ତପ୍ତପାଣି ଘାଟିରେ ଦୁର୍ଘଟଣା, ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହେଲା ବରଯାତ୍ରୀ ବସ୍‌

Published By : Prameya-News7 Bureau | March 03, 2024 IST

ମୋହନା: ତପ୍ତପାଣି ଘାଟିରେ ବସ୍‌ ଦୁର୍ଘଟଣା । ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହେଲା ବରଯାତ୍ରୀ ବସ୍‌ । ଫଳରେ ଏଥିରେ ଥିବା ୭ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି । ସମସ୍ତ ଗୁରୁତରଙ୍କୁ ସ୍ଥାନୀୟ ଦମକଳ ବାହିନୀ ଓ ପୋଲିସ ଉଦ୍ଧାର କରି ଦିଗପହଣ୍ଡି ମେଡିକାଲରେ ଭର୍ତ୍ତି କରିଛନ୍ତି ।

ସୂଚନା ଅନୁଯରୟୀ, ଗଞ୍ଜାମ ଜିଲ୍ଲା କେ.ନୂଆଗାଁ ଥାନା ମେଘଝୁଳି ପେଣ୍ଠା ଗାଁର ବରଯାତ୍ରୀ ଗଜପତି ଜିଲ୍ଲା ଚାନ୍ଦିପୁଟ ଯାଇଥିଲେ। ବିବାହ କାର୍ଯ୍ୟ ସରିବା ପରେ ଅପରାହ୍ନ ପ୍ରାୟ ସାଢ଼େ ୪ଟାରେ ବରଯାତ୍ରୀଙ୍କୁ ନେଇ ବସ୍‌ଟି ଫେରୁଥିବା ବେଳେ ଭାରସାମ୍ୟ ହରାଇ ଘାଟିର ଏକ ପାହାଡ଼ାରେ ଧକ୍କା ହୋଇଛି। ତେବେ ସୌଭାଗ୍ୟବଶତଃ ବସରେ ଥିବା ୫୦ରୁ ଅଧିକ ଯାତ୍ରୀ ସୁରକ୍ଷିତ ଅଛନ୍ତି।

ଆହୁରି ପଢ଼ନ୍ତୁ: ୩୫୧ ଜୀବନ୍ତ କଇଁଛ ଜବତ, ପଶ୍ଚିମବଙ୍ଗରୁ କର୍ଣ୍ଣାଟକ ହେଉଥିଲା ଚାଲାଣ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.