ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆସୁଛି ଆଉ ଏକ ଲଘୁଚାପ ! ୮ରୁ ବର୍ଷା ସମ୍ଭାବନା
  • ||
  • ପଦ୍ମପୁର ଉପନିର୍ବାଚନ : ନେତା ବାଛିବେ ଜନତା, ଭୋଟ ଦେବେ ୨ ଲକ୍ଷରୁ ଅଧିକ ଭୋଟର
  • ||

ୱେବ ସିରିଜ ‘କେସ୍ ଫାଇଲସ’ ଖୋଲିବ ହାଇପ୍ରୋଫାଇଲ ଅପରାଧର ରହସ୍ୟ,ଅଡୁଆ ସୂତାରୁ ବାହାରିବ ଖିଅ

2/06/2019 at 9:38 PM

ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧିଙ୍କ ହତ୍ୟା ହେଉ ଅଥବା ହର୍ଷଦ ମେହେଟାଙ୍କ ସେୟାର ସ୍କାମ ଏଭଳି ଅନେକ ହାଇପ୍ରୋଫାଇଲ ଅପରାଧ ଜାଣିବାକୁ  ଲୋକେ ଏବେ ବି ଆଗ୍ରହୀ। ତଦନ୍ତକାରୀ ସଂସ୍ଥାଙ୍କ ତଦନ୍ତ ପ୍ରକ୍ରିୟା ଲୋକଙ୍କ ସନ୍ଦେହ ମୋଚନ କରିବାରେ ସକ୍ଷମ ହୋଇ ନାହିଁ । ମାମଲା ଉପରୁ ଲୋକଙ୍କ ନଜର ହଟିବା ମାତ୍ରେ ତଦନ୍ତକାରୀ ସଂସ୍ଥାମାନେ ନିଜ ସୁବିଧା ଅନୁସାରେ ମୋକଦ୍ଦମାର ତଦନ୍ତ କରି ଫାଇଲ କ୍ଲୋଜ କରିଦେଇଛନ୍ତି। ତେବେ ଏଭଳି ଅନେକ ହାଇପ୍ରୋଫାଇଲ ମାମଲାର ତଦନ୍ତର ଅଡୁଆ ସୂତାରୁ ଏବେ ଖିଅ ବାହାରିବ। ଏଥିପାଇଁ ଖୁବ୍ ଶୀଘ୍ର ଆରମ୍ଭ ହେବାକୁ ଯାଉଛି ୱେବ୍ ସିରିଜ୍ ‘କେସ୍ ଫାଇଲସ’।

ରିଟାୟାର୍ଡ ଆଇପିଏସ୍ ଅଫିସର ଅମୋଦ କଣ୍ଠ ଏଭଳି ଅପରାଧର ତଦନ୍ତ ସମ୍ପର୍କିତ ତଥ୍ୟ ଦର୍ଶକଙ୍କ ସହ ସେୟାର କରିବେ। ଏଭଳି ଇଣ୍ଟରନେଟ୍ କାର୍ଯ୍ୟକ୍ରମର ନିର୍ମାଣ କରୁଛନ୍ତି ସମୀର ଦିକ୍ଷୀତ , ଗିରିଶ ଜୋହର ଓ ଜତିଶ ବର୍ମା। କେସ ଫାଇଲସ ସିରଏଲ ଭାବେ ଇଣ୍ଟରନେଟ୍ ରେ ଉପଲବ୍ଧ ହେବ। ଯାହାକୁ ସାରା ବିଶ୍ବରେ ଲୋକେ ଦେଖିପାରିବେ। ୱେବ ସିରିଜର ନିର୍ମାତା ମାନେ ରାଜୀବ ହତ୍ୟା ତଦନ୍ତରୁ ଏହି ଶୃଙ୍ଖଳାର ଶୁଭାରମ୍ଭ କରିବେ। ଯେଉଁଥିରେ ପର୍ଯ୍ୟାୟ କ୍ରମେ ଅନ୍ୟ ଚର୍ଚିତ ଘଟଣାବଳୀ ରହିବ ବୋଲି ଜଣାପଡିଛି।

ଭାରତରେ ଅନେକ ହାଇପ୍ରୋଫାଇଲ ମାମଲାର ତଦନ୍ତ ଚାଲିଥିବା ବେଳେ ଲୋକଙ୍କ ନଜରରୁ ସେ ସବୁ ଉଭାନ ହୋଇଯାଇଛି। ପରେ କୋର୍ଟ ମାମଲାରେ ଦୋଷୀଙ୍କୁ କେବଳ ଦଣ୍ଡ ଦେବା ବେଳେ ପୁଣି ଲୋକଙ୍କ ମନେ ପଡେ ପୁରୁଣଆ ଘଟଣା। ହେଲେ ସବୁ ବେଳେ ଲୋକଙ୍କୁ ତଦନ୍ତକାରୀ ସଂସ୍ଥାଙ୍କ ତଦନ୍ତ ଦରପନ୍ତରିଆ ଲାଗେ ଓ ଅନେକ ଘଟଣା ଲୁଚି ଯାଏ। ତେବେ ସେ ସବୁକୁ ଏବେ ଉଜାଗର କରିବ ଇଣ୍ଟରନେଟ୍ ସିରିଏଲ କେସ୍ ଫାଇଲ୍ସ

   Related Posts