ପୁରୀରେ ଚଳିତ ସପ୍ତାହରେ ହେବନି ସଟ୍ ଡାଉନ୍, ରଥଯାତ୍ରା ପାଇଁ କଟକଣା ଲାଗୁ ହୋଇଥିବାରୁ ନିଷ୍ପତ୍ତି

Published By : Prameya-News7 Bureau | July 04, 2020 IST

ପୁରୀ ୪।୭: ପୁରୀରେ ଚଳିତ ସପ୍ତାହ ସଟ୍ ଡାଉନ୍ ହେବନାହିଁ । ଯେହେତୁ ରଥଯାତ୍ରା ପାଇଁ ପୁରୀରେ କଟକଣା ଲାଗୁ ହୋଇଛି, ତେଣୁ ଏ ସପ୍ତାହରେ ସଟ୍ ଡାଉନ୍ ହେବନାହିଁ । ତେବେ ଆସନ୍ତା ସପ୍ତାହରୁ କଟକଣା ଲାଗୁ ହେବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି ।

ପୁରୀ ସହରରେ ରଥଯାତ୍ରା ଭଳି କୋଭିଡ୍ ନିୟମକୁ କଡାକଡି ପାଳନ କରାଯିବ । ନିୟମ ଖିଲାପକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏଥିପାଇଁ ୫ଟି ଟିମ୍ ଗଠନ କରାଯାଇଛି । ଯେଉଁ ଦୋକାନୀମାନେ ନିୟମ ନମାନୁଥିବେ ସେମାନଙ୍କଠାରୁ ଫାଇନ୍ ଆଦାୟ କରାଯିବ ।

ସେହିପରି ମାସ୍କ ନପିନ୍ଧିଲେ ଏବଂ ସାମାଜିକ ଦୂରତା ନରଖିଲେ ଫାଇନ୍ ପଡିବ । ଅନ୍ୟପଟେ ୩୨ଟି ଏନଫୋର୍ସ ଟିମ୍ ଘର ଘର ବୁଲି ରୋଗୀ ଚିହ୍ନଟ ସହ ସଚେତନ କରିବେ । ସେହିପରି ଗୁରୁତର ରୋଗ ନହେଲେ ମେଡିକାଲକୁ ନଆସିବାକୁ ଜିଲ୍ଲାପାଳ ନିବେଦନ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.