ନିଅଣ୍ଟିଆ ବର୍ଷା ସ୍ଥିତି ଚିନ୍ତା ବଢ଼ାଇଲାଣି, ୨୩ ତାରିଖ ଯାଏଁ ବିଶେଷ ବର୍ଷା ନାହିଁ

Published By : Prameya-News7 Bureau | July 09, 2023 IST

ଭୁବନେଶ୍ୱର ୦୯।୦୭ : ନିଅଣ୍ଟିଆ ବର୍ଷା ସ୍ଥିତି ଏବେ ଚିନ୍ତା ବଢ଼ାଇଲାଣି। ବିଳମ୍ବରେ ମୌସୁମୀ ଓଡ଼ିଶା ପ୍ରବେଶ କରିଥିଲେ ହେଁ ବର୍ତ୍ତମାନ ସୁଦ୍ଧା ଭଲ ବର୍ଷା ହେଲା ନାହିଁ। ଫଳରେ ସାରା ରାଜ୍ୟରେ ବର୍ଷାକୁ ନେଇ ଉତ୍କଟ ସ୍ଥିତି ଉପୁଜିଛି।

ଅଧିକାଂଶ ସ୍ଥାନରେ ଚାଷ ପ୍ରଭାବିତ ହୋଇଥିବା ବେଳେ ଅନ୍ୟ କିଛି ସ୍ଥାନରେ ଚାଷ କାର୍ଯ୍ୟ ଆରମ୍ଭ ହୋଇପାରୁନାହିଁ। ୧୫ଟି ଜିଲ୍ଲାରେ ନିଅଣ୍ଟିଆ ବର୍ଷା ଓ ଗୋଟିଏ ଜିଲ୍ଲାରେ ଅତି ନିଅଣ୍ଟିଆ ବର୍ଷା ହୋଇଛି। ଏବେ ରାଜ୍ୟରେ ବର୍ଷା ଜାରି ରହିଥିଲେ ମଧ୍ୟ, ବିଶେଷ ପ୍ରଭାବ ନାହିଁ।

wp:embed {"url":"https://www.prameyanews7.com/robbers-stole-from-brothers-and-sisters-in-front-of-police-out-post/","type":"wp-embed","providerNameSlug":"prameya-news-7"}
https://www.prameyanews7.com/robbers-stole-from-brothers-and-sisters-in-front-of-police-out-post/
/wp:embed

୨୩ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ବିଶେଷ ବର୍ଷା ନାହିଁ । ଆସନ୍ତା ୧୯ ତାରିଖରେ କେନ୍ଦ୍ରୀୟ ପୂର୍ବ ବଙ୍ଗୋପସାଗରରେ ଲଘୁଚାପ ହେବାର ସମ୍ଭାବନା ରହିଛି । କିନ୍ତୁ ଏହା ଆନ୍ଧ୍ର ଉପକୂଳ ଆଡକୁ ମୁହାଁଇବ । ଏଥିରେ ଓଡିଶାରେ ବିଶେଷ ବର୍ଷା ହେବନି ବୋଲି ପାଣିପାଗ ବିଶେଷଜ୍ଞ କହିଛନ୍ତି ।

wp:embed {"url":"https://www.prameyanews7.com/it-raid-on-dn-group-ends-8-hour-interrogation-of-company-head/","type":"wp-embed","providerNameSlug":"prameya-news-7"}
https://www.prameyanews7.com/it-raid-on-dn-group-ends-8-hour-interrogation-of-company-head/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.