ବୁଧବାର ରାଶିଫଳ: ଜାଣନ୍ତୁ କେମିତି କଟିବ କାଲିର ଦିନ

Published By : Prameya-News7 Bureau | August 24, 2021 IST

ମେଷ–ରାଶିରେ ବଳବାନ୍‌ ରାହୁ ଏବଂ ଭାଗ୍ୟସ୍ଥ ବୁଧ ଯୋଗୁ ଯେଉଁ କାମରେ ହାତ ଦିଅନ୍ତୁନା କାହିଁକି, ଆପଣଙ୍କ ଚେଷ୍ଟା କଦାପି ନିଷ୍ଫଳ ହେବ ନାହିଁ । ନିର୍ମାଣାଧୀନ କାମ ଓ ଅନୁଷ୍ଠାନିକ କାମରେ କେତେକ ବ୍ୟତିକ୍ରମ ସୃଷ୍ଟି ହେବାର ସୂଚନା ରହିଛି । ଶୁଭରଙ୍ଗ ଲାଲ୍‌ । ଶୁଭ ଅଙ୍କ ୩ ।
• ଚାଷୀ-ଆଧୁନିକ ପଦ୍ଧତିରେ ଚାଷକାର୍ଯ୍ୟ କରିବେ ।
• ରୋଗୀ- ଥଣ୍ଡା ଜନିତ ରୋଗ ହୋଇପାରେ ।
• ଛାତ୍ରଛାତ୍ରୀ- ଉଚ୍ଚ ଶିକ୍ଷା ଆବଶ୍ୟକ ।
• କର୍ମଜୀବି-କର୍ମକ୍ଷେତ୍ରରେ ଉନ୍ନତି ମିଳିବ ।
• ବ୍ୟବସାୟୀ- ନୂଆ ବ୍ୟବସାୟ ଲାଭ ହେବ ।
• ଗୃହିଣୀ-ସୁଖଭାରା ଦିନଟି ।

ବୃଷ–ସ୍ୱଗୃହୀ ଶୁକ୍ର ପ୍ରଭାବରେ ଆରୋଗ୍ୟ ଲାଭ କରିବେ ଏବଂ ବନ୍ଧୁଙ୍କ ପରାମର୍ଶରୁ ଆଶ୍ୱସ୍ତି ଲାଭ କରିପାରନ୍ତି । ଶିଳ୍ପ, ବାଣିଜ୍ୟ ଓ ପରିବହନ ସକାଶେ ଦିନଟି ବହୁତ ଭଲ । ବନ୍ଧୁ ସମ୍ପର୍କରେ ଉନ୍ନତି ଘଟିବ ଏବଂ ଫଳପ୍ରଦ ଆଲୋଚନା ହୋଇପାରେ ।ଶୁଭରଙ୍ଗ ଧୂସର । ଶୁଭ ଅଙ୍କ ୭ ।
• ଚାଷୀ- ଅଧିକା ପାଣିଜମିରେ ରହିଲେ, ଫସଲ ନଷ୍ଟ କରିପାରେ ।
• ରୋଗୀ – ସ୍ୱାସ୍ଥ୍ୟ ଅତୁଟ ରହିବ ।
• ଛାତ୍ରଛାତ୍ରୀ- ବିଦ୍ୱାନ୍‌ ହେବେ ।
• କର୍ମଜୀବି- ସମ୍ମାନିତ ହେବେ ।
• ବ୍ୟବସାୟୀ- ବିଜୟୀ ହେବେ ।
• ଗୃହିଣୀ- ସଦିଚ୍ଛାଭାବ ରହିବ ।

ମିଥୁନ - ଆଜି ରାଶ୍ୟାଧିପତି ସହ ଅନ୍ୟ ଦୁଇଟି ଗ୍ରହଙ୍କ ସମାବେଶ କର୍ମକ୍ଷେତ୍ରରେ ବିବାଦୀୟ ପରିସ୍ଥିିତି ସୃଷ୍ଟି କରିପାରନ୍ତି । ପରିବାରରେ ସାମାନ୍ୟ କଥାକୁ କେନ୍ଦ୍ର କରି ପାରିବାରିକ କ୍ଷେତ୍ରରେସମସ୍ୟା ଜନିତ ଟେନ୍‌ସନ ସୃଷ୍ଟିକରିବ । ଶୁଭରଙ୍ଗ ଲାଲ୍‌ । ଶୁଭ ଅଙ୍କ ୪ ।
• ଚାଷୀ- ସାଙ୍ଗରେ ପାଣିନେଇ ବାହାରନ୍ତୁ ।
• ରୋଗୀ- ୟୋଗା କରନ୍ତୁ ।
• ଛାତ୍ରଛାତ୍ରୀ- ମିତ୍ର ସହ କଟୁତା ହୋଇପାରେ ।
• କର୍ମଜୀବି- ସମ୍ମାନ ପାଇବେ ।
• ବ୍ୟବସାୟୀ- ଚୌରଭୟ ଅଛି ।
• ଗୃହିଣୀ- ସଦିଚ୍ଛାଭାବ ରହିବ ।

