ପବନରେ ଭୁଶୁଡ଼ିଲା ପୂଜା ମଣ୍ଡପର ସ୍ୱାଗତ ଦ୍ୱାର, ଅଳ୍ପକେ ବର୍ତ୍ତିଲେ ଲୋକେ

Published By : Prameya-News7 Bureau | October 05, 2022 IST

ରାଉରକେଲା, ୦୫/୧୦: ରାଉରକେଲା ସ୍ଥାନୀୟ ସେକ୍ଟର -୧ ପୁରୁଣା ଦୂର୍ଗା ପୂଜା କମିଟି ପକ୍ଷରୁ ଆୟୋଜିତ ଦୁର୍ଗା ପୂଜାରେ ଭୁଶୁଡ଼ିଲା ଗେଟ୍‌ । ସେକ୍ଟର-୧ ଦୁର୍ଗା ଛକରୁ ମଣ୍ଡପକୁ ଯିବା ରାସ୍ତାର ଆରଏସପି ସିଭିଲ ମେଣ୍ଟେନାନ୍ସ କାର୍ଯ୍ୟାଳୟ ସମ୍ମୁଖରେ ରାସ୍ତା ଉପରେ ବାଉଁଶରେ ନିର୍ମିତ ଡିଜିଟାଲ ସ୍ୱାଗତ ଦ୍ୱାର ବର୍ଷା ପଵନ ଯୋଗୁଁ ଭୁଶୁଡି ପଡିଛି । ତେବେ ଏହି ଅଘଟଣ ସମୟରେ ଯିବା ଆସିବା କରୁଥିବା ଲୋକେ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ପୁଜା କମିଟି କର୍ମକର୍ତ୍ତା ସେଠାରେ ପହଞ୍ଚି ଅବରୋଧ ହୋଇଥିବା ରାସ୍ତାକୁ ଯାତାୟତ ପାଇଁ ସ୍ୱଭାବିକ କରିବା ନେଇ ଉଦ୍ୟମ ଜାରି ରଖିଥିବା ଦେଖିବାକୁ ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.