ଆଜିଠୁ ରାଜ୍ୟରେ ବର୍ଷା କମିବ, କିଛି ସ୍ଥାନରେ କାଳବୈଶାଖି ବର୍ଷା ସମ୍ଭାବନା
19/03/2023 at 12:25 PM

ଭୁବନେଶ୍ୱର ୧୯।୦୩ : ରାଜ୍ୟର ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳିଛି ପଶ୍ଚିମା ଝଡ଼ର ପ୍ରଭାବ । ରାଜଧାନୀ ଭୁବନେଶ୍ବର ଓ କଟକରେ ଘଡ଼ଘଡ଼ି ସହ ବର୍ଷା ହୋଇଛି । ସକାଳୁ ମଧ୍ୟ ବିଭିନ୍ନ ସ୍ଥାନରେ ବର୍ଷା ହେଉଛି ।
ତେବେ ଆଜିଠୁ ରାଜ୍ୟରେ ବର୍ଷା କମିବ। ଉପକୂଳ ତଥା ସଂଲଗ୍ନ ଓଡ଼ିଶାରେ କାଳବୈଶାଖୀ ବର୍ଷା ସମ୍ଭାବନା ରହିଥିବା ବେ ଳେ ପବନର ବେଗ ୪୦ରୁ ୫୦ କିମି ଯାଏ ରହିବ। ବିଶେଷକରି, ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, କେନ୍ଦୁଝର, ମୟୂରଭଞ୍ଜ, ଢେଙ୍କାନାଳ, ବୌଦ୍ଧ, କନ୍ଧମାଳ ଓ ଅନୁଗୁଳ ଆଦି ଜିଲ୍ଲାରେ ବିଜୁଳି, ଘଡ଼ଘଡ଼ି ସହ ଝଡ଼ବର୍ଷା ହେବ।
ସେହିପରି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ, ୨୦ ତାରିଖ ଦିନ ବି ପଶ୍ଚିମା ଝଡ଼ ପ୍ରଭାବ କିଛି ମାତ୍ରାରେ ରହିବ। ଏହାପରେ ରାଜ୍ୟର ତାପମାତ୍ରା ୨ରୁ ୩ ଡିଗ୍ରି ଯାଏ ବୃଦ୍ଧି ପାଇବ ବୋଲି ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି।