୪୦ ଦେଶରେ ଗୁଗଲ ଡାଉନ୍, କାମ କରୁନି ଓ୍ୱେବସାଇଟ୍ : ଟ୍ୱିଟରରେ ଅଭିଯୋଗ କଲେ ୟୁଜର

Published By : Prameya-News7 Bureau | August 09, 2022 IST

ନୂଆଦିଲ୍ଲୀ ୦୯/୦୮: ସର୍ଚ୍ଚ ଇଞ୍ଜିନ୍ ଗୁଗଲରେ ସମସ୍ୟା । ଅନେକ ୟୁଜରଙ୍କ ଫୋନ୍ ଓ କମ୍ପ୍ୟୁଟରରେ ଗୁଗଲ କାମ କରୁନି । ଡାଉନଡିଟେକ୍ଟର.କମ୍ ଓ୍ୱେବସାଇଟ୍ ଅନୁସାରେ, ସାରା ବିଶ୍ୱର ହଜାର ହଜାର ୟୁଜରଙ୍କ ଗୁଗଲରେ ସମସ୍ୟା ଦେଖାଦେଇଛି । ୪୦ ହଜାରରୁ ଅଧିକ ଲୋକେ ଏନେଇ ଅଭିଯୋଗ କରିଛନ୍ତି । ତେବେ ଗୁଗଲ ଏନେଇ କୌଣସି ସୂଚନା ଦେଇନାହିଁ ।

ତେବେ ଖବର ଲେଖାହେଲା ବେଳକୁ, ଭାରତରେ ଗୁଗଲରେ ସମସ୍ୟା ନଥିଲା । କିନ୍ତୁ ବାହାର ଦେଶର ଅନେକ ୟୁଜର ଗୁଗଲ ଡାଉନ୍ ନେଇ ସୋସିଆଲ ମିଡିଆରେ ପୋଷ୍ଟ କରୁଛନ୍ତି । ଭାରତରେ ସର୍ଭର ଠିକ ଭାବେ କାମ କରୁଛି ।

wp:html /wp:html

ୟୁଜରଙ୍କୁ ଆସୁଛି ୫୦୦ ଏରର୍ ମେସେଜ୍

ଅଧିକାଂଶ ୟୁଜର ଗୁଗଲ ହୋମପେଜ୍ ଓପନ କଲେ ୫୦୦ ଏରର୍ ଦେଖିବାକୁ ମିଳୁଛି । ଓ୍ୱେବସାଇଟ୍ ଡାଉନ୍ ନେଇ କମ୍ପାନୀ ପକ୍ଷରୁ କୌଣସି ସୂଚନା ଦିଆଯାଇ ନାହିଁ । କିଛି ୟୁଜରଙ୍କୁ କମ୍ପାନୀ କ୍ୟାଚ୍ କ୍ଲିଅର ସହ ଫୋନ୍ ରିଷ୍ଟାର୍ଟ କରିବାକୁ କହିଛି । ଏକ ଟ୍ୱିଟ୍ ଉପରେ ରିପ୍ଲାଏ ଦେଇ ଗୁଗଲ ଏହା କହିଛି ।

ଏହି ସ୍ଥାନରେ ବେଶି ସମସ୍ୟା

ୟୁକେ, ଅଷ୍ଟ୍ରେଲିଆ ଓ ସିଙ୍ଗାପୁରରେ ଗୁଗଲ ଡାଉନ୍ ନେଇ ଅଧିକ ଅଭିଯୋଗ ଆସିଛି । ସକାଳ ପ୍ରାୟ ୭ଟାରୁ ୟୁଜର ଏନେଇ ଟ୍ୱିଟ୍ କରୁଛନ୍ତି । ଆହୁରି ୪୦ଟି ଦେଶର ୟୁଜର ମଧ୍ୟ ସମସ୍ୟାର ସାମ୍ନା କରୁଛନ୍ତି । ତେବେ କଣ ପାଇଁ ଏପରି ହେଉଛି ତାହା ଏଯାଏଁ ସ୍ପଷ୍ଟ ହୋଇପାରି ନାହିଁ ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.