ମୟୂରଭଞ୍ଜ ଜିଲ୍ଲାରେ ପୁରୁଷ ହକି ବିଶ୍ଵ କପ୍ ଟ୍ରଫିକୁ ଭବ୍ୟ ସ୍ଵାଗତ

Published By : Prameya-News7 Bureau | January 08, 2023 IST

ବାରିପଦା: ହକି ବିଶ୍ୱକପର ପ୍ରଚାର ପ୍ରସାର ପାଇଁ ପୁରୁଷ ହକି ବିଶ୍ଵ କପ୍ ୨୦୨୩ର ଟ୍ରଫି ରାଜ୍ୟବ୍ୟାପୀ ପରିକ୍ରମା କରୁଛି। ଏହି କ୍ରମରେ ଟ୍ରଫିକୁ ରବିବାର ମୟୂରଭଞ୍ଜ ଜିଲ୍ଲାର ଅନେକ ସ୍ଥାନରେ ସ୍ଵାଗତ ସମ୍ବର୍ଦ୍ଧନା ଦିଆଯାଇଛି। ବେତନଟୀ ବ୍ଲକର ପ୍ରବେଶ ପଥ ଦାୟିଆମୁହାଁ ଠାରେ ବେତନଟୀ ବ୍ଳକ ପ୍ରଶାସନ ପକ୍ଷରୁ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ବିଡିଓ ଛବିରାଣୀ ସାହୁ ହକି ବିଶ୍ୱକପ ଟ୍ରଫିକୁ ଦାଡିଆମୁହାଁ ଛକରେ ସ୍ବାଗତ କରିବା ସହିତ ନହଣ୍ଡାଶୋଳସ୍ଥିତ ଧନପୁର କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ ସମ୍ମୁଖରେ କରାଯାଇଥିବା ସ୍ଵତନ୍ତ୍ର ଆୟୋଜନ ନିକଟକୁ ପାଛୋଟି ଆଣିଥିଲେ। ନହଣ୍ଡାଶୋଳ ଠାରେ ପାରମ୍ପରିକ ନୃତ୍ୟଗୀତରେ ବିଶ୍ୱକପ ଟ୍ରଫି ସ୍ବାଗତ କରାଯାଇଥିଲା ।

ସ୍କୁଲ ଛାତ୍ରଛାତ୍ରୀଙ୍କ ସମେତ ମିଶନଶକ୍ତି ଏବଂ ଫେଡେରେସନର ମହିଳାମାନେ ମଧ୍ୟ ଫୁଲରେ ଏକ ବିଶାଳ ଟ୍ରଫି ପ୍ରସ୍ତୁତ କରି ସ୍ଵାଗତ କରିଥିଲେ। ଅନୁରୂପ ଭାବେ ମୟୁରଭଞ୍ଜର ପ୍ରସ୍ଥାନ ଦ୍ୱାର କଳମା ଠାରେ ବ୍ଲକ ପ୍ରଶାସନ ସହିତ ଗଡ଼ଦେଉଳିଆ ଓ କଳମା ପଞ୍ଚାୟତର ଜନସାଧାରଣଙ୍କ ପକ୍ଷରୁ ହକି ବିଶ୍ୱ କପକୁ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଥିଲା l ସ୍କୁଲ ଛାତ୍ର ଛାତ୍ରୀଙ୍କ ଦ୍ୱାରା ପ୍ରସ୍ତୁତ ସ୍ୱତନ୍ତ୍ର ମୟୂରଭଞ୍ଜିଆ ଆଦିବାସୀ ନାଚଗୀତରେ ମସଗୁଲ ହୋଇଥିଲେ ଜନପ୍ରତିନିଧିଙ୍କ ସହିତ ପ୍ରଶାସନ କର୍ମଚାରୀ l

