scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

କମିବ ଶୀତ, ୩ରୁ୪ ଡିଗ୍ରୀ ବଢିବ ତାପମାତ୍ରା : ୧୭ରୁ ହାଲ୍‌କା ବର୍ଷା

14/01/2023 at 8:14 AM

ଭୁବନେଶ୍ୱର ୧୪।୦୧ : ରାଜ୍ୟକୁ ଶୀତ ଫେରିବାର ସମ୍ଭାବନା କମ୍‌ । ଚଳିତମାସରେ ଶୀତ ଆଉ ଫେରିନପାରେ । ବରିଷ୍ଠ ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ ଏଭଳି ପୂର୍ବାନୁମାନ କରିଛନ୍ତି ।ଆସନ୍ତା ଦୁଇ ଦିନ ଉପକୂଳ ଓଡ଼ିଶାରେ କେନ୍ଦ୍ରାପଡ଼ାରୁ ଦକ୍ଷିଣରେ ଥିବା ଉପକୂଳଓ ସଂଲଗ୍ନ ଜିଲ୍ଲାରେ ସର୍ବନିମ୍ନ ତାପମାତ୍ରା ୨ ଡିଗ୍ରୀ ସେଲସିୟସ୍‌ ବଢ଼ିବ । ଏଥିପାଇଁ ଶୀତ କମିଯିବ । ୧୬ରୁ ୧୯ ଯାଏ ଆଭ୍ୟନ୍ତରୀଣ ଜିଲ୍ଲାମାନଙ୍କରେ ସର୍ବନିମ୍ନ ତାପମାତ୍ରା ୩ରୁ ୪ ଡିଗ୍ରୀ ବଢ଼ିବା ଯୋଗୁ ଶୀତ କମିବ । ତେବେ ଉପକୂଳ ଓଡ଼ିଶାରେ ତାପମାତ୍ରା ପରିବର୍ତ୍ତନର ସମ୍ଭାବନା ନାହିଁ ।

୧୬ ଓ ୧୭ରେ ଜଗତସିଂହପୁର, ପୁରୀ ଓ ଖୋର୍ଦ୍ଧାରେ ପାଗ ଆଂଶିକ ମେଘୁଆ ସହ ବୁନ୍ଦା ବର୍ଷା ହୋଇପାରେ । ଭଦ୍ରକ, ବାଲେଶ୍ୱର ଓ ମୟୂରଭଞ୍ଜରେ ୧୭ ଓ ୧୮ରେ ପାଗ ମେଘୁଆ ରହିବ । ହାଲୁକା ବର୍ଷା ସମ୍ଭାବନା ବି ଅଛି । ଉପକୂଳ ଜିଲ୍ଲାରେ ଆସନ୍ତା ସପ୍ତାହ ଯାଏ ଭାରୀ କୁହୁଡ଼ି ରହିବ । କାକର ବି ପଡ଼ିବ । ଆସନ୍ତା ସପ୍ତାହଠାରୁ ରାଜ୍ୟକୁ ଶୀତ ଫେରିବା ସମ୍ଭାବନା ନାହିଁ ବୋଲି ସେ କହିଛନ୍ତି । ଅନ୍ୟପକ୍ଷରେ ଦୁଇ ଦିନ ଭିତରେ ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରା ୨ରୁ ୩ ଡିଗ୍ରୀ କମିବ ବୋଲି ସେ କହିଛନ୍ତି ।

ପାଣିପାଗ ବିଭାଗର ପୂର୍ବାନୁମାନ ହେଉଛି, ଆସନ୍ତା ଦୁଇ ଦିନରେ ରାତି ତାପମାତ୍ରା ୨ରୁ ୩ ଡିଗ୍ରୀ ବଢ଼ିବ । ଏହା ପରେ ବି ତାପମାତ୍ରାରେ ବିଶେଷ ପରିବର୍ତ୍ତନର ସମ୍ଭାବନା ନାହିଁ । ଅନୁଗୁଳ, ଢେଙ୍କାନାଳ, କଟକ, କେନ୍ଦୁଝର, ଯାଜପୁର, ଭଦ୍ରକ, ଖୋର୍ଦ୍ଧା, ନୟାଗଡ଼ ଓ କନ୍ଧମାଳରେ ଘନ କୁହୁଡ଼ି ଦୃଶ୍ୟମାନ ହେବ ବୋଲି ଆକଳନ କରାଯାଇଛି । ଏଥିପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

ଆସନ୍ତା ୧୭ ତାରିଖ ବେଳକୁ ରାଜ୍ୟର କିଛି ଜିଲ୍ଲାରେ ପଶ୍ଚିମା ଝଡ ହୋଇପାରେ । ଏହାର ପ୍ରଭାବରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ଅଛି । ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ ଓ ଢେଙ୍କାନାଳ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ହାଲୁକା ବର୍ଷା ହୋଇପାରେ । ବର୍ଷା ପାଇଁ ଶୀତ କମିବ ବୋଲି କୁହାଯାଇଛି ।

   Related Posts