କର୍କଟ–ଚନ୍ଦ୍ର ଏବଂ ମଙ୍ଗଳଙ୍କ ଉଚ୍ଚାବସ୍ଥାନ ଆପଣଙ୍କ କାର୍ଯ୍ୟ ସିଦ୍ଧି, ଆର୍ଥିକ ଉନ୍ନତି ସହ ବନ୍ଧୁ ସମ୍ପର୍କକୁ ଦୃଢୀଭୂତ କରିବ । ଅତୀତର ଘଟଣା ଗୁଡିକର ସମୀକ୍ଷା କରି ଚିନ୍ତିତ ରହିପାରନ୍ତି । ଶୁଭରଙ୍ଗ ଧଳା । ଶୁଭ ଅଙ୍କ ୫ ।
• ଗୃହିଣୀ-ଘର କାମରେ ବ୍ୟସ୍ତ ରହିବେ ।
• ବ୍ୟବସାୟୀ- ବିଜୟୀ ହେବେ ।
• କର୍ମଜୀବି- ସମ୍ମାନ ପାଇବେ ।
• ଛାତ୍ରଛାତ୍ରୀ- ମିତ୍ରଙ୍କ ସହଯୋଗ ମିଳିବ ।
• ରୋଗୀ- ଥଣ୍ଡା ଜନିତ ରୋଗ ହୋଇପାରେ ।
• ଚାଷୀ- ଶାରୀରିକ କ୍ଳାନ୍ତି ଆସିପାରେ ।

ସିଂହ –ଅଭାବ ନ ଥିଲେ ମଧ୍ୟ ମାନସିକ ସ୍ତରରେ କିଛିଟା ଆଲୋଡନ ଅସ୍ଥିରତାର କାରଣ ହୋଇପାରେ । ବନ୍ଧୁମାନଙ୍କ ଜରିଆରେ କୌଣସି ଖବର ପାଇ ବିସ୍ମୟ ପ୍ରକାଶ କରିପାରନ୍ତି । ଶୁଭରଙ୍ଗ ଲାଲ୍‌ । ଶୁଭ ଅଙ୍କ ୨ ।
• ଚାଷୀ-ଜଳବାୟୁ ପ୍ରତିସତର୍କରୁହନ୍ତୁ ।
• ରୋଗୀ- ଆଜିକିଛି ଦିନ ସତର୍କରୁହନ୍ତୁ ।
• ଛାତ୍ରଛାତ୍ରୀ- ବିଜ୍ଞହେବେ ।
• କର୍ମଜୀବି-ଅର୍ଥ ହାନୀହେବ ।
• ବ୍ୟବସାୟୀ- ଅର୍ଥ ହାନୀହେବ ।
• ଗୃହିଣୀ-ଘର କାମରେବ୍ୟସ୍ତରହିବେ ।

କନ୍ୟା–ଯେଉଁଥିପାଇଁ ଚିନ୍ତିତ ରହିଛନ୍ତି, ଆଜି ସେଥିରୁ ଅନେକାଂଶରେ ହାଲୁକା ଅନୁଭବ କରିବେ । ଠିକ୍‌ ହେବ ନାହିଁ । ପରିବହନ ସମସ୍ୟାରେ ଜନିତ ହୋଇପାରନ୍ତି । ଶୁଭରଙ୍ଗ କଫି । ଶୁଭ ଅଙ୍କ ୬ ।
• ଚାଷୀ-ଚାଷରେ ଉନ୍ନତି ପାଇଁ କୃଷି ବିଭାଗର ପରାମର୍ଶ ନିଅନ୍ତୁ ।
• ରୋଗୀ- ସତର୍କତାର ଦିନ ।
• ଛାତ୍ରଛାତ୍ରୀ- ସାଠରେ ମନ ଦେବେ ।
• କର୍ମଜୀବି-ଅର୍ଥ ହାନୀହେବ ।
• ବ୍ୟବସାୟୀ- ସଫଳତା ହାତଛଡା ହୋଇଯିବ ।
• ଗୃହିଣୀ-ଘର କାମରେ ବ୍ୟସ୍ତ ରହିବେ ।

