ରାଜ୍ୟରେ ବର୍ଷା ଅଭାବ : ଚିନ୍ତାରେ ଚାଷୀ, ଚାଷ ପାଇଁ ସାଙ୍ଘାତିକ ସ୍ଥିତି

Published By : Prameya-News7 Bureau | July 11, 2023 IST

ଭୁବନେଶ୍ୱର ୧୧।୦୭ : ରାଜ୍ୟରେ ବର୍ଷା ଅଭାବ। ଚିନ୍ତାରେ ଚାଷୀ । ଚାଷ ପାଇଁ ସାଙ୍ଘାତିକ ସ୍ଥିତି । ସବୁଠୁ ଚିନ୍ତାର କାରଣ ହେଉଛି ଯେ ଆଗାମୀ ସପ୍ତାହେ ଯାଏ ବି ଲଗାଣ ବର୍ଷା ନାହିଁ।

ରାଜ୍ୟର ୧୮ ଟି ଜିଲ୍ଲାରେ ଏବେ ଗଜା ମରୁଡି ଆଶଙ୍କା । ମାଟି ଫାଟି ଆଁ କଲାଣି । ଜୁନ ୧ ରୁ ଜୁଲାଇ ୧୦ ସୁଦ୍ଧା ୨୨୨.୭ ମିମି ବର୍ଷା ହୋଇଛି ଯେଉଁଠି ୩୦୪ ମିଲିମିଟର ବର୍ଷା ହେବା କଥା । ଚିନ୍ତାର କଥା ହେଲା ୨୨୨.୭ ମିମି ବର୍ଷା ବି ଯେଉଁ ଅବଧିରେ ହେବା କଥା ସେଇ ଧାରାରେ ବର୍ଷା ହୋଇ ନାହିଁ । ତେଣୁ ଚାଷ ପାଇଁ ଅନୁକୂଳ ପରିସ୍ଥିତି ସୃଷ୍ଟି ହୋଇନି ।

wp:embed {"url":"https://www.prameyanews7.com/low-pressure-in-the-bay-of-bengal-in-the-third-week-of-july-21-heavy-rains/","type":"wp-embed","providerNameSlug":"prameya-news-7"}
https://www.prameyanews7.com/low-pressure-in-the-bay-of-bengal-in-the-third-week-of-july-21-heavy-rains/
/wp:embed

କାଳହାଣ୍ଡିରେ ୫୯ ପ୍ରତିଶତ କମ୍ ବର୍ଷା ହୋଇଛି । ଜୁନ୍ ୧୦ରୁ ଜୁଲାଇ ୧୦ ମଧ୍ୟରେ କଳାହାଣ୍ଡିରେ ସବୁଠୁ କମ୍ ବର୍ଷା ରେକର୍ଡ କରାଯାଇଛି । ୧୩ଜିଲ୍ଲାରେ ଅତ୍ୟଧିକ ନିଅଣ୍ଟିଆ ବର୍ଷା ରେକର୍ଡ କରାଯାଇଛି । ସବୁ ଜିଲ୍ଲାରେ ବେଉଷଣ ପାଇଁ ବର୍ଷାକୁ ଚାହିଁ ରହିଛି ଚାଷୀ । ଏଭଳି ଅଭାବି ବର୍ଷା ଲାଗିରହିଲେ ଚାଷ ପ୍ରଭାବିତ ହେବା ସହ ଅମଳ କମିବ ବୋଲି କହିଛନ୍ତି କୃଷି ବିଶେଷଜ୍ଞ।

wp:embed {"url":"https://www.prameyanews7.com/india-vs-west-indies-first-test-match-will-be-held-on-tomorrow/","type":"wp-embed","providerNameSlug":"prameya-news-7"}
https://www.prameyanews7.com/india-vs-west-indies-first-test-match-will-be-held-on-tomorrow/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.