ଅଫିସରେ ନିଜ ଷ୍ଟାଫଙ୍କ ସହ ‘ମୁକାବଲା’ ଗୀତରେ ବିନଦାସ ନାଚିଲେ ସିଇଓ : ସୋସିଆଲ ମିଡିଆରେ ଭିଡିଓ ଭାଇରାଲ୍
7/03/2020 at 11:35 AM

ନୂଆଦିଲ୍ଲୀ ୭/୩: ସାଧାରଣତଃ ଅଫିସରେ କାମର ଅତ୍ୟଧିକ ରହିଥାଏ। ଅନେକ ଥର ଡେସ୍କରେ ବସି କାମ କରୁଥିବା ଲୋକମାନେ ଶିଫ୍ଟ ସରିଯିବା ପରେ ମଧ୍ୟ କାମରୁ ଉଠି ପାରିନଥାଆନ୍ତି। କେତେକ ଲୋକ ଅଫିସରେ କାମ କରିବା ସହ ମସ୍ତି ମଧ୍ୟ କରିଥାଆନ୍ତି।
କିନ୍ତୁ ଓ୍ବେଲସ୍ପନ୍ ଇଣ୍ଡିଆ ଲିମିଟେଡ ଚିଫ ଏକ୍ସିକ୍ୟୁଟିଭ ଅଫିସର ଏବଂ ଜଏଣ୍ଟ ମ୍ୟାନେଜିଙ୍ଗ୍ ଡାଇରେକ୍ଟର ଦୀପାଲି ଗୋଏଙ୍କା ଅଫିସରେ ଏପରି କିଛି କାମ କରିଛନ୍ତି ଯାହା ଦ୍ବାରା ତାଙ୍କର ଭିଡିଓ ଭାଇରାଲ୍ ହୋଇଯାଇଛି। ଆରପିଜି ଏଣ୍ଟରପ୍ରାଇଜର୍ସର ଚେୟାରମ୍ୟାନ୍ ହର୍ଷ ଗୋଏଙ୍କା ଏହି ଭିଡିଓ ସେୟାର କରିଛନ୍ତି,ଯେଉଁଥିରେ ସେ ତାଙ୍କ ଅଫିସର କର୍ମଚାରୀଙ୍କ ସହ କାମ କରୁଥିବା ନଜର ଆସୁଛନ୍ତି।

ଦୀପାଲି ଗୋୟେଙ୍କାଙ୍କ ସହ କର୍ମଚାରୀମାନେ ‘ମୁକାବଲା’ ଗୀତରେ ଡ୍ୟାନ୍ସ କରୁଥିବା ନଜର ଆସିଛନ୍ତି। ଦୀପାଲି ନିଜ ଅଫିସ୍ ଷ୍ଟାଫଙ୍କ ସହ ଡ୍ୟାନ୍ସ କରୁଛନ୍ତି। ଏହି ଭିଡିଓ ସେୟାର ହେବା ମାତ୍ରେ ଭାଇରାଲ୍ ହୋଇଯାଇଥିଲା।

ହର୍ଷ ଗୋୟେଙ୍କା ଭିଡିଓର କ୍ୟାପ୍ସନରେ ଲେଖିଛନ୍ତି,‘ ଅଫିସରେ କୌଣସି ସିଇଓଙ୍କୁ ଡ୍ୟାନ୍ସ କରୁଥିବା ଦେଖିବା ଅତ୍ୟନ୍ତ ଆଶ୍ଚର୍ଯ୍ୟକର ଘଟଣା। ଏହା ହେଉଛି ଉତ୍ତମ ବାତାବରଣ ସୃଷ୍ଟି କରିବାର ଠିକ୍ ଉପାୟ’।

ଦୀପାଲିଙ୍କ ସହ ଡ୍ୟାନ୍ସ ସରିବା ପରେ ସମସ୍ତେ ତାଳି ବଜାଇଥିଲେ। ଏହି ଭିଡିଓରେ ଲୋକେ ସକରାତ୍ମକ କମେଣ୍ଟ କରିଛନ୍ତି। ଲୋକେ କହିଛନ୍ତି ଏହା ଦ୍ବାରା ଅଫିସରେ ଖୁସିର ମାହୋଲ୍ ସୃଷ୍ଟି ହେବ। ଲୋକେ ଦୀପାଲିଙ୍କୁ ଖୁବ୍ ପ୍ରଶଂସା କରିଛନ୍ତି।
