ଓଡିଆ ସାହତ୍ୟ ଗ୍ରନ୍ଥକୁ ସଂରକ୍ଷିତ କରିବା ପାଇଁ ଓ୍ବେବ ପୋର୍ଟାଲର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ
26/10/2018 at 8:34 PM

ଭୁବନେଶ୍ବର୨୬|୧୦: ଓଡ଼ିଆ ଭର୍ଚୁଆଲ୍ ଏକାଡେମୀର ଓ୍ବେବ ପୋର୍ଟାଲ୍ ଉଦଘାଟିତ । ସଚିବାଳୟରୁ ଏହାର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସାହତ୍ୟ ଗ୍ରନ୍ଥକୁ ସଂରକ୍ଷତି ରଖିବା ପାଇଁ ଏହି ଓ୍ବେବ ପୋର୍ଟାଲ ପ୍ରସ୍ତୁତ କରାଯାଇଛି । ବର୍ତ୍ତମାନ ସୁଦ୍ଧା ୧୫୦ଟି ସାହିତ୍ୟ ବହିକୁ ଡଜିଟାଇଜ କରାଯାଇଛି । ଆଗମୀ ଦିନରେ ଆଉ ୫୦୦ ବହିକୁ ଡିଜିଟାଇଜ କରାଯିବ। ପ୍ରର୍ଯ୍ୟାୟ କ୍ରମେ ଦୁର୍ଲଭ ଗ୍ରନ୍ଥ ଡିଜିଟାଇଜ କରାଯିବ । ଫଳରେ ରାଜ୍ୟ ତଥା ଦେଶ ବାହାରେ ଥିବା ଓଡ଼ିଆମାନେ ତାହା ପଢ଼ିପାରିବେ । ଡାଉନ୍ ଲୋଡ୍ ମଧ୍ୟ କରିପାରିବେ । ସାହିତ୍ୟିକମାନେ ମଧ୍ୟ ସେମାନଙ୍କ ଲେଖାକୁ ଅତି ସହଜରେ ଏହି ପୋର୍ଟାଲରେ ଛାଡିପାରିବେ । ଏନେଇ ଚିକାଗୋ ୟୁନିଭରସିଟି ଲାଇବ୍ରେରୀ ଏବଂ ସେଣ୍ଟର ଫର ଇଣ୍ଟରନେଟ ସୋସାଇଟି ସହ ଓଡ଼ିଆ ଭର୍ଚୁଆଲ୍ ଏକାଡେମୀର ଚୁକ୍ତିପତ୍ର ସ୍ବାକ୍ଷରିତ ହୋଇଛି ।
Related Posts
ଡାକ୍ତରଙ୍କ ଶତ ଚେଷ୍ଟା ବିଫଳ , ସ୍ଵାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ପରଲୋକ
29 January 2023