ବୁଧବାରରେ ଶୁଭଫଳ ପାଇବେ ଏହି ରାଶିର ବ୍ୟକ୍ତି - ଜାଣନ୍ତୁ ସମ୍ପୂର୍ଣ୍ଣ ରାଶିଫଳ

Published By : Prameya-News7 Bureau | February 11, 2020 IST

ମେଷ–ଲୋକ କଲ୍ୟାଣ ପାଇଁଉତ୍ସାହୀ ଓ ଅନୁରାଗୀ ହେବେ । ଅଣ୍ଟା ଓ ପେଟରେ ଦରଜ କିମ୍ବା ବାୟୁବିକାର ଆଦି ଭୋଗହେବ ।ସମସ୍ୟା ସବୁର ସମାଧାନ ପାଇଁ ବାଟ ମିଳିବ । ବନ୍ଧୁ ପରିଜନ ସହଯୋଗ ମିଳିବ ।ଶୁଭରଙ୍ଗ ଗ୍ରୀନ୍‌ ।ଶୁଭଅଙ୍କ ୪ ।

ବୃଷ–ଏହିବ୍ୟକ୍ତିମାନଙ୍କ ଘାତଚନ୍ଦ୍ର ହେତୁ ଦେହପୀଡା, ମାନସୀକ, ଅସ୍ଥିରତାରହିବ । ପରିବାରରେ ସ୍ୱାସ୍ଥ୍ୟ ସମସ୍ୟା, ଉତ୍ତମ ବନ୍ଧୁସଂପର୍କ, କର୍ମ ପରିସର ବୃଦ୍ଧି, ଯାନ ବାହନରେ ଅପବ୍ୟୟ ଓ ଲୋକ ସଂପର୍କରୁ ସଫଳତା ପାଇବେ ।ଶୁଭରଙ୍ଗ ବ୍ରାଉନ୍‌ ।ଶୁଭ ଅଙ୍କ ୧ ।

ମିଥୁନ - ମାନସିକ ଅଶାନ୍ତି ଅସ୍ଥିରତା ଯୋଗୁଁ କାର୍ଯ୍ୟ ବିଫଳ ହୋଇପାରେ । ବନ୍ଧୁ ପରିବାରରେ ଅସହଯୋଗ ଓ ମତାନ୍ତର ଆସିବ । ଆନ୍ତରିକତା କମ୍‌ରହିବ । ଅର୍ଥ ଆସିବ, ବ୍ୟୟ ମଧ୍ୟ ହେବ ।ଶୁଭରଙ୍ଗ ଧଳା ।ଶୁଭ ଅଙ୍କ ୪ ।

କର୍କଟ–ରାତି ୮ଘ ୨୨ମି ପର୍ଯ୍ୟନ୍ତ ଆପଣଙ୍କ ଶୁଭସମୟ ଅଛି, ମାଙ୍ଗଳିକ କାର୍ଯ୍ୟ କରିପାରିବେ ।ମନରେ ଅଶାନ୍ତି, ଅଯଥା ସମସ୍ୟା ଆଦି ଲାଗିରହିବ । ପରିବାରରେ ସ୍ନେହ-ଶ୍ରଦ୍ଧା ଅତୁଟ ରହିବ ।ଶୁଭରଙ୍ଗଲାଲ୍‌ ।ଶୁଭ ଅଙ୍କ ୮ ।

ସିଂହ –ମାନ-ସମ୍ମାନ ଓ ପ୍ରତିଷ୍ଠାବୃଦ୍ଧିଶ୍ରୀଚନ୍ଦ୍ରଭୋଗହେତୁମିଳିବ । ଉଦ୍‌ଯୋଗସିଦ୍ଧିହେବାରେବିଳମ୍ବ ଅଛି । ଦୂର ଯାତ୍ରାରେସଫଳହେବେ । ଅଣ୍ଟା ଓ ପିଠିରେବ୍ୟଥା ଭୋଗହେବ । ପାରିବାରିକ ସଂପର୍କ ସୁଖମୟ ହେବ ।ଶୁଭରଙ୍ଗ ଗ୍ରୀନ୍‌ ।ଶୁଭ ଅଙ୍କ ୬ ।

କନ୍ୟା–ବୃତ୍ତିରେ ବ୍ୟୟ ନୂତନ ଉଦ୍ୟୋଗରେ ଉତ୍ସାହହାନୀ ଘଟିବ । ପଶୁସଂପଦ ଲାଭହେବ । ଦେବ କାର୍ଯ୍ୟସଂପାଦନ କରିବେ ।ସନ୍ତାନ ସନ୍ତତିଙ୍କ କାର୍ଯ୍ୟ ନେଇ ଚିନ୍ତିତ ରହିବେ ।ଶୁଭରଙ୍ଗ ୟେଲୋ ।ଶୁଭ ଅଙ୍କ ୧ ।

