ଆଜିଠୁ କଲବଲ କରିବ ତାତି, ୨ରୁ ୩ ଡିଗ୍ରୀ ବଢିବ ତାପମାତ୍ରା
12/03/2023 at 10:07 AM

Image Courtesy : Summer heat on the thermometer
ଭୁବନେଶ୍ୱର ୧୨।୦୩ : ଆଜିଠୁ ପୁଣି କଲବଲ କରିବ ତାତି । ବହିବ ତତଲା ପବନ। ଦିନ ତାପମାତ୍ରା ୨ ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବ । ଭୁବନେଶ୍ବର ଦିନ ତାପମାତ୍ରା ପାଖାପାଖି ୪୦ ଡିଗ୍ରୀ ହୋଇପାରେ ।
ସେପଟେ ବିଏମସି ଏହାର ମୁକାବିଲା କରିବା ପାଇଁ ଆରମ୍ଭ କରିଛି ପ୍ରସ୍ତୁତି। ଶନିବାର ବିଏମସିରେ ବସିଥବା ସମୀକ୍ଷା ବୈଠକରେ କମିଶନର ଓ ଟିମ୍ ଅନେକ ପଦକ୍ଷେପ ନେଇଛନ୍ତି । ବିଏମସି ହସ୍ପିଟାଲ ଗୁଡ଼ିକ ଦିନ ବେଳା ଖୋଲା ରହିବ। ଆଶା ଅଙ୍ଗନୱାଡ଼ି ଦିଦି ମାନେ ବି ପ୍ରସ୍ତୁତ ରହିବେ। ଯେଉଁମାନେ ଜଳଛତ୍ର ଖୋଲିବେ ସେମାନେ ସକାଳ ୯ ଟାରୁ ଅପରାହ୍ନ ୪ ଟା ଯାଏ ଖୋଲିବାକୁ ପଡ଼ିବ ବୋଲି ବିଏମସି କହିଛି । ଶ୍ରମିକ ମାନେ କାମକୁ ଯିବା ପୂର୍ବର ଠିଆ ହେଉଥିବା ସ୍ଥାନରେ ଅସ୍ଥାୟୀ ଛାତ ତିଆରି ପାଇଁ କୁହାଯାଇଛି।
Related Posts
୩ ମୃତ ବିଦେଶୀ ପକ୍ଷୀ ସହିତ ୨ ଶିକାରୀ ଗିରଫ
20 March 2023
ପିକ୍ଅପ୍ ଓ ବାଇକ୍ ମୁହାଁମୁହିଁ ଧକ୍କା : ଚାଲିଗଲା ୩ ଜଣଙ୍କ ଜୀବନ
20 March 2023