ଆସନ୍ତାକାଲି ଭାରତ ବନ୍ଦ – ୨୫ କୋଟି ଭାରତୀୟ ସାମିଲ ହେବେ ବୋଲି ଶ୍ରମିକମାନଙ୍କର ସଙ୍ଗଠନର ଦାବି

Published By : Prameya-News7 Bureau | January 07, 2020 IST

ଭୁବନେଶ୍ୱର ୦୬।୦୧ – ଜାନୁଆରୀ ୮ ତାରିଖରେ ବିଭିନ୍ନ ଶ୍ରମିକ ସଙ୍ଗଠନ ପକ୍ଷରୁ ଭାରତ ବନ୍ଦ ଡାକରା ଦିଆଯାଇଛି । ଏହି ବନ୍ଦକୁ ବିଜେଡି ଓ କଂଗ୍ରେସ ସମର୍ଥନ ଦେବେ ବୋଲି କହିଛନ୍ତି। ଏମାନେ ବନ୍ଦକୁ ନୈତିକ ସମର୍ଥନ ଦେବେ ବୋଲି ସୂଚନା ଦେଇଛନ୍ତି ।
ସୂଚନା ଯୋଗ୍ୟ କେନ୍ଦ୍ର ସରକାରଙ୍କ ବିଭିନ୍ନ ନୀତି ପ୍ରତି ବାଦରେ ୧୦ଟି ଶ୍ରମିକ ସଙ୍ଗଠନ ପକ୍ଷରୁ ଜାନୁଆରି ୮ ତାରିଖରେ ୨୪ ଘଣ୍ଟିଆ ବାରତ ବନ୍ଦ ଡାକରା ଦିଆଯାଇଛି । ଏଥିଯୋଗୁଁ ସାରା ଦେଶରେ ରେଳ ଓ ବ୍ୟାଙ୍କି ସହ ବିଭିନ୍ନ ସେବା ପ୍ରଭାବିତ ହେବ ।

{"id":207690,"sizeSlug":"large"}


ଏହି ବନ୍ଦ ରେ ୨୫ କୋଟି ଲୋକ ସାମିଲ ହେବେ ବୋଲି ଶ୍ରମିକ ସଙ୍ଗଠନ ସିଟୁ ପକ୍ଷରୁ ଦାବି କରାଯାଇଛି ।

୧୦ରୁ ଅଧିକ ଶ୍ରମିକ ସଙ୍ଗଠନ ପକ୍ଷରୁ ଏକ ପ୍ରେସ ବିବୃତିରେ ଏହି କଥା ଘୋଷଣା କରାଯାଇଛି । ଆଇଏନ୍‌ଟିୟୁସି, ଆଇଟିୟୁସି,ଏଚ୍‌ଏମ୍‌ଏସ୍‌, ସିଟୁ, ଆଇୟୁଟିୟୁସି, ଟିୟୁସିସି,ସେଓ୍ୱା, ଏଲ୍‌ଏଫ୍‌ଏଫ୍‌ ପରି ଶ୍ରମିକ ସଙ୍ଗଠନମାନେ ଏହି ବନ୍ଦକୁ ସମର୍ଥନ କରିଛନ୍ତି ।
୬୦ରୁ ଅଧିକ ବିଶ୍ୱ ବିଦ୍ୟାଳୟର ଛାତ୍ର ସଙ୍ଗଠନ ଏହି ଆନ୍ଦୋଳନରେ ସାମିଲ ହେବ ବୋଲି ସୂଚନା ଦେଇଛନ୍ତି । ବିଜେଡି ଓ କଂଗ୍ରେସ ଏହି ବନ୍ଦ ପାଳନରୁ ସମର୍ଥନ କରୁଛନ୍ତି ।

ସିଟୁ ର ସାଧାରଣ ସମ୍ପାଦର ତପନ ସେନ ଏହି ସୂଚନା ଦେଇଛନ୍ତି । ଦେଶର ଆର୍ଥିକ ସ୍ଥିତି ଭଲ ନଥିବା ଅଭିଯୋଗରେ ଏହି ବନ୍ଦ ଡାକରା ଦିଆଯାଇଥିବା ସେ ସୂଚନା ଦେଇଛନ୍ତି । ଏଥିରେ ଲକ୍ଷ ଲକ୍ଷ ଶ୍ରମିକ ଭାଗ ନେବା ବୋଲି ସେ ସୂଚନା ଦେଇଛନ୍ତ ।

{"id":207521,"sizeSlug":"large"}

ବିଭିନ୍ନ ବ୍ୟାଙ୍କି ସେବା ସହ ରେଳ ସେବା ଓ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ସେବା ପ୍ରଭାବିତ ହେବବୋଲି ଜଣା ପଡିଛି ।

ଶ୍ରିମିକମାନଙ୍କ କ୍ଷେତ୍ରରେ ସରକାର ଘୋଷଣା କରିଥିବା ବିଭିନ୍ନ ନୀତି ବିରୋଧରେ ଏହି ବନ୍ଦ ଡାକରା ଦିଆଯାଇଛି । ଶ୍ରମ ଆଇନରେ କରାଯାଇଥିବା ପରିବର୍ତ୍ତନ କୁ ବିରୋଧ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.