ବାରିପଦାରେ ହକି ବିଶ୍ୱକପ୍ ଟ୍ରଫିକୁ ଭବ୍ୟ ସ୍ୱାଗତ, ରବିବାର ସମ୍ବର୍ଦ୍ଧନା ପରେ ଯିବ ବାଲେଶ୍ୱର
7/01/2023 at 11:13 PM

ବାରିପଦା: ଶନିବାର ସକାଳେ ପୁରୁଷ ହକି ବିଶ୍ୱକପ୍ ଟ୍ରଫି ମୟୁରଭଞ୍ଜର କରଞ୍ଜିଆ ଓ ରାଇରଙ୍ଗପୁର ଦେଇ ରାତି ୯ଟାରେ ବାରିପଦା ପହଞ୍ଚିଛି। ସ୍ଥାନୀୟ ମୂର୍ଗାବାଡି ଛକ ଠାରେ ଏକ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ମଧ୍ୟରେ ଜିଲ୍ଲା ପ୍ରଶାସନ ଓ ସାଧାରଣ ଜନତା ଟ୍ରଫିକୁ ସ୍ୱାଗତ କରିଛନ୍ତି। ଆଜି ବାରିପଦା ସର୍କିଟ୍ ହାଉସ୍ ଠାରେ ଏହା ରାତ୍ରୀଯାପନ କରିବା ପରେ କାଲି ସକାଳ ୬ଟାରୁ ଏକ ମାରାଥନ୍ ଦୌଡ ସହିତ ବିଭିନ୍ନ କାର୍ଯ୍ୟକ୍ରମ ରହିଛି। ବାରିପଦା ଷ୍ଟାଡିଅମରେ ଏହାର ସ୍ୱାଗତ ଓ ପ୍ରଦର୍ଶନ ପରେ ବେତନଟୀ ଦେଇ କଳମା ଠାରେ ଟ୍ରଫିକୁ ବାଲେଶ୍ୱର ଜିଲ୍ଲା ପ୍ରଶାସନକୁ ହସ୍ତାନ୍ତର କରାଯିବାର କାର୍ଯ୍ୟକ୍ରମ ରହିଛି।
Related Posts
ଘରେ କଳାକନା ବୁଲାଇଲେ ଦୁର୍ବୃତ୍ତ; ଲୁଟିନେଲେ ୫ ଲକ୍ଷ ଟଙ୍କାର ଅଳଙ୍କାର
27 January 2023
ମୁର୍ତ୍ତି ବିସର୍ଜନ ବେଳେ ଅଘଟଣ; ବ୍ରାହ୍ମଣୀ ନଦୀରେ ବୁଡ଼ି ଯୁବକ ମୃତ
27 January 2023