vridhi excotica
ori homes
vridhi excotica
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ : ପ୍ରକାଶ ପାଇଲା ଚଳିତ ବର୍ଷର ମାଟ୍ରିକ୍ ପରୀକ୍ଷା ଫଳ, ମୋଟ୍ ପାସ୍ ହାର ୯୦.୫୫ ପ୍ରତିଶତ
  • ||
  • ରାଉରକେଲା : ଷ୍ଟିଲ ସିଟିରେ ୩୧୧ କୋଟିର GST ଠକେଇ, ବନ୍ଧାହେଲେ ୫ ବ୍ୟବସାୟୀ
  • ||
  • ରାଜ୍ୟରେ ବଢୁଛି କରୋନା ଗ୍ରାଫ୍, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୪୦୧ କୋଭିଡ୍ ପଜିଟିଭ୍
  • ||
  • ଘରୋଇ ଗ୍ୟାସ୍ ସିଲିଣ୍ଡର ହେଲା ମହଙ୍ଗା, ସିଲିଣ୍ଡର ପିଛା ବଢିଲା ୫୦ ଟଙ୍କା
  • ||
  • ଷ୍ଟିଲ ସିଟିରେ ୩୧୧ କୋଟିର GST ଠକେଇ, ବନ୍ଧାହେଲେ ୫ ବ୍ୟବସାୟୀ
  • ||
  • ଭୁବନେଶ୍ୱର : ରଶ୍ମିରେଖାଙ୍କ ପୁରୁଷବନ୍ଧୁଙ୍କ ଆତ୍ମହତ୍ୟା, ରାଉରକେଲାରୁ ମିଳିଲା ଝୁଲନ୍ତା ମୃତଦେହ
  • ||

ରାଜ୍ୟରେ ଲଗାଣ ବର୍ଷା ନାହିଁ, କିଛି ସ୍ଥାନରେ କାଁ ଭାଁ ବର୍ଷା

1/09/2020 at 7:50 AM

ଭୁବନେଶ୍ୱର ୦୧।୦୯ : ଲଘୁଚାପ ଯିବା  ପରଠୁ ରାଜ୍ୟରେ ପାଗ ପୂରା ଶୁଖିଲା ରହିଛି । ଟାଣ ଖରା ନାକେଦମ୍‌ କଲାଣି । ଏମିତିରେ ପାଣିପାଗ ବିଭାଗ  କହିଛି ଯେ, ବର୍ଷା ପରିମାଣ ସାମାନ୍ୟ ବଢ଼ିବ । ଆସନ୍ତା ୨/୩ ଦିନ ରାଜ୍ୟର କେତେକ ଜାଗାରେ ବର୍ଷା ହେବର ସମ୍ଭାବନା ରହିଛି । ରାଜ୍ୟରେ ଲଗାଣ ବର୍ଷାର ସମ୍ଭାବନା ନାହିଁ । ଅସରାଏ ଲେଖାଏଁ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ଆକଳ କରିଛି।

ପାଣିପାଗ ବିଭାଗ ସୂଚନାନୁସାରେ, ମଙ୍ଗଳବାର ଗଜପତି, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ଯାଜପୁର, କେନ୍ଦୁଝର, ମୟୂରଭଞ୍ଜ, ମାଲକାନଗିରିରେ ଅସରାଏ  ଲେଖାଏଁ ବର୍ଷା ହୋଇପାରେ । ସ୍ଥାନେ ସ୍ଥାନେ ପ୍ରବଳ ବର୍ଷାର ସମ୍ଭାବନା ଅଛି । ବୁଧବାର ମାଲକାନଗିରି,  କୋରାପୁଟ, ରାୟଗଡ଼ା, ସୁନ୍ଦରଗଡ଼, ଦେବଗଡ଼, ସମ୍ବଲପୁର, ବଲାଙ୍ଗିରରେ ପ୍ରବଳ ବର୍ଷା ହୋଇପାରେ । ଗୁରୁବାର ବର୍ଷା ପରିମାଣ କମିବ । ବରଗଡ଼, ନୂଆପଡ଼ା, ଝାରସୁଗୁଡ଼ା, ସୁନ୍ଦରଗଡ଼ରେ ସ୍ଥାନେ ସ୍ଥାନେ ପ୍ରବଳ ବର୍ଷା ହୋଇପାରେ ।