ତୁଳା–ସାମାନ୍ୟ ଅସ୍ଥିରତା ଲାଗି ରହିଲେ ମଧ୍ୟ ଦୈହିକ ସୁସ୍ଥତା ଅକ୍ଷୁଣ୍ଣ ରହିଥିବାରୁ ଆଶ୍ୱସ୍ତି ଅନୁଭବ କରିବେ । ସାମାଜିକ ସ୍ତରରେ କୌଣସି ନୂତନ ଦାୟିତ୍ୱ ହାତକୁ ନେବକୁ ପଡିପାରେ । ଶୁଭରଙ୍ଗ ୟେଲୋ । ଶୁଭ ଅଙ୍କ ୯ ।
• ଚାଷୀ-ଜୈବିକ ସାର ମାଟିରେ ବ୍ୟବହାର ଉଚିତ୍‌ ।
• ରୋଗୀ- ଥଣ୍ଡା ଜନିତ ରୋଗ ହୋଇପାରେ ।
• ଛାତ୍ରଛାତ୍ରୀ- ଉଚ୍ଚ ଶିକ୍ଷା ଆବଶ୍ୟକ ।
• କର୍ମଜୀବି-ଅର୍ଥ ମିଳିବ ।
• ବ୍ୟବସାୟୀ- ନୂଆ ବ୍ୟବସାୟ ଲାଭ ହେବ ।
• ଗୃହିଣୀ-ଧାର୍ମିକ ହେବେ ।

ବିଛା– ପାପଗ୍ରହ ଯୁକ୍ତ ତୃତୀୟ ଭାବ ପ୍ରଭାବରେ ବନ୍ଧୁଙ୍କ ଉପରେ ଅଯଥା ରାଗ କିମ୍ବା ଅଭିମାନ କରି ଚୁପ୍‌ ରହିଲେ କ୍ଷତିରେ ପଡିବେ । ବିଶିଷ୍ଟ ବ୍ୟକ୍ତିମାନଙ୍କ ଅନୁରୋଧରେ ସାମାଜିକ କାର୍ଯ୍ୟରେ ଯୋଗ ଦେଇପାରନ୍ତି । ଶୁଭରଙ୍ଗ କ୍ରୀମ୍‌ । ଶୁଭ ଅଙ୍କ୮ ।
• ଚାଷୀ-କୌଣସି ସମସ୍ୟା ଥିଲେ, କୃଷି ବିଭାଗର ପରାମର୍ଶ ନିଅନ୍ତୁ ।
• ରୋଗୀ – ସ୍ୱାସ୍ଥ୍ୟ ଅତୁଟ ରହିବ ।
• ଛାତ୍ରଛାତ୍ରୀ- କ୍ରୀଡାରେ ମନ ଦେବେ ।
• କର୍ମଜୀବି-ଅର୍ଥ ହାନୀହେବ ।
• ବ୍ୟବସାୟୀ- ସଫଳତା ହାତଛଡା ହୋଇଯିବ ।
• ଗୃହିଣୀ-ସଜାସଜିରେ ବ୍ୟସ୍ତ ରହିବେ ।

ଧନୁ –ପାରିବେଶିକ ଅସ୍ଥିରତା କାରଣରୁ ମାନସିକ ଅଶାନ୍ତି ଦେଖା ଦେଇପାରେ ।ବାହାର ସ୍ଥାନରେ ଜିନିଷପତ୍ର ପ୍ରତି ସତର୍କ ରୁହନ୍ତୁ, ନଚେତ ଅଦଳବଦଳ ହୋଇଯାଇପାରେ । ବନ୍ଧୁଙ୍କ ସାହାର୍ଯ୍ୟ ସହଯୋଗ ଲୋଡିପାରନ୍ତି । ଶୁଭରଙ୍ଗ ନୀଳ ।ଶୁଭ ଅଙ୍କ ୭ ।
• ଚାଷୀ-ଚାଷରେ ଉନ୍ନତି ପାଇଁ କୃଷିବିଭାଗର ପରାମର୍ଶ ନିଅନ୍ତୁ ।
• ରୋଗୀ- ସତର୍କତାର ଦିନ ।
• ଛାତ୍ରଛାତ୍ରୀ- ସାଠରେ ମନ ଦେବେ ।
• କର୍ମଜୀବି-ଉନ୍ନତିର ମାର୍ଗ ମିଳିବ ।
• ବ୍ୟବସାୟୀ- ନୂଆ ବ୍ୟବସାୟ ଲାଭହେବ ।
• ଗୃହିଣୀ-ସୁଖଭାରା ଦିନଟି ।

