ଆସୁଛି ଆଉ ଏକ ପଶ୍ଚିମା ଝଡ଼, ୩୧ ଯାଏଁ ବର୍ଷିବ

Published By : Prameya-News7 Bureau | March 28, 2023 IST

ଭୁବନେଶ୍ୱର ୨୮।୦୩ : ବୁଧବାରଠୁ ଆଉ ଏକ ପଶ୍ଚିମା ଝଡ଼ । ୩୧ ତାରିଖ ଯାଏ ଲାଗି ରହିବ ବିଜୁଳି, ଘଡ଼ଘଡ଼ି ସହ ବର୍ଷା । ୩୧ ତାରିଖରେ ବିଜୁଳି ଘଡ଼ଘଡ଼ି ସହ କୁଆପଥର ବର୍ଷା ଆଶଙ୍କା ରହିଛି।

ସାରା ରାଜ୍ୟରେ ରହିବ ବର୍ଷାର ପ୍ରକୋପ । ମଙ୍ଗଳବାର ରାଜ୍ୟର କିଛି ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ରହିଛି। ଏହି ସମୟରେ ଝଡ଼-ପବନର ବେଗ ଘଣ୍ଟା ପ୍ରତି ୩୦ ରୁ ୪୦ କିଲୋମିଟର ରହିବ। ଏଥିସହିତ ୨୯ ଏବଂ ୩୦ ତାରିଖରେ ରାଜ୍ୟର ଅର୍ଦ୍ଧାଧିକ ଜିଲ୍ଲାରେ କୁଆପଥର ବର୍ଷା ସମ୍ଭାବନା ରହିଛି । ଗତ ୨୪ ଘଣ୍ଟାରେ ଯାଜପୁର କୋରେଇରେ ସର୍ବାଧିକ ୬୮ ମିଲିମିଟର ବର୍ଷା ରେକର୍ଡ ହୋଇଛି । ଉପକୂଳ ଜିଲ୍ଲା ଗୁଡ଼ିକରେ ହାଲୁକା ବର୍ଷା ହୋଇଥିଲେ ମଧ୍ୟ ତାପମାତ୍ରାରେ କୌଣସି ପରିବର୍ତ୍ତନ ଆସିନାହିଁ । ପାଖପାଖି ଅପରାହ୍ନ ୨ଟା ଯାଏ ପ୍ରବଳ ଖରା ହେଉଛି, ତାପରେ ବର୍ଷା ହେଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.