ଆହୁରି ୫ ଦିନ କଲବଲ କରିବ ତାତି, ୪୨ ଡିଗ୍ରୀ ଛୁଇଁବ ତାପମାତ୍ରା
25/05/2023 at 3:23 PM

ଭୁବନେଶ୍ୱର ୨୫।୦୫ : ଆହୁରି ୫ ଦିନ କଲବଲ କରିବ ତାତି । ୫ ଦିନ ଯାଏଁ ଦିନ ତାପମାତ୍ରାରେ କୌଣସି ପରିବର୍ତ୍ତନର ସମ୍ଭାବନା ନାହିଁ । ଆଭ୍ୟନ୍ତରୀଣ ଓଡିଶାରେ ଦିନ ତାପମାତ୍ରା ୪୨ ଡିଗ୍ରୀ ଉପରେ ରହିପାରେ ।
ସେହିପରି ଆଗାମୀ ୨ ଦିନ ଦିନ ୭ ଜିଲ୍ଲାରେ ପାରଦ ଉପରମୁହାଁ ହେବ । ଖାସ୍ କରି ସୁନ୍ଦରଗଡ, ଝାରସୁଗୁଡା, ସମ୍ବଲପୁର, ଅନୁଗୁଳରେ ବଢିବ ତାତି । ବୌଦ୍ଧ, ସୋନପୁର ଓ ବରଗଡରେ ଦିନ ତାପମାତ୍ରା ବୃଦ୍ଧି ପାଇପାରେ ।
ସେପଟେ ଦିନ ତାପମାତ୍ରା ବୃଦ୍ଧି ପାଇଲେ ବି ସଂଧ୍ୟାରେ ଆଶ୍ବସ୍ଥି ଦେବ କାଳବୈଶାଖୀ ବର୍ଷା । ଝଡବର୍ଷା ଓ ବଜ୍ରପାତ ସହ ପବନର ବେଗ ରହିପାରେ ୪୦ରୁ ୫୦ କିଲୋମିଟର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।
Related Posts
ଗୁରୁବାର ବାହାରିବ +୨ କଳା ଏବଂ ଧନ୍ଦାମୂଳକ ରେଜଲ୍ଟ
7 June 2023
ଉଧାର ଟଙ୍କା ନଦେବାରୁ ନିର୍ମମ ହତ୍ୟା; ୨ ଅଭିଯୁକ୍ତ ଗିରଫ
7 June 2023