ମକର–ପାଖ ପଡୋଶୀଙ୍କ ସହାୟତାରେ ପାରିବାରିକ ଅସ୍ଥିରତା ଦୂର ହେବା ସାଙ୍ଗକୁ ମନର ବଳ ଖୁବ୍‌ ଟାଣ ରହିବ । ଭ୍ରାତୃ ସମ୍ପର୍କରେ କିଛିଟା ବ୍ୟତିକ୍ରମ ହେବାର ସୂଚନା ରହିଛି । ଶୁଭରଙ୍ଗ ନାରଙ୍ଗୀ । ଶୁଭ ଅଙ୍କ ୧ ।
• ଚାଷୀ- ଉତ୍ତମ ଫଳ ପାଇବେ ।
• ରୋଗୀ- ୟୋଗା କରନ୍ତୁ ।
• ଛାତ୍ରଛାତ୍ରୀ- ଉଚ୍ଚ ଶିକ୍ଷା ଆବଶ୍ୟକ ।
• କର୍ମଜୀବି-କାର୍ଯ୍ୟରେ ସଫଳ ହେବେ ।
• ବ୍ୟବସାୟୀ- ଅର୍ଥ ହାନୀହେବ ।
• ଗୃହିଣୀ-ପିଲାମାନଙ୍କ ପ୍ରତିଚିନ୍ତାରେ ରହିବେ ।

କୁମ୍ଭ -ଉଚ୍ଚାରୋହୀ ରବି ଓ ମଙ୍ଗଳ ପ୍ରଭାବରେ ସରକାରୀ ସ୍ତରରୁ ଆର୍ଥିକ ସାହାର୍ଯ୍ୟ ଲାଭ କରି କେତେକାଂଶରେ ଖୁସି ରହିବେ । ଆରମ୍ଭ କରିଥିବା କାମଟିକୁ ଶେଷ କରିପାରନ୍ତି । ଶୁଭରଙ୍ଗ କଫି । ଶୁଭ ଅଙ୍କ ୬ ।
• ଚାଷୀ-ଜଳବାୟୁ ପ୍ରତି ସତର୍କ ରୁହନ୍ତୁ ।
• ରୋଗୀ- ଅସୁସ୍ଥ ଅନୁଭବକରିବେ ।
• ଛାତ୍ରଛାତ୍ରୀ- କ୍ରୀଡାରେ ମନ ଦେବେ ।
• କର୍ମଜୀବି-ସମ୍ମାନିତ ହେବେ ।
• ବ୍ୟବସାୟୀ- ଅର୍ଥ ଲାଭ ହେବ ।
• ଗୃହିଣୀ-ସୁଖୀ ହେବେ ।

ମୀନ - ଆଜି ଯେଉଁ କାମରେ ବାହାରିବେ ସେଥିରେ କୌଣସି ପ୍ରକାର ଅସୁବିଧା ହେବ ନାହିଁ । ପାରିବାରିକ ଭାବପ୍ରବଣତା ଆପଣଙ୍କୁ କେତେ ମାତ୍ରାରେ ବିବ୍ରତ କରିପାରେ । ଶୁଭରଙ୍ଗ କ୍ରୀମ୍‌ । ଶୁଭ ଅଙ୍କ ୪ ।
• ଗୃହିଣୀ- ଭାଗ୍ୟଶାଳୀ ହେବେ ।
• ବ୍ୟବସାୟୀ- ଲୋକପ୍ରିୟତା ମିଳିବ ।
• କର୍ମଜୀବି- ନୂଆ ଜବ୍‌ ମିଳିବା କଷ୍ଟ ।
• ଛାତ୍ରଛାତ୍ରୀ- ମିତ୍ରଙ୍କ ସହଯୋଗ ମିଳିବ ।
• ରୋଗୀ- ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ ।
• ଚାଷୀ- ଅନ୍ୟ ଚାଷ କରିବାକୁ ମନ ବଳାଇବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.