ତୁଳା–ଦିନଟି ଶୁଭଫଳ ଦାୟକ ହେବ ।ସତ ପରାମର୍ଶ ଉପରେ ବିଶ୍ୱାସ ଓ ଆତ୍ମ ପ୍ରତ୍ୟୟ ଯଥେଷ୍ଟ ରହିବା ଆବଶ୍ୟକ ।ଲୋକ ସମର୍ଥନ ଓ ସଦିଚ୍ଛା ପାଇବେ । ଦୂର ଯାତ୍ରା ଶୁଭଙ୍କର ନୁହେଁ ।ଶୁଭ ରଙ୍ଗଲାଲ୍‌ ।ଶୁଭ ଅଙ୍କ ୫ ।

ବିଛା–ସାହସିକ ପଦକ୍ଷେପ ନେଇ ସଫଳ ହେବେ । ଯାନ ବାହନ ସୁଖ ସୌଭାଗ୍ୟ ମିଳିବ । ଦୂର ଯାତ୍ରାରେ କ୍ଳାନ୍ତି ଆସିପାରେ । ନିଜର କର୍ମ ଉପରେ ଦୃଢହେବା ଓ ଆତ୍ମ ପ୍ରତ୍ୟୟ ସୃଷ୍ଟି କରିବାର ଆବଶ୍ୟକତା ଅଛି ।ଶୁଭରଙ୍ଗ ନୀଳ ।ଶୁଭ ଅଙ୍କ ୯ ।

ଧନୁ – ନିଜର କାର୍ଯ୍ୟ କଳାପରେ ସୁସଂଗତ ଧାରା ରକ୍ଷା କରି ପାରିବେ ।କ୍ଷୁଦ୍ର ଶିଳ୍ପ ବା କଳା କ୍ଷେତ୍ରରେ ପାରଦର୍ଶୀହେବେ । ଧର୍ମ ଧାରଣାବଢିବ ।ଜମିଜମା କାର୍ଯ୍ୟରେ ଲାଭବାନ ହେବାର ଆଶା ଅଛି ।ଶୁଭ ରଙ୍ଗକ୍ରୀମ୍‌ ।ଶୁଭ ଅଙ୍କ ୩ ।

ମକର–କର୍ମକ୍ଷେତ୍ରରେ ବିଶୃଙ୍ଖଳିତ ସ୍ଥିତି, ଲକ୍ଷ୍ୟ ପୂରଣରେ ବିଳମ୍ବ ଓ ଉତ୍ସାହହାନୀ ହୋଇପାରେ । ଦୂର ଯାତ୍ରା ମଧ୍ୟ ଗ୍ରହଣୀୟ ନୁହେଁ । ଅର୍ଥ ଭାଗ୍ୟ ସନ୍ତୋଷ ଜନକ ହେବ ।ମିତ୍ର ସହଯୋଗ ପାଇବେ ।ଶୁଭ ରଙ୍ଗ କଫି ।ଶୁଭ ଅଙ୍କ ୭ ।

କୁମ୍ଭ -ଯେ କୌଣସି ସମସ୍ୟାରେ ଶୀଘ୍ର ସମାଧାନ କରିବେ । ଅର୍ଥାଭାବ ଓ ଅସହଯୋଗ ସାମୟିକ ବାଧା ଆଣିପାରେ । ପରିବାରରେ ଶାନ୍ତିପୂର୍ଣ୍ଣ ସହବସ୍ଥାନ ମିଳିବ । ମେସିନାରୀ ଦ୍ରବ୍ୟକ୍ରୟର ସୁଯୋଗ ପାଇବେ ।ଶୁଭରଙ୍ଗ ବ୍ରାଉନ୍‌ ।ଶୁଭ ଅଙ୍କ୫ ।

ମୀନ - ଦିନଟି ଶୁଭାଶୁଭ ମିଶ୍ରିତ ଫଳଦାୟକ ହେବ ।ଉତ୍ସାହ ଓ ଉଦ୍ଦୀପନା ସହିତକାର୍ଯ୍ୟ ନିର୍ବାହ କରିବେ ।ସନ୍ତାନ ସନ୍ତତିସୁଖ, ମାନସିକ ଦୃଢତା , ପରୋପକାର , ବୈଷୟିକ କ୍ଷେତ୍ରରେ ଉନ୍ନତି ଓ ମଙ୍ଗଳକାର୍ଯ୍ୟହେବ । ଶୁଭରଙ୍ଗକ୍ରୀମ୍‌ ।ଶୁଭ ଅଙ୍କ ୨ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.