LIFESTYLE
suno sunao
Aao Nxt
LIFESTYLE_728X90
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ଆଗାମୀ ୪ ଦିନ ଯାଏଁ ଲାଗି ରହିବ ଖରା-ବର୍ଷାର ଲୁଚକାଳି ଖେଳ, ପ୍ରଭାବ ଦେଖାଇବ କାଳ ବୈଶାଖୀ

27/05/2023 at 10:59 AM

ଭୁବନେଶ୍ୱର ୨୭।୦୫ : ଆଗାମୀ ୪ ଦିନ ଯାଏଁ ଲାଗି ରହିବ ଖରା ଏବଂ ବର୍ଷାର ଲୁଚକାଳି ଖେଳି । ପ୍ରଭାବ ଦେଖାଇବ କାଳ ବୈଶାଖୀ ।  ମଧ୍ୟାହ୍ନରେ ତାତି ରହିଲେ ମଧ୍ୟ ଅପରାହ୍ନର ଅଧିକାଂଶ ସ୍ଥାନରେ କାଳ ବୈଶାଖୀ ହେବ । ଏନେଇ ଊତ୍ତର ଉପକୂଳ ଓ ଦକ୍ଷିଣ ଓଡ଼ିଶାର ଅଧିକାଂଶ ସ୍ଥାନକୁ ୟେଲୋ ଆଲର୍ଟ ରହିଛି ।

ତେବେ ଶନିବାର ପଶ୍ଚିମ ଓଡ଼ିଶାର କିଛି ଜିଲ୍ଲାକୁ ବାଦ୍ ଦେଲେ ବାକି ୨୧ଟି ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ନେଇ ଆଶଙ୍କା ରହିଛି । ପବନର ବେଗ ଘଣ୍ଟା ପ୍ରତି ୪୦-୫୦ କିଲୋମିଟର ରହିବ । ବିହାର ଠାରୁ ଉତ୍ତର ଓଡ଼ିଶା ଦେଇ ଲମ୍ବି ଥିବା ଟ୍ରପ ଲାଇନ୍ ଫଳରେ ରାଜ୍ୟରେ ଏଭଳି ସ୍ଥିତି ସୃଷ୍ଟି ହେଉଛି ।  ସେପଟେ ଚଳିତ ବର୍ଷ ସ୍ବାଭାବିକ ରହିବ ମୌସୁମୀ । ଜୁନ ୪ ତାରିଖ ସୁଦ୍ଧା କେରଳ ଛୁଇଁବ ନେଇ ପୂର୍ବାନୁମାନ କରିଛନ୍ତି ପାଣିପାଗ ବିଶେଷଜ୍ଞ।

   Related Posts