Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ଭୁବନେଶ୍ୱର : ବଢିଲା ପୁଣି ଓମ୍‌ଫେଡ୍‌ କ୍ଷୀରର ଦର, ପ୍ୟାକେଟ୍‌ ପିଛା ବଢିଲା ୨ଟଙ୍କା
  • ||
  • ନୂଆଦିଲ୍ଲୀ : Twitterର ବଡ ଆକ୍ସନ, ପାକିସ୍ତାନ ସରକାରଙ୍କ ଟ୍ଵିଟର ଆକାଉଣ୍ଟକୁ ବ୍ଲକ କଲା ଭାରତ
  • ||
  • ଭୁବନେଶ୍ୱର : ରାଜ୍ୟରେ ବଢ଼ିବ ପଶ୍ଚିମା ଝଡ଼ର ପ୍ରଭାବ, ଘଡ଼ଘଡି ସହ ପ୍ରବଳ ବର୍ଷା ସମ୍ଭାବନା
  • ||

ଘଞ୍ଚ ଜଙ୍ଗଲରୁ ୩୧ଦିନରେ ଫେରିଲେ ଯୁବକ, ବଞ୍ଚିବାକୁ ଖାଉଥିଲେ ଜିଆ, ଜୋତାରେ ପିଉଥିଲେ ବର୍ଷା ପାଣି ଓ ପରିସ୍ରା…

2/03/2023 at 3:22 PM

ନୂଆଦିଲ୍ଲୀ ୦୨।୦୩ : ଆମାଜନ ଘଞ୍ଚ ଜଙ୍ଗଲରେ ଦୀର୍ଘ ଏକମାସ ଧରି ଫସି ରହିଲେ ଯୁବକ । ପ୍ରାୟ ୩୧ ଦିନ ଧରି ଘୂରି ବୁଲିବା ପରେ ବଲିଭିଆରୁ ଉଦ୍ଧାର ହେଲେ ୩୦ ବର୍ଷିୟ ଯୁବକ ଜୋନାଥନ୍ ଅକୋଷ୍ଟା। ସେ ଜଙ୍ଗଲକୁ ସାଙ୍ଗମାନଙ୍କ ସହ ଯାଇଥିବା ବେଳେ ହଠାତ୍ ଘଞ୍ଚ ଜଙ୍ଗଲରେ ହୋଇଯାଇଥିଲେ ବାଟବଣା । ଯାହାପରେ ପଡିଯାଇଥିଲେ ଅକଡରେ । ଏମିତିକି ଜଙ୍ଗଲରେ ତାଙ୍କୁ ନା ମିଳିଥିଲା ଖାଦ୍ୟ ନା ଥିଲା ପାଣି । ବଞ୍ଚିବା ପାଇଁ ଜିଆ ଠାରୁ ଆରମ୍ଭ କରି ଖାଉଥିଲେ କୀଟପତଙ୍ଗ । ଶୋଷ ମେଣ୍ଟାଇବା ପାଇଁ ଜୋତାରେ ପାଣି ରଖି ପିଇବା ଛଡା ତାଙ୍କ ପାଖରେ ନଥିଲା କୌଣସି ବିକଳ୍ପ ।  ଏମିତିକି ବଞ୍ଚିବା ପାଇଁ ପିଇବାକୁ ପଡିଥିଲା ପରିସ୍ରା ।

ଅକୋଷ୍ଟାଙ୍କ କହିବା ଅନୁଯାୟୀ, ସେ ଏବଂ ତାଙ୍କର ୪ଜଣ ସାଙ୍ଗ ଜଙ୍ଗଲକୁ ଯାଇଥିଲେ । କିନ୍ତୁ ସେ ଜାନୁଆରୀ ୨୫ରେ ସାଙ୍ଗମାନଙ୍କଠାରୁ ଅଲଗା ହୋଇଯାଇଥିଲେ । ବାଟବଣା ହୋଇ ସେ ଜଙ୍ଗଲ ମଧ୍ୟକୁ ଚାଲିଯାଇଥିଲେ ୪୦ରୁ ଅଧିକ କିଲୋମିଟର । ଏହି ସମୟରେ ତାଙ୍କୁ ଅନେକ ଜୀବଜନ୍ତୁ ଆକ୍ରମଣ କରିଥିଲେ, କିନ୍ତୁ ସେ କୌଶଳକ୍ରମେ ଖସିଆସିଥିଲେ । ସେହି ଜଙ୍ଗଲରେ ବଞ୍ଚିବା ପାଇଁ କରାଯାଇଥିବା ସଙ୍ଘର୍ଷ ତାଙ୍କୁ ବେଶ୍ ସହାୟକ ହୋଇଥିଲା ।

ଅକୋଷ୍ଟାଙ୍କ ପରିବାର ଆଶା ହରାଇ ନଥିଲେ ଏବଂ ତାଙ୍କୁ ଖୋଜି ଉଦ୍ଧାର କରିଥିଲେ । ଖବର ଅନୁଯାୟୀ ଯୁବକ ଜଣକ ସାହାଯ୍ୟ ପାଇଁ ଚିତ୍କାର କରୁଥିବାର ଶୁଣିଥିଲେ ଏକ ସର୍ଚ୍ଚ ପାର୍ଟି ।  ଏହି ସମୟରେ ଯୁବକଙ୍କୁ ଦେଖି ଡରିଯାଇଥିଲେ ସର୍ଚ୍ଚ ପାର୍ଟି । କାରଣ ତାଙ୍କର ରୂପ ବହୁତ ବଦଳି ଯାଇଥିଲା ।

   Related Posts