ଗୁଗୁଲରେ ସବୁଠୁ ଅଧିକ ସର୍ଚ୍ଚ କରାଯାଇଥିବା ସେନ୍ସେସନ୍ ଗର୍ଲ ଅନ୍ବେଶୀ ଜୈନ୍‌ ଇଣ୍ଟରେନେଟ୍‌ରେ ଭାଇରାଲ...

Published By : Prameya-News7 Bureau | January 21, 2020 IST

ମୁମ୍ବାଇ୨୧|୧: ଗ୍ଲାମର ଦୁନିଆରେ କିଏ କେବେ ଛାଇଯାଏ ତାହା କେହି ଜାଣିନଥାନ୍ତି। ମଡେଲ ତଥା ଅଭିନେତ୍ରୀ ଅନ୍ବେଶୀ ଜୈନ୍‌ ଅଧିକାଂଶ ସମୟ ନିଜ ହଟ୍‌ ଫଟୋ ଦ୍ବାରା ସୋସିଆଲ ମିଡିଆର ତାପମାତ୍ରା ବଢାନ୍ତି।୧୯୯୧ ମସିହା ଜୁନ ମାସ ୨୫ ତାରିଖରେ ଅନ୍ବେଷୀଙ୍କ ଜନ୍ମ ମଧ୍ୟପ୍ରଦେଶର ଖଜୁରାହରେ ହୋଇଥିଲା। ପ୍ରଥମେ ରେସ୍ତୋରାଣ୍ଟରେ କାମ କରୁଥିଲେ ଅଭିନେତ୍ରୀ ଅନ୍ବେଷୀ।

{"id":214125,"sizeSlug":"large"}

ରେସ୍ତୋରାଣ୍ଟରେ କାମ କରି ସେ ନିଜ ଖର୍ଚ୍ଚ ଉଠାଉଥିଲେ। କମ ବୟସରେ ହିଁ ସେ ଘରୁ ଟଙ୍କା ଆଣିବା ବନ୍ଦ କରିଦେଇଥିଲେ ଓ ନିଜ ଗୋଡରେ ନିଜେ ଠିଆ ହେବେ ବୋଲି ନିଷ୍ପତ୍ତି ନେଇଥିଲେ। ନିକଟରେ ପୁଣି ଥରେ ନିଜ ହଟ୍‌ ଅନ୍ଦାଜର କିଛି ଫଟୋ ସେୟାର କରି ସୋସିଆଲ ମିଡିଆରେ ନିଆଁ ଲଗାଇଛନ୍ତି ଏହି ଅଭିନେତ୍ରୀ । ଏକତା କପୁରଙ୍କ ୱେବ ସିରିଜ ‘ଗନ୍ଦି ବାତ ୨’ରେ ଅନ୍ବେଶୀ ଜୈନ୍‌ଙ୍କ ବୋଲ୍ଡ ସିନ୍‌ ଅନେକ ଦର୍ଶକଙ୍କୁ ଘାୟଲ କରିଥିଲା।

{"id":214126,"sizeSlug":"large"}

‘ଗନ୍ଦି ବାତ ୨’ରେ ଅଭିନୟ କରି ସେ ଇଣ୍ଡଷ୍ଟ୍ରିରେ ପାଦ ଦେଇଥିଲେ। କେବଳ ଫିଲ୍ମରେ ନୁହେଁ ବରଂ ସୋସିଆଲ ମିଡିଆରେ ମଧ୍ୟ ତାଙ୍କର ଅନେକ ବୋଲ୍ଡ ଫଟୋ ଭାଇରାଲ ହେଉଥାଏ। ୨୦୧୯ ମସିହାରେ ଅନ୍ବେଶୀଙ୍କ ନାଁ ଗୁଗୁଲରେ ସବୁଠୁ ଅଧିକ ସର୍ଚ୍ଚ କରାଯାଇଥିବା ଅଭିନେତ୍ରୀଙ୍କ ଲିଷ୍ଟରେ ସାମିଲ ଅଛି। ଗତ ବର୍ଷ ମୋବାଇଲ ଓ କମ୍ପ୍ୟୁଟରରେ ତାଙ୍କୁ ୩୦ ମିଲିୟନ ଥର ସର୍ଚ୍ଚ କରାଯାଇଛି।    

{"id":214127,"sizeSlug":"large"}

ଇନ୍‌ଷ୍ଟାଗ୍ରାମରେ ପାଖାପାଖି ୧୫ ଲକ୍ଷରୁ ଅଧିକ ଲୋକ ଅନ୍ବେଶୀଙ୍କୁ ଫଲୋ କରନ୍ତି। ମଡେଲିଂ କରି ଅନ୍ବେଶୀ ନିଜ କ୍ୟାରିଅର ଆରମ୍ଭ କରିଥିଲେ। ଏବେ ସେ ଯୁବ ପୀଢିଙ୍କ ମଧ୍ୟରେ ବେଶ ଚର୍ଚ୍ଚାରେ ରୁହନ୍ତି। ଏବେ ସେ ଜଣେ ଅଭିନେତ୍ରୀ ଓ ଆଙ୍କର ଭାବେ ପରିଚିତ। ଆଗାମୀ ଦିନରେ ସେ ତେଲୁଗୁ, ତାମିଲ, ଗୁଜରାତି ଓ ବଲିଉଡ ଫିଲ୍ମରେ ମଧ୍ୟ ନଜର ଆସିବେ। ଅନ୍ବେଷୀଙ୍କୁ ମଲ୍‌ଟି ଟାଲେଣ୍ଟେଡ୍‌ ମଧ୍ୟ କୁହାଯାଏ ।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.