ଭୁବନେଶ୍ୱର ୦୬/୧୧: ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟ (ସୋଆ) ପରିଚାଳିତ ନ୍ୟାସନାଲ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଲ’ ରେ ନୂତନ ପ୍ରବେଶ କରିଥିବା ଛାତ୍ରଛାତ୍ରୀମାନଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା ଦିଆଯାଇଛି। ଏହି ୧୨ତମ ଓରିଏଟେଂନ୍ସନ୍ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ନ୍ୟାୟମୂର୍ତି ଦେବବ୍ରତ ଦାଶ ଯୋଗ ଦେଇ ମତ ରଖିଥିଲେ। ସୋଆ ଅଗ୍ରିକଲଚର ୟୁନିବର୍ଶିଟି ଅଡିଟରିଅମରେ ସମସ୍ତ ଛାତ୍ରଛାତ୍ରୀଙ୍କୁ ସ୍ଵାଗତ କରାଯାଇଛି। ଆଇନ ଛାତ୍ରଛାତ୍ରୀମାନେ ଆଇନ ସଂକ୍ରାନ୍ତୀୟ ପୁସ୍ତକ ଅଧ୍ୟୟନ କରିବା ସହିତ ସେମାନଙ୍କ ୪ ପାଖରେ ଘଟୁଥିବା ବିଭିନ୍ନ ବିଷୟକୁ ଗଭୀର ଭାବେ ଅନୁଶୀଳନ କରିବା ଆବଶ୍ୟକ ବୋଲି ଓଡିଶା ହାଇକୋର୍ଟର ବିଚାରପତି ଦେବବ୍ରତ ଦାଶ କହିଛନ୍ତି। ଏଥିରେ ସୋଆ ଉପକୁଳପତି ପ୍ରଫେସର (ଡକ୍ଟର) ପ୍ରଦୀପ୍ତ କୁମାର ନନ୍ଦ ସଭାପତିତ୍ୱ କରିଥିଲେ। ବରିଷ୍ଠ ଆଇନଜୀବୀ ସୂର୍ଯ୍ୟପ୍ରସାଦ ମିଶ୍ର ଓ ଶ୍ରୀ ସଞ୍ଜିତ ମହାନ୍ତି ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଅନୁଷ୍ଠାନର ଡିନ୍ ପ୍ରଫେସର ଏସ୍.ଏ.କେ. ଆଜାଦ, ବରିଷ୍ଠ ପ୍ରଫେସର ଡକ୍ଟର ଜୟଦେବ ପତି ଓ ଡକ୍ଟର ପ୍ରବୀର କୁମାର ପଟ୍ଟନାୟକ ମଧ୍ୟ ଏହି କାର୍ଯ୍ୟକ୍ରମରେ ବକ୍ତବ୍ୟ ରଖିଥିଲେ।
ରାଷ୍ଟ୍ରପତି ଭାବେ ମିଳେ କେଉଁ ସୁବିଧା? କେତେ ମିଳେ ଦର...
![TRUMP PRESIDENT](https://api-news7.prameyanews7.com/prameya/document/post/2/2_175_1737453745860.webp)