vridhi excotica
ori homes
vridhi excotica
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୂର୍ବ ୟୁକ୍ରେନରେ ଋଷର ଘନଘନ ଆକ୍ରମଣ, ଲୁହାଂସ୍କକୁ କବଜା କଲା ପୁଟିନ ସେନା
  • ||
  • ସେୟାର ବଜାରରେ ଉତ୍ସାହ : ଆରମ୍ଭରୁ ସବୁଜ ରଙ୍ଗରେ ଖୋଲିଲା ସେନସେକ୍ସ ଓ ନିଫ୍ଟି
  • ||
  • ‘ଶିବସେନାକୁ ଶେଷ କରିବାକୁ ଚାହୁଁଚି ବିଜେପି’ : ଗୁରୁତର ଅଭିଯୋଗ ଆଣିଲେ ଉଦ୍ଧବ
  • ||
  • କାହିଁକି ମ୍ୟାଚରେ ପଛେଇଗଲା ଭାରତ ? କାରଣ କହିଲେ ବ୍ୟାଟିଂ କୋଚ୍
  • ||
  • ଭୂମିକମ୍ପରେ ଥରିଲା ଆଣ୍ଡାମାନ-ନିକୋବର, ରିକ୍ଟର ସ୍କେଲରେ ତୀବ୍ରତା ୫.୦
  • ||
  • ଲଘୁଚାପ ପ୍ରଭାବରେ ୪ ଦିନ ପ୍ରବଳ ବର୍ଷା, ଅଧିକ ଭିଜିବ ଏହି ସବୁ ଜିଲ୍ଲା
  • ||
  • ବୁମରାହଙ୍କ ପଡିଆ ଛାଡିବା ଟିମ୍‌କୁ ପଡିଲା ମହଙ୍ଗା, ଦୁଇଟି ରିଭ୍ୟୁ ବରବାଦ କଲେ ପନ୍ତ
  • ||

ବଢୁଥିବା ଓଜନକୁ ହ୍ରାସ କରିବାକୁ ଚାହୁଁଛନ୍ତି କି ? ନିୟମିତ ଖାଆନ୍ତୁ ଛତୁଆ

18/05/2022 at 3:00 PM

ନୂଆଦିଲ୍ଳୀ ୧୮।୦୫ : ବର୍ତ୍ତମାନ ଖାଦ୍ୟପେୟ ଏଭଳି ହେଲାଣି ଲୋକମାନଙ୍କ ଓଜନ ବୃଦ୍ଧି ହେଉଛି । ସାଧାରଣତଃ ଛୋଟରୁ ଆରମ୍ଭ କରି ବଡ ଯାଏଁ ସଭିଏଁ ଜଙ୍କ ଫୁଡ୍‌ ଖାଉଛନ୍ତି । ଏଥିପାଇଁ ଅନେକ ଲୋକ ଜିମ୍ ଯାଉଛନ୍ତି। ତେଣୁ ଗ୍ରୀଷ୍ମ  ଋତୁରେ ଆପଣଙ୍କର ଓଜନ ହ୍ରାସ କରିବାକୁ ଚାହୁଁଛନ୍ତି, ତେବେ ଛତୁଆ ଅପେକ୍ଷା କୌଣସି ଭଲ ବିକଳ୍ପ ନାହିଁ । ଛତୁଆ ହିଁ ଖରା ଦିନରେ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ହେବା ସହିତ ଓଜନ ମଧ୍ୟ ହ୍ରାସ କରିପାରେ । ଛତୁଆରେ ଫାଇବର, ପ୍ରୋଟିନ୍ ଏବଂ ଅନ୍ୟାନ୍ୟ ପୋଷକ ତତ୍ତ୍ୱ ରହିତାଏ। ଯାହା ଶରୀରକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ । ତେବେ ଚାଲନ୍ତୁ ଜାଣିବା ଛତୁଆ ଆପଣଙ୍କ ଓଜନ ହ୍ରାସ କରିବାରେ କିପରି ସାହାଯ୍ୟ କରିପାରିବ ।

ଛତୁଆରେ ଭରପୁର ଫାଇବରର ମାତ୍ରା ରହିଥାଏ। ଯାହାକି ଦୀର୍ଘ ସମୟ ପର୍ଯ୍ୟନ୍ତ ଭୋକ ଅନୁଭବ କରେ ନାହିଁ। ଯେଉଁଥିପାଇଁ ଆପଣ ଅଧିକ କ୍ୟାଲୋରୀ ଖାଆନ୍ତି ନାହିଁ । ଯଦି ଆପଣ ମଧ୍ୟ ଓଜନ ହ୍ରାସ କରିବାକୁ ଚାହାଁନ୍ତି, ତେବେ ଏହାକୁ ଆଜିଠାରୁ ନିଜେ ଖାଦ୍ୟରେ ସାମିଲ୍‌ କରନ୍ତୁ।

ସକାଳ ଜଳଖିଆରେ ଛତୁଆ ଖାଇବା ଅତ୍ୟନ୍ତ ଲାଭଦାୟକ ଅଟେ । ଏହା ଶରୀରରେ ବିଷାକ୍ତ ପଦାର୍ଥରୁ ମୁକ୍ତି ଦେଇଥାଏ । ଏହା ସହିତ ଛତୁଆ ଶରୀରକୁ ଥଣ୍ଡା ରଖିଥାଏ ।ଏଥି ସହିତ, ଏହା ଶରୀରକୁ ପୁଷ୍ଟିକର ଯୋଗାଏ। ଯାହାଫଳରେ ଆପଣ ଭୋକିଲା ମଧ୍ୟ ଅନୁଭବ କରିବେ ନାହିଁ ।

-ତେବେ ଏହାକୁ ପାଣି ପାଣି କରି ପିଇ ପାରିବେ । ନଚେତ୍‌ ରୁଟି ଆକାରରେ ମଧ୍ୟ କାଇ ପାରିବେ । ହେଲେ ଛତୁଆକୁ ଅଧିକ ମାତ୍ରାରେ ଖାଇବା ଉଚିତ୍‌ ନୁହେଁ । କାରଣ ଏହା ଗ୍ୟାସ ସମସ୍ୟାର କାରଣ ହୋଇପାରେ ।

   Related Posts