ପଶ୍ଚିମବଙ୍ଗରେ ହିଂସା : ବୋମା ବିସ୍ଫୋରଣରେ ବିଜେପି କାର୍ଯ୍ୟକର୍ତ୍ତା ଆହତ, ଆକ୍ରମଣକୁ ନେଇ ଟିଏମସିକୁ ଟାର୍ଗେଟ୍

Published By : Prameya-News7 Bureau | December 05, 2020 IST

ପଶ୍ଚିମବଙ୍ଗ ୦୫/୧୨ : ପଶ୍ଚିମବଙ୍ଗରେ ଦିନକୁ ଦିନ ରାଜନୈତିକ ହିଂସା ବୃଦ୍ଧି ପାଇବାରେ ଲାଗିଛି । ଶନିବାର ପୁଣି ଥରେ ରାଜନୈତିକ ହିଂସା ଦେଖିବାକୁ ମିଳିଛି । ଭାରତୀୟ ଜନତା ପାର୍ଟିର ୭ଜଣ କାର୍ଯ୍ୟକର୍ତ୍ତାଙ୍କୁ ଆକ୍ରମଣ କରି ଲହୁଲୁହାଣ କରିଛନ୍ତି ଦୁର୍ବୃତ୍ତ । ପଶ୍ଚିମବଙ୍ଗର ବର୍ଦ୍ଧମାନ ଜିଲ୍ଲାରେ ଜନ ସମ୍ପର୍କ ଅଭିଯାନ ଚାଲିଥିବା ବେଳେ ଏହି ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି । ତେବେ ଆହତ ହୋଇଥିବା ବିଜେପି କର୍ମୀମାନେ ସିଧାସଳଖ ଟିଏମସି କାର୍ଯ୍ୟକର୍ତ୍ତାଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି । କେବଳ ସେତିକି ନୁହେଁ ଆସନସୋଲରେ ହେଉଥିବା ରାଲି ବେଳେ ବୋମା ମଧ୍ୟ ଫିଙ୍ଗାଯାଇଥିବା ବିଜେପି କର୍ମୀମାନେ ଅଭିଯୋଗ କରିଛନ୍ତି ।

wp:core-embed/twitter {"url":"https://twitter.com/ANI/status/1335188329189404672?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1335188329189404672%7Ctwgr%5E%7Ctwcon%5Es1_\u0026ref_url=https%3A%2F%2Fwww.abplive.com%2Fnews%2Findia%2Fwest-bengal-bjp-allegedly-clashed-with-tmc-workers-during-sampark-campaign-in-bardhman-1667004","type":"rich","providerNameSlug":"twitter","className":""}
https://twitter.com/ANI/status/1335188329189404672?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1335188329189404672%7Ctwgr%5E%7Ctwcon%5Es1_&ref_url=https%3A%2F%2Fwww.abplive.com%2Fnews%2Findia%2Fwest-bengal-bjp-allegedly-clashed-with-tmc-workers-during-sampark-campaign-in-bardhman-1667004
/wp:core-embed/twitter

ବିଜେପିର ସ୍ଥାନୀୟ ନେତା ଲେଖନ ଘୋରୁଏ ଅଭିଯୋଗ କରିଛନ୍ତି ଯେ, ତୃଣମୂଳ କଂଗ୍ରେସର ଗୁଣ୍ଡାମାନେ ଗୁଳି ଚଳାଇବା ସହିତ ବମ ମଧ୍ୟ ପକାଇଛନ୍ତି । ଯେଉଁଥିରେ ୭ ଜଣ ଆହତ ହୋଇଛନ୍ତି । ତେବେ ପୋଲିସକୁ ଏବାବଦରେ ଜଣାଇଥିଲେ ସୁଦ୍ଧା କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉନଥିବା ସେ ଅଭିଯୋଗ କରିଛନ୍ତି । ଅନ୍ୟ ପଟେ ଟିଏମସି ମଧ୍ୟ ବିଜେପି ଉପରେ ସମାନ ଆରୋପ ଲଗାଇଛି । ତୃଣମୂଳ କଂଗ୍ରେସ ନେତା ବିଧାନ ଉପାଧ୍ୟାୟ କହିଛନ୍ତି, ବିଜେପିର ରାଲି ଥିଲା, ଯେଉଁଥିରେ ସେମାନେ ବୋମା ନେଇକି ଆସିଥିଲେ । ବିଜେପି କାର୍ଯ୍ୟକର୍ତ୍ତା ଟିଏମସି କାର୍ଯ୍ୟକର୍ତ୍ତାଙ୍କ ଉପରେ ଆକ୍ରମଣ କରିଥିବା ପାଲଟା ଅଭିଯୋଗ କରିଛନ୍ତି ତୃଣମୂଳ କଂଗ୍ରେସ ନେତା ବିଧାନ ଉପାଧ୍ୟାୟ ।

ଦକ୍ଷିଣ ୨୪ ପ୍ରଗଣା ଜିଲ୍ଲା ସୀମାବର୍ତ୍ତୀ ସହରର ଦକ୍ଷିଣ-ପଶ୍ଚିମ ପାର୍ଶ୍ୱରେ ଏକ "ଚା ଚକ୍ର" (ଚା ଉପରେ ଆଲୋଚନା) କୁ ସମ୍ବୋଧିତ କରିବାବେଳେ ଦିଲ୍ଲୀପ ଘୋଷ ଟିଏମସିକୁ ଟାର୍ଗେଟ କରିଛନ୍ତି । ପଶ୍ଚିମବଙ୍ଗକୁ ବାଂଲାଦେଶରେ ପରିଣତ କରିବାକୁ ଚେଷ୍ଟା କରୁଥିବା ଅଭିଯୋଗ କରି ସେ 'ଜୟ ବଙ୍ଗଳା' ଭଳି ସ୍ଲୋଗାନ ଦେବାକୁ ଆହ୍ବାନ ଦେଇଛନ୍ତି । ଜୟ ଶ୍ରୀ ରାମ ନାରା ଦେବାରେ ଟିଏମସି ନେତାଙ୍କର ଅସୁବିଧା କାହିଁକି ହେଉଛି ବୋଲି ସେ ପ୍ରଶ୍ନ କରିଛନ୍ତି ।  ପଶ୍ଚିମବଙ୍ଗକୁ ବାଂଲାଦେଶରେ ପରିଣତ କରିବା ପାଇଁ ଟିଏମସି ଦ୍ୱାରା ଏହା ଏକ ଷଡଯନ୍ତ୍ର ବୋଲି ସେ ଅଭିଯୋଗ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.