oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୬୭ କୋଭିଡ୍ ପଜିଟିଭ୍
  • ||
  • ନବରାତ୍ରର ଦ୍ନିତୀୟ ଦିନ, ବ୍ରହ୍ମଚାରିଣୀ ରୂପେ ଦର୍ଶନ ଦେଉଛନ୍ତି ମାଆ ଜଗଦମ୍ୱା
  • ||
  • ରାଉରକେଲା : ବରିଷ୍ଠ ଆଇନଜୀବୀ ରମେଶ ବଳଙ୍କ ଆତ୍ମହତ୍ୟା, ଶ୍ୱଶୁର ଘରୁ ମିଳିଲା ଝୁଲନ୍ତା ମୃତଦେହ
  • ||
  • ଭୁବନେଶ୍ୱର : ଆସୁଛି ଆଉ ଏକ ଲଘୁଚାପ, ବର୍ଷାରେ ଭିଜିବ ଦଶହରା
  • ||

ପୁରୁଷ ଓ ମହିଳା ହକି ଟିମ୍‌କୁ ସ୍ୱାଗତ ପାଇଁ ପ୍ରସ୍ତୁତ ଓଡିଶା, ରାଜଧାନୀର ପ୍ରମୁଖ ରାସ୍ତାଘାଟରେ ଛାଇ ଯାଇଛି ପୋଷ୍ଟର ଓ ବ୍ୟାନର

17/08/2021 at 7:19 AM

ଭୁବନେଶ୍ୱର, ୧୭|୦୮:  ଶିଙ୍ଗ ବାଜା, ଢ଼ୋଲ ମାଡ଼ ସାଙ୍ଗକୁ ଆତସବାଜିରେ କମ୍ପିବ ସାରା ଭୁବନେଶ୍ବର । ଏୟାରପୋର୍ଟରୁ ଆରମ୍ଭ କରି ହୋଟେଲ୍ , ଷ୍ଟାଡିୟମ୍ ରାସ୍ତା ସମେତ ରାଜଧାନୀର ସବୁ ପ୍ରମୁଖ ରାସ୍ତାଘାଟ ବ୍ୟାନର୍ ପୋଷ୍ଟରରେ ଛାଇ ଗଲାଣି। ମାତ୍ର କେଇ ଘଣ୍ଟା ପରେ ରାଜଧାନୀରେ ଭାରତୀୟ ମହିଳା ଓ ପୁରୁଷ ହକି ଟିମ୍ ପହଞ୍ଚିବେ।

ଟୋକିଓ ଅଲିମ୍ପିକ୍ସରେ ଦେଶ ତଥା ରାଜ୍ୟ ପାଇଁ ଗୌରବ ଆଣିଥିବା ଖେଳାଳିଙ୍କୁ ଓଡ଼ିଶା ମାଟିରେ ସ୍ବାଗତ ପାଇଁ ସାରା ସହରରେ ଏଭଳି ଉତ୍ସାହ, ଉତ୍କଣ୍ଠା ଦେଖାଦେଇଛି। ଟୋକିଓ ଅଲମ୍ପିକ୍ସରେ ଭାରତୀୟ ପୁରୁଷ ହକି ଦଳ ବ୍ରୋଞ୍ଜ ପଦକ ଜିତି ଇତିହାସ ରଚିଛି । ସେହିପରି ସେମିଫାଇନାଲରେ ମହିଳା ହକି ଦଳର ଲଢ଼ୁଆ ପ୍ରଦର୍ଶନକୁ ନେଇ ସାରା ଦେଶରୁ ଶୁଭେଚ୍ଛା ଓ ସମ୍ବର୍ଦ୍ଧନାର ସୁଅ ଛୁଟୁଛି । ଉଭୟ ଦଳର ପ୍ରାୟୋଜକ ଥିବା ଓଡ଼ିଶା ସରକାର ଏହି ଖେଳାଳିମାନଙ୍କୁ ଲୋକସେବା ଭବନ କନଭେନସନ ହଲ୍ ରେ ସ୍ବତନ୍ତ୍ର ସମ୍ବର୍ଦ୍ଧନା କରିବେ । ହୋଟେଲ୍ ରେ ମଧ୍ୟ ଖେଳାଳିଙ୍କ ରହିବାଠାରୁ ଖାଇବା ପର୍ଯ୍ୟନ୍ତ ବ୍ୟାପକ ପ୍ରସ୍ତୁତି କରାଯାଇଛି।

