ଭୁବନେଶ୍ୱର ୧୨।୦୫ : ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ମୋକା ଆଜି ସମୁଦ୍ର ଭିତରେ ରିକର୍ଭ କରି ଉତ୍ତର-ଉତ୍ତର ପଶ୍ଚିମ ଦିଗରେ ବାଂଲାଦେଶ, ମିଆଁମାର ମୁହାଁ ହେବ । ୧୪ ତାରିଖ ବେଳକୁ ଏହା ବାଂଲାଦେଶ ମିଆଁମାର ମଝିରେ ସ୍ଥଳଭାଗ ଛୁଇଁବ । ଏହି ସମୟରେ ପବନର ବେଗ ୧୧୦ରୁ ୧୨୦ କିଲୋମିଟର ରହିବ।
ତେବେ ଯେହେତୁ ସମୁଦ୍ର ଭିତରେ ବାତ୍ୟାର ପ୍ରଭାବ ରହିଛି ତେଣୁ ୧୪ ତାରିଖ ପର୍ଯ୍ୟନ୍ତ ମତ୍ସ୍ୟଜୀବୀମାନଙ୍କୁ ଗଭୀର ସମୁଦ୍ର ଭିତରକୁ ଯିବା ନେଇ ବାରଣ କରାଯାଇଛି । ଗୋଟିଏ ପଟେ ସମୁଦ୍ର ଭିତରେ ବାତ୍ୟା ମୋକା ତା’ର ବଳ ଗୋଟାଉଥିବା ବେଳେ ଏପଟେ ଓଡ଼ିଶାରେ କିନ୍ତୁ କଲବଲ କରୁଛି ତାତି।
ଆସନ୍ତା ୧୪ ତାରିଖରୁ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଆହୁରି ବଢ଼ିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ୧୫ ତାରିଖରୁ ଓଡ଼ିଶାର କିଛି ଆଭ୍ୟନ୍ତରୀଣ ଜିଲ୍ଲାରେ ଗ୍ରୀଷ୍ମପ୍ରବାହ ରହିବି । ସେସବୁ ଜିଲ୍ଲାରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିବ ବୋଲି କୁହାଯାଇଛି । ଆସନ୍ତା ୧୮ ତାରିଖ ପର୍ଯ୍ୟନ୍ତ ରାଜ୍ୟବାସୀଙ୍କୁ ତାତିରୁ ନିସ୍ତାର ମିଳିବନି ବୋଲି କହିଛନ୍ତି ପାଣିପାଗ ବିଶେଷଜ୍ଞ।