ଦୁଗ୍ଧ ବିକ୍ରି କରିବାକୁ ବାହାରିଥିଲେ ରବିନ୍ଦ୍ର
  • ||
  • ଓସ୍କାର ବିଜେତା ଗାୟିକା ଆଇରିନ କାରାଙ୍କ ଦେହାନ୍ତ, ୬୩ ବର୍ଷରେ ଦୁନିଆକୁ କହିଲେ ଅଲବିଦା
  • ||
  • IND vs NZ : ବର୍ଷାରେ ଧୋଇଗଲା ମ୍ୟାଚ୍, ୨ ଦିନିକିଆ ବାତିଲ
  • ||

ବିଜେପି ଶୋଭାଯାତ୍ରାରେ ଆମ୍ବୁଲାନ୍ସକୁ ବାଟ ଛାଡିଲେନି, ନେତା କହିଲେ ‘ ଅଲଗା ରାସ୍ତାରେ ଯାଅ, ଆମ ଲୋକଙ୍କୁ ବ୍ୟସ୍ତ କରନି’ ..ଭିଡିଓ ଭାଇରାଲ

9/01/2020 at 5:55 PM

 ନୂଆଦିଲ୍ଲୀ ୦୯/୦୧-  ପଶ୍ଚିମବଙ୍ଗର ବିଜେପି ରାଜ୍ୟ ସଭାପତି ଦିଲୀପ ଘୋଷଙ୍କ ଏକ ଭିଡିଓ ଏବେ ଭାଇରାଲ । ଜରୁରୀ ସେବାରେ ଥିବା ଆମ୍ବଲାନ୍ସକୁ ବାଟ ଛାଡିଲେନି ବିଜେପି କର୍ମୀ । ଆଉ ନେତା ଦିଲୀପ ଘୋଷ କହିଲେ ଅନ୍ୟ ରାସ୍ତାରେ ଯାଅ ।  ମିଟିଂ ପାଇଁ ଏକାଠି ହୋଇଥିବା ଲୋକଙ୍କୁ  ବ୍ୟସ୍ତ ନକରିବାକୁ  ଦେଲେ ନିର୍ଦ୍ଦେଶ । ଆମ୍ବୁଲାନ୍ସ ଡ୍ରାଇଭର ଏବଂ କର୍ମଚାରୀଙ୍କୁ ବିଜେପି ନେତାଙ୍କ  ଏପରି ତାଗିଦ ସହ ଅବରୋଧକୁ  ନେଇ ଏବେ ଜୋର ପ୍ରତିକ୍ରିୟା । 

 ପଶ୍ଚିମବଙ୍ଗର ନଦିଆ ଜିଲ୍ଲା ଅନ୍ତର୍ଗତ  କ୍ରିଷ୍ଣାମଗରରେ ବିଜେପିର  ଦଳୀୟ ରାଲି ବେଳେ ଏହି ଘଟଣା ଘଟିଛି । ଦଳୀୟ ରାଲିରେ ପଶ୍ଚିବଙ୍ଗ  ବିଜେପି ମୁଖ୍ୟ  ଦିଲୀପ ଘୋଷ ଭାଷଣ ଦେଉଥିବା ବେଳେ ସେହି ରାସ୍ତା ଦେଇ ଏକ ଆମ୍ବୁଲାନ୍ସ ଆସିଥିଲା । ରାଲି ଓ ସଭା ରାସ୍ତାକୁ ଅବରୋଧ କରିଥିବାରୁ ଆମ୍ବୁଲାନ୍ସ ଲାଗି ସମସ୍ୟା ହୋଇଥିଲା । କିନ୍ତୁ ବାଟ ଛାଡି ନଥିଲେ ବିଜେପି କର୍ମୀ । ଆଉ ସେତେବେଳେ ଭାଷଣ ଦେଉଥିବା ବିଜେପି ନେତା ଦିଲୀପ ଘୋଷ ଆମ୍ବଲାନ୍ସକୁ ଅନ୍ୟ ଏକ ବିକଳ୍ପ ରାସ୍ତାରେ ଯିବାକୁ କହୁଥିବା ଶୁଣିବାକୁ ମିଳିଥିଲା । ସେ କହୁଥିଲେ, “   ସେମାନଙ୍କୁ କହିଦିଅ ଆମ୍ବଲାନ୍ସ ଗାଡିକୁ ଅନ୍ୟ ପଟକୁ ନେଇଯିବେ । ଏଠାରେ ଜାଗା ନାହିଁ । ସେମାନଙ୍କୁ କହିଦିଅ, ଏପଟରେ ଆସି ହେବନି , ପ୍ରତ୍ୟେକ ଲେକ ଏଠାରେ ବସିଛନ୍ତି. ସେମାନେ ଡିଷ୍ଟର୍ବ  ହେବେ  । (ଆମ୍ବୁଲାନ୍ସ ଉଦ୍ଦେଶ୍ୟରେ )ଅନ୍ୟପଟକୁ  ଚାଲିଯାଅ, ସେଠାରେ ବହୁତ ଜାଗା ଅଛି  । ସେମାନଙ୍କୁ ପଛ ଗେଟ୍ ଦେଇ ପଠାଇଦିଅ, ସେଠାରେ ବହୁତ ସ୍ଥାନ ରହିଛି “ । ଏତିକି କହି ଆମ୍ବୁଲାନ୍ସକୁ ବାଟ ବନ୍ଦ କରି  ବିଜେପି ନେତା ଦିଲୀପ ଘୋଷଙ୍କ ରାଗ କମିନଥିଲା , ସେ ସେହି ରାସ୍ତାରେ ସେତେବେଳେ ଆମ୍ବୁଲାନ୍ସ ଆସିବା ପାଇଁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଦାୟୀ କରିଥିଲେ । କହିଥିଲେ,ବିଜେପିର କାର୍ଯ୍ୟକ୍ରମକୁ ଭଣ୍ଡୁର କରିବା ଲାଗି ହିଁ , ମମତା ବାନାର୍ଜୀ ସେହି ଆମ୍ବୁଲାନ୍ସ ଗାଡିଟିକୁ ପଠାଇଛନ୍ତି । 

