ରାଜ୍ୟରେ ମୌସୁମୀ ପ୍ରବାହ ସ୍ୱାଭାବିକ, ୧୪.୬ ବର୍ଷା ରେକର୍ଡ

Published By : Prameya-News7 Bureau | July 06, 2023 IST

ଭୁବନେଶ୍ୱର ୦୬।୦୭ : ରାଜ୍ୟରେ ମୌସୁମୀ ପ୍ରବାହ ସ୍ଵାଭାବିକ। ଗତ ୨୪ ଘଣ୍ଟାରେ ପୁରା ରାଜ୍ୟରେ ୧୪.୬ ମିମି ବର୍ଷା ରେକର୍ଡ କରାଯାଇଛି। ଯାହା ସ୍ଵାଭାବିକ ବର୍ଷା ୧୦ ମିମି ତୁଳନାରେ ୪୬% ଅଧିକ ରହିଛି। ସେହିପରି କନ୍ଧମାଳ ଜିଲ୍ଲାରେ ସର୍ବନିମ୍ନ ୮୫.୨ ମିମି ବର୍ଷା ରେକର୍ଡ କରାଯାଇଛି। ଯାହା ସ୍ୱାଭାବିକ ବର୍ଷା ୧୫୩.୩ ମିମି ତୁଳନାରେ ୬୬% କମ ରହିଛି ।

wp:embed {"url":"https://www.prameyanews7.com/rain-increase-in-state-said-metrology-dept/","type":"wp-embed","providerNameSlug":"prameya-news-7"}
https://www.prameyanews7.com/rain-increase-in-state-said-metrology-dept/
/wp:embed

ଖବର ଅନୁଯାୟୀ, ଚଳିତ ମୌସୁମୀ ଋତୁରେ ୧ ଜୁନରୁ ୬ ଜୁଲାଇ ମଧ୍ୟରେ ରାଜ୍ୟରେ ୧୯୧.୧ ମିମି ବର୍ଷା ରେକର୍ଡ କରାଯାଇଛି। ଯାହା ସ୍ଵାଭାବିକ ବର୍ଷା ୨୬୫.୮ ମିମି ତୁଳନାରେ ୨୮ ପ୍ରତିଶତ କମ ରହିଛି। ଏହି ପରିଧି ମଧ୍ୟରେ ଦେବଗଡ ଜିଲ୍ଲାରେ ସର୍ବାଧିକ ୩୯୨.୨ ମିମି ବର୍ଷା ରେକର୍ଡ କରାଯାଇଛି। ଯାହା ସ୍ୱାଭାବିକ ବର୍ଷା ୧୫୩ ମିମି ତୁଳନାରେ ୫୫% ଅଧିକ ରହିଛି ।

wp:embed {"url":"https://www.prameyanews7.com/rohit-sharma-hits-5-centuries-on-this-day-in-2019-world-cup/","type":"wp-embed","providerNameSlug":"prameya-news-7"}
https://www.prameyanews7.com/rohit-sharma-hits-5-centuries-on-this-day-in-2019-world-cup/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.