କୃଷି ପାଣିପାଗ ବିଶାରଦ ଡକ୍ଟର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି ଯେ, ପଶ୍ଚିମବଙ୍ଗ ଉପରେ ମଙ୍ଗଳବାର ଦିନ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ସମ୍ଭାବନା ଅଛି । ଏହା ସେପ୍ଟେମ୍ବର ୨ ତାରିଖରେ ଉତ୍ତର ଓଡ଼ିଶା-ଝାଡ଼ଖଣ୍ଡ ଉପରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ସମ୍ଭାବନା ରହିଛି । ଏହା ପ୍ରଭାବରେ ସମସ୍ତ ଉପକୂଳବର୍ତ୍ତୀ ଜିଲ୍ଲା ଓ ସଂଲଗ୍ନ ଜିଲ୍ଲାରେ ମଙ୍ଗଳବାର ସ୍ୱଳ୍ପ ବର୍ଷା ସମ୍ଭାବନା ରହିଛି । ବୁଧବାର ଓ ଗୁରୁବାର ଦକ୍ଷିଣ ଉପକୂଳ ଜିଲ୍ଲା, ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶା, ଉତ୍ତର ଆଭ୍ୟନ୍ତରୀଣ ଜିଲ୍ଲାରେ ସ୍ୱଳ୍ପ ବର୍ଷା ସମ୍ଭାବନା  ହୋଇପାରେ । ଶୁକ୍ରବାର ବର୍ଷା କମିବା ସହିତ ସ୍ଥାନେ ସ୍ଥାନେ ହାଲୁକାରୁ ସ୍ୱଳ୍ପ ବର୍ଷା ସମ୍ଭାବନା ଅଛି ।

ଅଗଷ୍ଟ  ମାସରେ ରାଜ୍ୟରେ ହାରାହାରି ୫୨୨.୯ ମିଲିମିଟର  ବର୍ଷା ହୋଇଛି । ଏହା ସ୍ୱାଭାବିକଠାରୁ ୪୬.୯% ଅଧିକ । ଏହି ମାସରେ ମାଲାକାନଗିରି ଜିଲ୍ଲାରେ ସର୍ବାଧିକ ଶତକଡ଼ା ୧୦୭.୨ ଭାଗ ଅଧିକ ବର୍ଷା ହୋଇଛି । ଗଞ୍ଜାମରେ ୨୬% କମ୍‌ ବର୍ଷା ରେକର୍ଡ ହୋଇଛି । ଜୁନ୍‌ ପହିଲାରୁ ଆଜି ସୁଦ୍ଧା ରାଜ୍ୟରେ ମୋଟ ୯୮୦.୯ ମିମି ବର୍ଷା ହୋଇଛି । ଯାହାକି ସ୍ୱାଭାବିକଠାରୁ ୭.୫% ଅଧିକ ।ଚଳିତ ମୌସୁମୀରେ ଏଯାବତ୍‌ ୫ଟି ଜିଲ୍ଲାରେ ସ୍ୱାଭାବିକଠାରୁ ଅଧିକ ବର୍ଷା ହୋଇଥିବାବେଳେ ୨୫ଟି ଜିଲ୍ଲାରେ ବର୍ଷା ପରିମାଣ ସ୍ୱାଭାବିକ ରହିଛି ।

ମାଲକାନଗିରିରେ ସର୍ବାଧିକ ୧୫୮୯.୭ ମିମି ବର୍ଷା ହୋଇଥିବା ବେଳେ ଗଞ୍ଜାମରେ ସର୍ବନିମ୍ନ ୬୦୧.୫ ମିମି ବର୍ଷା ହୋଇଛି । ରାଜ୍ୟର ୮୫ଟି ବ୍ଲକରେ ସ୍ୱାଭାବିକଠାରୁ ଅଧିକ ବର୍ଷା ହୋଇଛି । ୧୮୫ଟି ବ୍ଲକରେ ସ୍ୱାଭାବିକ ବର୍ଷା ହୋଇଥିବାବେଳେ ୪୪ଟି ବ୍ଲକରେ ଏବେ ବି କମ୍‌ ରହିଛି ବର୍ଷା ପରିମାଣ । ଗଞ୍ଜାମ ଜିଲ୍ଲାର ରଙ୍ଗେଇଲୁଣ୍ଡା ବ୍ଲକରେ ପ୍ରାୟ ୬୭% କମ୍‌ ବର୍ଷା ହୋଇଛି ।

   Related Posts