 ବଡ଼ କଥାଟି ହେଲା ଜରୁରୀ ସେବାରେ ନିୟୋଜିତ କୌଣସି ଯାନକୁ ବାଧା ଦେବା ବା ଅଟକାଇବା ଲାଗି ନୂଆ ମୋଟର ଯାନ ଆଇନରେ ୧୦ ହଜାର ଟଙ୍କା ଜରିମାନ ବ୍ୟବସ୍ଥା ରହିଛି । ଅଥଚ. ଜଣେ ଦାୟିତ୍ୱ ସଂପନ୍ନ ବରିଷ୍ଠ ରାଜନେତା ଜୀବନରକ୍ଷା କାର୍ଯ୍ୟରେ ନିୟୋଜିତ ଆମ୍ବୁଲାନ୍ସକୁ ଅଟକାଇବା ବେଳେ ନିୟମ କଥା ଛାଡ, ମାନବିକତାକୁ ବି ଭୁଲିଗଲେ । କିନ୍ତୁ କିଛି ଦିନ ତଳେ ଜାମିଆ ମିଲିଆ ବିଶ୍ୱବିଦ୍ୟାଲୟର ଛାତ୍ର ଛାତ୍ରୀ ଆନ୍ଦୋଳନ କରୁଥିବା ବେଳେ , ଏକ ଆମ୍ବୁଲାନ୍ସକୁ ବାଟ ଛାଡି ଦେଇଥିଲେ । ଯାହାକୁ କି ବିଭିନ୍ନ ମହଲ ବେଶ୍ ପ୍ରଶଂସା କରିଥିଲେ ।

ଅଥଚ ବିଜେପି ନେତା ଆମ୍ବୁଲାନ୍ସକୁ ବାଟ ବଦଳାଇବାକୁ ବାଧ୍ୟ କରିଛନ୍ତି ।  ଦିଲୀପ ଘୋଷଙ୍କ ଏହି କାରନାମାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ । ଅନେକ ଏନେଇ ରଖିଛନ୍ତି ତୀବ୍ର ପ୍ରତିକ୍ରିୟା । ତେବେ  ବିଜେପି ନେତା ଦିଲୀପ ଘୋଷ ପୂର୍ବରୁ ମଧ୍ୟ ବିବାଦୀୟ ବୟାନ ଲାଗି ଚର୍ଚ୍ଚିତ । ଜାମିଆ ଏବଂ ଜେଏନୟୁ ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ ପରିପ୍ରେକ୍ଷୀରେ ତାଙ୍କ ବୟାନ ଆହୁରି ବିବାଦୀୟ । ସେ କହିଥିଲେ ଛାତ୍ର ରାଜନୀତି ଏବଂ ଶିକ୍ଷାନୁଷ୍ଠାନରେ ହିଂସା , ଗଣ୍ଡଗୋଳ ହେଲେ ତାହା ବାମପନ୍ଥୀ ଙ୍କ ଲାଗି ଉପହାର ହୋଇଥାଏ ।

   Related Posts