oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ରହ୍ମପୁର: ଭଞ୍ଜବିହାର କ୍ୟାମ୍ପସ୍‌ରେ ବାଘ ! ଭୟଭୀତ ଛାତ୍ରଛାତ୍ରୀ ଓ ସ୍ଥାନୀୟ ଲୋକେ, ବନ ବିଭାଗର ପାଟ୍ରୋଲିଂ
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୨୨୨ କୋଭିଡ୍ ପଜିଟିଭ୍
  • ||
  • ଭୁବନେଶ୍ୱର : ଉଗ୍ରରୂପ ରୂପ ନେଲା ପାରିବାରିକ କଳହ, ଜୀବନ ହାରିଦେଲେ ଜିଲ୍ଲା ପରିଷଦ ସଭ୍ୟ
  • ||
  • ୫ ଦୋକାନ ଉପରେ ଚଢିଗଲା ସାର ବୋଝେଇ ଟ୍ରକ୍, ଅଳ୍ପକେ ବର୍ତ୍ତିଲେ ୧୪ କର୍ମଚାରୀ
  • ||
  • ପୂଜାରେ ଭିଜିବ ପାର୍ବଣ, ଲଘୁଚାପ ପ୍ରଭାବରେ ୨୬ରୁ ୨୯ ଯାଏ ନିର୍ଦ୍ଧୁମ ଛେଚିବ
  • ||

GKର ଉତ୍ତର ଦେଲେ, ଭଡା ନେଉ ନାହାନ୍ତି ଅଟୋ ଡ୍ରାଇଭର

11/01/2022 at 1:07 PM

କୋଲକତା ୧୧/୦୧; ଦିନକୁ ଦିନ ତେଲ ଦର ବଢିବାରେ ଲାଗିଛି। ଯେଉଁଥିପାଇଁ  ଗାଡି ଭଡା ମଧ୍ୟ ବଢିଯାଇଛି। ଯଦି ଆପଣ GK ରେ ଷ୍ଟ୍ରଙ୍ଗ ଅଛନ୍ତି ବା ଦେଶ ବିଦେଶ ଉପରେ ଆପଣଙ୍କ ଭଲ ଜ୍ଞାନ ରହିଛି ତେବେ ଆପଣଙ୍କ ଠାରୁ ଗାଡି ଭଡା ଛାଡ୍‌। ଏମିତି କିଛି ଘଟୁଛି ୱେଷ୍ଟବେଙ୍ଗଲରେ। ଏଠାକାର ଜଣେ ଅଟୋ ଚାଳକ ତାଙ୍କ ଗାଡିରେ ଯାତ୍ରା କରୁଥିବା ଲୋକଙ୍କୁ ଦେଶ ବିଦେଶ ସହ ଜଡିତ ପ୍ରଶ୍ନ କରୁଛନ୍ତି। ଯେଉଁମାନେ ଏହାର ସଠିକ୍‌ ଉତ୍ତର ଦେଉଛନ୍ତି ସେ ସେମାନଙ୍କଠୁ ଭଡା ନେଉନାହାନ୍ତି।   

ସଂକଳନ ସରକାର ନାମକ ଜଣେ ସୋସିଆଲ୍‌ ମିଡିଆ ବ୍ୟବହାରକାରୀ ଏହି ଅଟୋ ଚାଳକଙ୍କ କାହାଣୀ ସେୟାର କରିଛନ୍ତି। ସଂକଳନ ଉକ୍ତ ଅଟୋ ଚାଳକଙ୍କ ସହ ଯାତ୍ରା କରୁଥିଲେ। ଅଟୋ ଚାଳକ ତାଙ୍କୁ ୧୫ଟି ପ୍ରଶ୍ନ କରିଥିଲେ । ଏହାର ଉତ୍ତର ସେ ସଠିକ୍ ଦେବାରୁ ସେ ତାଙ୍କଠାରୁ ଭଡା ନେଇନଥିବା ସଂକଳନ ତାଙ୍କ ପୋଷ୍ଟରେ ଲେଖିଛନ୍ତି।

ସଂକଳନ ଲେଖିଛନ୍ତି, ମୁଁ ମୋ ପତ୍ନୀ ଏହି ଅଦ୍‌ଭୁତ ଅଟୋଚାଳକଙ୍କ ଗାଡିରେ ଯାତ୍ରା କଲୁ। ଡ୍ରାଇଭର ଜଣଙ୍କ ମତେ ‘ଜନ ଗଣ ମନ’ କିଏ ଲେଖିଥିଲେ, ୱେଷ୍ଟ ବେଙ୍ଗଲର ପ୍ରଥମ ମୁଖ୍ୟମନ୍ତ୍ରୀ କିଏ ଆଦି ପ୍ରଶ୍ନ କରିଥିଲେ। ଏପରି ସେ ୧୫ଟି ପ୍ରଶ୍ନ କଲେ। ସେଥିରୁ କିଛି ସଠିକ୍ ଉତ୍ତର ଦେବାରୁ ସେ ତାଙ୍କଠାରୁ ଭଡା ନେଇନଥିଲେ।

ସଂକଳନ ଆହୁରି ଲେଖିଛନ୍ତି, ଏହି ଅଟୋ ଚାଳକ ଜଣଙ୍କ ତାଙ୍କ ଅଟୋରେ ମହାପୁରୁଷଙ୍କ ଫଟୋ ରଖିଛନ୍ତି। ଏବଂ ସେମାନଙ୍କର ଜନ୍ମଦିନ ପାଳନ କରୁଛନ୍ତି। ଅଟୋ ଚାଳକ କୁହନ୍ତି ଯେ , ସେ ହିନ୍ଦୁ ହେବା ସତ୍ୱେ ବେଳେବେଳେ ମୁସଲମାନ୍‌ଙ୍କ ଧଳା ଟୋପି ପିନ୍ଧନ୍ତି। ସେ ସବୁ ଧର୍ମକୁ ସମାନ ଭାବେ ଦେଖନ୍ତି।

   Related Posts