ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଠମଲ୍ଲିକ: ଦନ୍ତା ହାତୀର ମୃତଦେହ ଠାବ, ଶରୀରରେ ରହିଛି ଅନେକ କ୍ଷତଚିହ୍ନ
  • ||
  • ସମ୍ୱଲପୁର: ଜଳିଗଲା ଘରୋଇ ବସ୍ ନାଗରାଜ୍, ଅଳ୍ପକେ ବର୍ତ୍ତିଗଲେ କଣ୍ଡକ୍ଟର
  • ||
  • ବୌଦ୍ଧ: ନାଳରୁ ବ୍ୟାଙ୍କ୍ କର୍ମଚାରୀଙ୍କ ମୃତଦେହ ଉଦ୍ଧାର, ପାଖରେ ପଡିଛି ବାଇକ ଓ ମଦବୋତଲ
  • ||
  • ଭୁବନେଶ୍ୱର: ବରିଷ୍ଠ ଅଭିନେତ୍ରୀଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ
  • ||
  • ଭଦ୍ରକ: ଭୟାବହ ଅଗ୍ନିକାଣ୍ଡରେ ଜଳିଗଲା ୧୫ ବଖରା, ୨ ଗୋ-ମାତା ଜୀବନ୍ତ ଦଗ୍ଧ
  • ||
  • କଟକ: ବରିଷ୍ଠ ଅଭିନେତ୍ରୀ ଝରଣା ଦାସଙ୍କ ପରଲୋକ, ୮୨ ବର୍ଷ ବୟସରେ ଦେହାନ୍ତ
  • ||

କଂଗ୍ରେସର ଭାରତ ଯୋଡ଼ ଯାତ୍ରା ପୂର୍ବରୁ ସ୍ୱାଗତ ପୋଷ୍ଟର ଚିରିଲେ ଦୁର୍ବୁତ୍ତ, କର୍ମୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ

14/11/2022 at 4:07 PM

ପାଟଣା, ୧୪।୧୧: ତୁରୁମୁଙ୍ଗା ଥାନା ସନ୍ନିକଟ ୪୯ ନମ୍ବର ଜାତୀୟ ରାଜପଥର ଡୁମୁରିଗୋଡା ନିକଟରେ କଂଗ୍ରେସ ପକ୍ଷରୁ ଲଗା ଯାଇଥିବା ସ୍ୱାଗତ ପୋଷ୍ଟରକୁ କେହି ଦୁର୍ବୃତ୍ତ ଚିରି ଦେଇଥିବା ଦେଖିବାକୁ ମିଳିଛି। ଫଳରେ ପାଟଣା କଂଗ୍ରେସକର୍ମୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ସୂଚନା ଅନୁସାରେ ସୋମବାର ଜାତୀୟ କଂଗ୍ରେସ ପକ୍ଷରୁ ପଦଯାତ୍ରାରେ ଆସି ତୁରୁମୁଙ୍ଗା ଦେଇ ପଦଯାତ୍ରା ଯିବାକୁ କାର୍ଯ୍ୟକ୍ରମ ଥିବାରୁ ଡୁମୁରି ଗୁଡା ନିକଟରେ ପାଟଣା କଂଗ୍ରେସ ପକ୍ଷରୁ ସ୍ୱାଗତ ପୋଷ୍ଟର ଲଗାଯାଇଥିଲା।

ପୋଷ୍ଟରରେ ରାହୁଲ ଗାନ୍ଧୀ, ପିସିସି ସଭାପତି ଶରତ ପଟ୍ଟନାୟକ, ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ସମେତ ପାଟଣା ବିଧାୟକ ପ୍ରାର୍ଥୀ ବିନୋଦ ବିହାରୀ ନାଏକଙ୍କ ଫୋଟ ଚିତ୍ର ଥିବା ବେଳେ କେହି ଦୁର୍ବୃତ୍ତ ଏହାକୁ ଚିରି ଦେଇଛି । ଏ ସମ୍ପର୍କରେ ପାଟଣା କଂଗ୍ରେସ ବିଧାୟକ ପ୍ରାର୍ଥୀ ବିନୋଦ ବିହାରୀ ନାଏକଙ୍କ ମତାମତ ନେବାରୁ ଏ ସମ୍ପର୍କରେ ସେ ଆଇନର ଆଶ୍ରୟ ନେବେ ବୋଲି କହିଛନ୍ତି । ତେବେ କିଏ ଏବଂ କେଉଁ ଉଦ୍ଦେଶ୍ୟରେ ପୋଷ୍ଟର ଚିରିଲା ସେ ନେଇ ସ୍ଥାନୀୟ କଂଗ୍ରେସ କର୍ମୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି।

   Related Posts