scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ବିହାରରେ ଭୂକମ୍ପ ଝଟକା, ରିକ୍ଟର ସ୍କେଲରେ ତୀବ୍ରତା ୪.୩; କ୍ଷୟକ୍ଷତି ସୂଚନା ନାହିଁ

12/04/2023 at 7:58 AM

earthquake in bihar

ନୂଆଦିଲ୍ଲୀ: ବିହାରର ଅରରିଆରେ ବୁଧବାର ସକାଳେ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୪.୩ ଥିବା ଜଣାପଡ଼ିଛି । ଖବର ଅନୁସାରେ ସକାଳ ପ୍ରାୟ ୫ଟା ୩୫ ମିନିଟ୍ ପାଖାପଖି ଭୂକମ୍ପ ଝଟକା ହୋଇଥିଲା । ଭୂକମ୍ପ ଯୋଗୁଁ ବର୍ତ୍ତମାନ ସୁଦ୍ଧା କ୍ଷୟକ୍ଷତିର କୌଣସି ସୂଚନା ନାହିଁ ।

ନ୍ୟାସନାଲ ସେଣ୍ଟର ଫର ସେସ୍ମୋଲଜି ଅନୁସାରେ ଭୂକମ୍ପର କେନ୍ଦ୍ର ପୃଥିବୀର ୧୦ କିଲୋମିଟର ଗଭୀରରେ ରହିଥିଲା । ଏହାଛଡ଼ା ପଶ୍ଚିମବଙ୍ଗର ଶିଲିଗୁଡ଼ିରେ ମଧ୍ୟ ଭୂକମ୍ପର ଝଟକା ଅନୁଭବ ହୋଇଛି ।

ଉଲ୍ଲେଖଯୋଗ୍ୟ ଯେ ଗତ କିଛି ଦିନ ଧରି ଉତ୍ତର ଭାରତର ଅନେକ ସ୍ଥାନରେ ଭୂକମ୍ପ ଝଟକା ଅନୁଭୂତ ହୋଇସାରିଛି । ଏହା ପୂର୍ବରୁ ମଙ୍ଗଳବାର ନେପାଳରେ ୪.୧ ତୀବ୍ରତାର ଭୂକମ୍ପ ଆସିଥିଲା । ନେପାଳର ରାଜଧାନୀ କାଠମାଣ୍ଡୁର ଭୂମି ଥରିଥିଲା । ତେବେ ଏଠାରେ ମଧ୍ୟ କୌଣସି ପ୍ରକାର କ୍ଷୟକ୍ଷତି ହୋଇ ନଥିଲା । ରବିବାର ଏବଂ ସୋମବାର ରାତିରେ ଆଣ୍ଡାମାନ ନିକୋବାର ଦ୍ୱୀପରେ ମଧ୍ୟ ଭୂକମ୍ପ ଆସିଥିଲା । ରିପୋର୍ଟ ଅନୁସାରେ ଆଣ୍ଡାମାନ ନିକୋବାର ଦ୍ୱୀପରେ ୨୪ ଘଣ୍ଟାରେ ତିନି ଥର ଭୂକମ୍ପ ଝଟକା ଅନୁଭବ କରାଯାଇଥିଲା ।

   Related Posts