ହୋଟେଲ୍ ସାଣ୍ଡିସ୍ ଟାୱାରକୁ ଫୁଲ ଓ ରଙ୍ଗିନ୍ ଆଲୋକରେ ସଜା ଯାଇଛି। ସବୁ ଖେଳାଳିଙ୍କ ପାଇଁ ମଧ୍ୟାହ୍ନ ଭୋଜନ ଓ ସକାଳ ଜଳଖିଆ ପାଇଁ ଖାଦ୍ୟ ପ୍ରସ୍ତୁତ ହୋଇଛି। ମଧ୍ୟାହ୍ନ ଭୋଜନରେ ପୁରୁଷ ହକି ଖେଳାଳିଙ୍କ ପାଇଁ ବିଶେଷକରି ମଟନ ବିରିୟାନି ଏବଂ ମଟନର ୪ଟି ଡିସ୍ ପ୍ରସ୍ତୁତ ହୋଇଛି। ସେହିପରି ମହିଳା ଖେଳାଳିଙ୍କ ପାଇଁ କବାବ ରହିଛି। ଏହାଛଡ଼ା ପନିର ପଞ୍ଜାବୀ ମସଲା, ଡାଲ୍ ମଖନୀ ମସ୍ ରୁମ୍ , ଚିଲ୍ଲି ପ୍ରନ୍ , ଚକୁଳି, ଚିଲ୍ଲି ଗାର୍ଲିକ ନୁଡ଼ୁଲ୍ସ, ବେବି କର୍ଣ୍ଣ, ସକାଳ ଜଳଖିଆରେ ପରଠା, ଦହି, ଇଡ୍ ଲି, ଦୋଷା, ଉପ୍ ମା, ବରା, କର୍ଣ୍ଣଫ୍ଲେକ୍ସ, ଶିଝା ଅଣ୍ଡା, ସେକ୍ , ତାଜାଫଳ ଜୁସ୍ ଆଦି ମେନୁ ରହିଛି। ହକି ଟିମ୍ ଏୟାରପୋର୍ଟରୁ ଆସି ହୋଟେଲ୍ ରେ ପହଞ୍ଚିବା ଆଉ ଫେରିବା ପର୍ଯ୍ୟନ୍ତ ଯେପରି କୌଣସି ପ୍ରକାର ସମସ୍ୟା ନ ଉପୁଜେ, ସେଥିପାଇଁ କମିଶନରେଟ୍ ପୋଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ଆଜି ଦିନ ୧୧ଟା ୧୦ ରେ ଉଭୟ ପୁରୁଷ ଓ ମହିଳା ଦଳ ଏୟାରପୋର୍ଟରେ ପହଞ୍ଚିବା ପରେ ସେମାନଙ୍କୁ କଡ଼ା ସୁରକ୍ଷା ବଳୟରେ ଅଣାଯିବ। ଏଥିପାଇଁ ଏୟାରପୋର୍ଟରୁ, ହୋଟେଲ୍ ଓ କଳିଙ୍ଗ ଷ୍ଟାଡିୟମରେ କମିଶନରେଟ୍ ପୁଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ୩ଟି ସ୍ଥାନରେ ୨୦ ପ୍ଲାଟୁନରୁ ଊର୍ଦ୍ଧ୍ୱ ପୋଲିସ ବଳ ନିୟୋଜିତ କରାଯାଇଛି।

   Related Posts