'ମାଣ୍ଡସ୍' ପ୍ରଭାବ, ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା

Published By : Prameya-News7 Bureau | December 10, 2022 IST

ଗଜପତି ୧୦।୧୨ : ଭୀଷଣ ବାତ୍ୟା ମାଣ୍ଡସ୍ ର ଯଦିଓ ସିଧାସଳଖ ପ୍ରଭାବ ଓଡ଼ିଶା ଉପରେ ରହିବ ନାହିଁ । କିନ୍ତୁ ଦକ୍ଷିଣ ଓଡିଶା ୮ଟି ଜିଲ୍ଲାରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ଜାରି ରହିଛି । ଏଥିସହ ଅନ୍ୟ କିଛି କିଛି ଅଞ୍ଚଳରେ ଆଜି ମେଘୁଆ ପାଗ ରହିଛି। ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡ଼ା, ଗଜପତି, କଳାହାଣ୍ଡି ଓ କନ୍ଧମାଳରେ ବର୍ଷା ସହ କୋହଲା ପାଗ ରହିଛି ।

ତେବେ ବାତ୍ୟା ପ୍ରଭାବରେ ରାଜ୍ୟରେ ୩ ଦିନ ଶୀତ କମିଯିବ। ମେଘୁଆ ପାଗ ଓ ବର୍ଷା ଯୋଗୁଁ ରାଜ୍ୟରେ ରାତି ତାପମାତ୍ରା ବଢ଼ିବ। ତେବେ ଗତକାଲି ମଧ୍ୟ ରାଜ୍ୟର ୧୧ ସହରର ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଥିଲା। ୬ଡିଗ୍ରୀ ତାପମାତ୍ରା ସହ ଜି. ଉଦୟଗିରିର ରାଜ୍ୟର ସବୁଠୁ ଥଣ୍ଡା ସହର ପାଲଟିଛି ।

ସେହିପରି ଫୁଲବାଣୀରେ ୬.୬ ଡିଗ୍ରୀ, ଦାରିଙ୍ଗବାଡ଼ିରେ ୭.୫ ଡିଗ୍ରୀ, ଝାରସୁଗୁଡ଼ା ଓ ଭବାନୀପାଟଣା ୯.୬ ଡିଗ୍ରୀ ରେକର୍ଡ ହୋଇଛି । ଏହାବ୍ୟତିତ, ୪ ସହର ରାଣୀତାଲ, ଅନୁଗୁଳ, ସୁନ୍ଦରଗଡ଼ ଓ କୋରାପୁଟର ତାପମାତ୍ରା ୧୦ ଡିଗ୍ରୀ ରହିଛି। ସେହିପରି କଟକରେ ୧୪.୬ ଡିଗ୍ରୀ ଓ ଭୁବନେଶ୍ବରରେ ୧୪.୨ ଡିଗ୍ରୀ ରେକର୍ଡ ହୋଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.