ପଶ୍ଚିମା ଝଡ଼ର ପ୍ରଭାବ, ୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
18/03/2023 at 7:49 AM

ଭୁବନେଶ୍ୱର ୧୮।୦୩ : ପଶ୍ଚିମା ଝଡ଼ର ପ୍ରଭାବ ଆଜି ଭୀଷଣ ଭାବେ ରାଜ୍ୟରେ ଅନୁଭୂତ ହେବ। ରାଜ୍ୟର ୯ଟି ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଏସବୁ ଜିଲ୍ଲା ହେଲା କେନ୍ଦୁଝର , ଅନୁଗୁଳ, ଢେଙ୍କାନାଳ, ଯାଜପୁର, କଟକ, ଖୋର୍ଦ୍ଧା, ଜଗତସିଂହପୁର, ନୟାଗଡ଼ ଓ ପୁରୀ ।
ତେବେ କଟକ, ଢେଙ୍କାନାଳ ଯାଜପୁରରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ତେଣୁ ଏସବୁ ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଙ୍ଗ ଜାରି କରାଯାଇଛି। ଏସବୁ ଜିଲ୍ଲାରେ ଘଣ୍ଟା ପ୍ରତି ୪୦ ରୁ ୫୦ କିଲୋମିଟର ଯାଏଁ ପବନ ବହିବା ସହିତ ଘଡ଼ଘଡ଼ି, ବର୍ଷା ହେବାର ସମ୍ଭାବନା ରହିଛି। ଝଡ଼ବର୍ଷା ସମୟରେ ବାହାରକୁ ନଯିବା ଲାଗି ପରାମର୍ଶ ଦିଆଯାଇଛି। ଆଗାମୀ ୩ ଦିନ ପାଇଁ ଓଡ଼ିଶାର ପ୍ରାୟ ସମସ୍ତ ଜିଲ୍ଲାରେ ଘଡ଼ ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି।
Related Posts
କମିଲା ପଶ୍ଚିମାଝଡ଼ ପ୍ରଭାବ, ରବିବାରଠୁ ବଢିବ ତାତି
2 April 2023
ଏପ୍ରିଲ ୧୧ରୁ ସକାଳୁଆ ସ୍କୁଲ, ଘୋଷଣା କଲେ ରାଜ୍ୟ ସରକାର
1 April 2023