{"id":730772,"sizeSlug":"full","linkDestination":"none"}

ଏ ଅବସରରେ ବେତନଟୀ ଏସଡିପିଓ ସୁଦର୍ଶନ ଦାଶ, ଆଇଆଇସି ସସ୍ମିତା ମହାନ୍ତ, ବୈଶିଙ୍ଗା ଥାନା ଅଧିକାରୀ ପ୍ରଭାଂଶୁ ଶେଖର ମିଶ୍ର ପ୍ରମୁଖ ଉପସ୍ଥିତ ରହି ବିଶ୍ୱକପର ପ୍ରଚାର ପ୍ରସାର ପାଇଁ ୨୦୨୩ କପ୍ ରାଜ୍ୟବ୍ୟାପୀ ଜିଲ୍ଲା ଗୁଡିକରେ ବୁଲୁଛି । ଏହି ଅବସରରେ ରବିବାର ବେତନଟୀ ବ୍ଲକର ପ୍ରବେଶ ପଥ ଦାୟିଆମୁହାଁ ଠାରେ ବେତନଟୀ ବ୍ଳକପ୍ରଶାସନ ପକ୍ଷରୁ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ବିଡିଓ ଛବିରାଣୀ ସାହୁ ହକି ବିଶ୍ୱକପ ଟ୍ରଫିକୁ ଦାଡିଆମୁହାଁ ଛକରେ ସ୍ବାଗତ କରିବା ସହିତ ନହଣ୍ଡାଶୋଳସ୍ଥିତ ଧନପୁର କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ ସମ୍ମୁଖରେ କରାଯାଇଥିବା ସ୍ବତନ୍ତ୍ର ଆୟୋଜନ ନିକଟକୁ ପାଛୋଟି ଆଣିଥିଲେ । ନହଣ୍ଡାଶୋଳ ଠାରେ ପାରମ୍ପରିକ ନୃତ୍ୟଗୀତରେ ବିଶ୍ୱକପ ଟ୍ରଫି ସ୍ବାଗତ କରାଯାଇଥିଲା ।

{"id":730773,"sizeSlug":"full","linkDestination":"none"}

ସ୍କୁଲ ଛାତ୍ରଛାତ୍ରୀଙ୍କ ସମେତ ମିଶନଶକ୍ତି ଏବଂ ଫେଡେରେସନର ମହିଳାମାନେ ମଧ୍ୟ ଫୁଲରେ ଏକ ବିଶାଳ ଟ୍ରଫି ପ୍ରସ୍ତୁତକରି ସ୍ବାଗତ କରିଥିଲେ । ଅନୁରୂପ ଭାବେ ମୟୁରଭଞ୍ଜର ପ୍ରସ୍ଥାନ ଦ୍ୱାର କଳମା ଠାରେ ବ୍ଲକ ପ୍ରଶାସନ ସହିତ ଗଡ଼ଦେଉଳିଆ ଓ କଳମା ପଞ୍ଚାୟତର ଜନସାଧାରଣଙ୍କ ପକ୍ଷରୁ ହକି ବିଶ୍ୱ କପକୁ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଥିଲା l ସ୍କୁଲ ଛାତ୍ର ଛାତ୍ରୀଙ୍କ ଦ୍ୱାରା ପ୍ରସ୍ତୁତ ସ୍ୱତନ୍ତ୍ର ମୟୂରଭଞ୍ଜିଆ ଆଦିବାସୀ ନାଚଗୀତରେ ମସଗୁଲ ହୋଇଥିଲେ ଜନପ୍ରତିନିଧିଙ୍କ ସହିତ ପ୍ରଶାସନ କର୍ମଚାରୀl

ଏ ଅବସରରେ ବେତନଟୀ ଏସଡିପିଓ ସୁଦର୍ଶନ ଦାଶ, ଆଇଆଇସି ସସ୍ମିତା ମହାନ୍ତ, ବୈଶିଙ୍ଗା ଥାନା ଅଧିକାରୀ ପ୍ରଭାଂଶୁ ଶେଖର ମିଶ୍ର ପ୍ରମୁଖ ଉପସ୍ଥିତ ରହି ଜାତୀୟ ରାଜପଥରେ ଟ୍ରାଫିକ ବ୍ୟବସ୍ଥାକୁ ସ୍ଵାଭାବିକ କରିବାପାଇଁ ସ୍ବତନ୍ତ୍ର ବନ୍ଦୋବସ୍ତ କରିଥିଲେ । ଜାତୀୟ ରାଜପଥରେ ଟ୍ରାଫିକ ବ୍ୟବସ୍ଥାକୁ ସ୍ବଭାବିକ କରିବାପାଇଁ ସ୍ବତନ୍ତ୍ର ବନ୍ଦୋବସ୍ତ କରିଥିଲେ l ଆଜିର ଏହି ସ୍ୱାଗତ ଓ ବିଦାୟ ସମ୍ବର୍ଦ୍ଧନାରେ ବାରିପଦା ନଗରପାଳ କୃଷ୍ଣାନନ୍ଦ ମହାନ୍ତି ଉପସ୍ଥିତ ଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.