suno sunao
suno sunao
suno sunao
suno sunao
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

କଲବଲ କଲାଣି ଖରା, ମିଳିପାରେ ଆଶ୍ୱସ୍ତି : ୭ରେ ବର୍ଷା ସମ୍ଭାବନା

6/03/2023 at 8:17 AM

ଭୁବନେଶ୍ୱର ୦୬।୦୩ : କୋପ କରିଛନ୍ତି ସୂର୍ଯ୍ୟ। ସକାଳୁ ୯ଟାରୁ ଆରମ୍ଭ ହୋଇଯାଉଛି ଟାଣ ଖରା। ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ନିହାତି ଜରୁରି କାମ ନଥିଲେ କେହି ଘରୁ ବାହାରୁ ନାହାଁନ୍ତି। କିନ୍ତୁ ଆଶ୍ବସ୍ତିର କଥା ଆଜି କିମ୍ବା ଆସନ୍ତାକାଲି ବେଳକୁ ରାଜ୍ୟର କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି।

ସୋମବାର ସୁନ୍ଦରଗଡ଼, କେନ୍ଦୁଝର, ମୟୁରଭଞ୍ଜ, ଝାରସୁଗୁଡ଼ା, ଦେବଗଡ଼, ସମ୍ବଲପୁର, ବରଗଡ଼ର ସମେତ କିଛି ସ୍ଥାନରେ ବର୍ଷା ହେବା ସମ୍ଭାବନା ରହିଛି। ସେହିପରି ମଙ୍ଗଳବାର ( ଆସନ୍ତାକାଲି) ସୋନପୁର, ବୌଦ୍ଧ, ବଲାଙ୍ଗିର, କଳାହାଣ୍ଡି, କନ୍ଧମାଳ ଜିଲ୍ଲାରେ ବର୍ଷା ହୋଇପାରେ । ଫଳରେ ଲୋକଙ୍କୁ କିଛି ମାତ୍ରାରେ ଗରମରୁ ମୁକ୍ତି ମିଳିବ।

ଏବେ ଉପକୂଳ ପଟୁ ହାଲୁକା ପବନ ବୋହୁଥିବାରୁ ବିଶେଷ ଗୁଳୁଗୁଳି ଅନୁଭୁତ ହେଉନାହିଁ। ୧୨ ତରିଖ ଯାଏ ୪୦ ଡ଼ିଗ୍ରୀରୁ ଅଧିକ ତାପମାତ୍ରା ହେବ ନାହିଁ। ହେଲେ ୧୨ ତାରିଖ ପରେ ପାରଦ ୪୦ ଡେଇଁବ ବୋଲି ପୂର୍ବାନୁମାନ କରାଯାଉଛି । ପ୍ରବଳ ଖରାରୁ ମୁକ୍ତି ପାଇବା ପାଇଁ ବଢିଛି ଥଣ୍ଡା ପାନୀୟର ଚାହିଦା। ଦହି, ଲସି, ଲେମ୍ବୁ ପାଣି, ଆଖୁରସ ଭଳି ବିଭିନ୍ନ ପ୍ରକାରର ମୃଦୁ ପାନୀୟ ପିଇବା ସହିତ ଖରାରେ ତରଭୂଜର ଚାହିଦା ମଧ୍ୟ ବଢିଛି।

   Related Posts