scan steel
web-baneer-728x90
krs-728-90-banner english (2)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

୧୮ ତାରିଖରୁ ବଦଳିବ ପାଗ, ଉପକୂଳ ଓଡ଼ିଶାରେ ହାଲୁକା ବର୍ଷା ସମ୍ଭାବନା

14/06/2023 at 11:30 PM

ଭୁବନେଶ୍ଵର: ୧୮ ତାରିଖରୁ ବଦଳିବ ପାଗ। ମୌସୁମୀ ଅଗ୍ରସର ପାଇଁ ଅନୁକୂଳ ହେଉଛି ପାଗ। ୧୮ ରୁ ୨୧ ଜୁନ  ମଧ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପୂର୍ବ-ଭାରତର ରାଜ୍ୟ ଗୁଡିକୁ ଅଗ୍ରସର ହେବା ପାଇଁ ପାଗ -ଅନୁକୂଳ ହେବାର ସମ୍ଭାବନା ରହିଛି ବୋଲି ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ ବିଭାଗ।

ଗତ ୨୪ ଘଣ୍ଟାରେ ସମ୍ବଲପୁରରେ ସର୍ବାଧିକ ଦିନ ତାପମାତ୍ରା ୪୪.୩ ଡିଗ୍ରୀ ରେକର୍ଡ କରାଯାଇଥିଲା। ବର୍ତ୍ତମାନ ପାଣିପାଗର ଯାହା ନିୟାମକ ରହିଛି ପୂର୍ବ ବିହାରରୁ ଏକ ନିମ୍ନଚାପ ରେଖା ଉତ୍ତର ପୂର୍ବ ବଙ୍ଗୋପସାଗର ଯାଏ ବ୍ୟାପିଛି। ଯାହାକି ବାୟୁମଣ୍ଡଳ ଠାରୁ ୧.୫ କିମି ପର୍ଯ୍ୟନ୍ତ ବ୍ୟାପିଛି। ଯାହାର ପ୍ରଭାବରେ ଉତ୍ତର ଓଡ଼ିଶା ଓ ଉପକୂଳ ଓଡ଼ିଶାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି ।

Heatwave alert: IMD predicts scorching heat in these states for next five  days | Mint

ତେବେ କିଛି ଦିନ ପଶ୍ଚିମ ଓଡ଼ିଶାରେ ତାପମାତ୍ରାରେ ବିଶେଷ ପରିବର୍ତ୍ତନର ସମ୍ଭାବନା ନାହିଁ । ଏଥିସହ ଆସନ୍ତା ୨୪ ଘଣ୍ଟା ପାଇଁ ଝାରସୁଗୁଡ଼ା, ସମ୍ବଲପୁର, ବଲାଙ୍ଗୀର, ସୋନପୁର, ବରଗଡ଼ରେ ଗ୍ରୀଷ୍ମ ପ୍ରବାହ ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ଏହା ସହ ୪ ଜିଲ୍ଲାକୁ ହଳଦିଆ ଚେତାବନୀ ମଧ୍ୟ ଜାରି କରାଯାଇଛି। ସେହିପରି ଆସନ୍ତାକାଲି ପାଇଁ ୮ ଜିଲ୍ଲାକୁ ପ୍ରବଳ ଗ୍ରୀଷ୍ମ ପ୍ରବାହ ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି।

ଏ ଖବର ପଢନ୍ତୁ- ପ୍ରଥମ ଓଡ଼ିଆ ଭାବେ ମୃତ୍ୟୁଞ୍ଜୟ ମହାପାତ୍ର ହେଲେ ବିଶ୍ୱ ପାଣିପାଗ ବିଜ୍ଞାନ ସଂଗଠନର ଉପାଧ୍ୟକ୍ଷ

   Related Posts