କମିବ ତାତି, ବଢିବ ବର୍ଷା : ୨ ରୁ ୩ ଡିଗ୍ରୀ କମିପାରେ ତାପମାତ୍ରା

Published By : Prameya-News7 Bureau | March 14, 2023 IST

ଭୁବନେଶ୍ୱର ୧୪।୦୩ : ପଶ୍ଚିମା ଝଡ଼ ଆଣୁଛି ବର୍ଷା । ଭିଜିବ ରାଜ୍ୟର ଅଧିକାଂଶ ଜିଲ୍ଲା । କମିବ ତାତି, ବଢିବ ବର୍ଷା । ପଶ୍ଚିମାଝଡ଼ ପ୍ରଭାବରେ ରାଜ୍ୟରେ ଆସନ୍ତାକାଲିଠୁ ବର୍ଷା ହେବାର ସମ୍ଭାବନା ରହିଛି । ବର୍ଷା ସହ କିଛି କିଛି ଜିଲ୍ଲାରେ ୪୦ ରୁ ୫୦ କିଲୋମିଟର ବେଗରେ ପବନ ବୋହିପାରେ। ବର୍ଷା ପାଇଁ ଦିନ ତାପମାତ୍ରା ୨ ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇବ। ପଶ୍ଚିମାଝଡ ପ୍ରଭାବରେ ତାପମାତ୍ରା ହ୍ରାସ ପାଇବା ସହ ବର୍ଷା ହେବ।

ତେବେ ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ ପଶ୍ଚିମାଝଡର ପ୍ରଭାବ ଅଧିକ ଦେଖିବାକୁ ମିଳିବ । ୧୬ ଏବଂ ୧୭ ତାରିଖରେ ଅଧିକାଂଶ ଜିଲ୍ଲାରେ ଘଡଘଡି ସହ ବର୍ଷା ସମ୍ଭାବନା ରହିଛି । ପଶ୍ଚିମ ଝଡ଼ ଯୋଗୁଁ କାଳବୈଶାଖୀ ହେବାର ସମ୍ଭାବନା ମଧ୍ୟ ସମ୍ଭାବନା ରହିଛି। ବିଶେଷ କରି ଉତ୍ତର ଓ ଉପକୂଳ ଓଡ଼ିଶାରେ କୁଆପଥର ପଡିବାର ସମ୍ଭାବନା ରହିଛି ବୋଲି ପୂର୍ବାନୁମାନ କରିଛନ୍ତି ପାଣିପାଗ ବିଶେଷଜ୍ଞ । ତେବେ ୨୩ ତାରିଖରୁ ପୁଣି ତାତି ବଢିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.