ବରକୁ ନେଇ ୪ କି.ମି ଦୌଡି ପଳାଇଲା ଘୋଡା : ପଛରେ ଗୋଡାଇଲେ ବରଯାତ୍ରୀ, ତାପରେ...

Published By : Prameya-News7 Bureau | July 24, 2021 IST

ରାଜସ୍ଥାନ ୨୪/୦୭ : ରାଜସ୍ଥାନରେ ଏକ ଅଜବ ମାମଲା ସାମ୍ନାକୁ ଆସିଛି । ଏଠାରେ ଏକ ବିବାହ ସମାରୋହରେ ବର ଥଟ୍ଟାର ପାତ୍ର ହୋଇଥିବା ଦେଖିବାକୁ ମିଳିଛି, ଯେତେବେଳେ ଘୋଡା ବରକୁ ନେଇ ପଳାଇଛି । ଏହା ପରେ ବରଯାତ୍ରୀମାନେ କାର ଏବଂ ବାଇକ୍ ଯୋଗେ ଚାରି କିଲୋମିଟର ପର୍ଯ୍ୟନ୍ତ ଗୋଡାଇ ଘୋଡାକୁ ଧରିଛନ୍ତି । ଏହି ସମ୍ପୂର୍ଣ୍ଣ ଦୃଶ୍ୟର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

wp:html /wp:html

ସୂଚନା ଅନୁଯାୟୀ, ଏହି ମାମଲା ରାଜସ୍ଥାନର ଅଜମେରର ନାସିରାବାଦରେ ଦେଖିବାକୁ ମିଳିଛି । ଯେତେବେଳେ ବିବାହ ସମୟରେ ବରଯାତ୍ରୀମାନେ ଡିଜେରେ ନାଚୁଥିଲେ, ସେତେବେଳେ ବର ଏକ ଘୋଡା ଉପରେ ବସିଥିଲା । ଏହି ସମୟରେ ହଠାତ୍ ଏକ ବାଣ ଫୁଟିଥିଲା ଏବଂ ବାଣ ଶବ୍ଦରେ ଘୋଡା ବିଚଳିତ ହୋଇ ବରକୁ ନେଇ ପଳାଇଥିଲା। ଘୋଡାଟି ଅଳ୍ପ ଦୂର ଯାଇ ନଥିଲା, ବରଂ ବରକୁ ନେଇ ଚାରି କିଲୋମିଟର ପର୍ଯ୍ୟନ୍ତ ପଳାଇଥିଲା ।

ବରଯାତ୍ରୀମାନେ ନାଚିବା ଛାଡି କାର୍ ଏବଂ ବାଇକ୍ ଯୋଗେ ଘୋଡା ପଛରେ ଗୋଡାଇଥିଲେ । ଘୋଡା ବରକୁ ନେଇ ପ୍ରାୟ ଚାରି କିଲୋମିଟର ପରେ ଅଟକି ଯାଇଥିଲା । ଏଥି ସହିତ ସୋସିଆଲ ମିଡିଆରେ ଘଟଣାର ଭିଡିଓ ଦିନକୁ ଦିନ ଭାଇରାଲ ହେବାରେ ଲାଗିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.